ସମାଜ ଡିଜିଟାଲ ଡେସ୍କ: ଟେଷ୍ଟ କ୍ରିକେଟ୍ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ବିଜୟ ହାସଲ କରିଛି ଭାରତୀୟ ଦଳ । ଓଭାଲ୍ ଟେଷ୍ଟରେ ମାତ୍ର ୬ରନରେ ଘରୋଇ ଇଂଲଣ୍ଡକୁ ଭାରତ ପରାସ୍ତ କରିଛି । ଟେଷ୍ଟ କ୍ରିକେଟ୍ ଇତିହାସରେ ଏହା ଭାରତର ସବୁଠାରୁ କମ୍ ରନ୍ ବ୍ୟବଧାନରେ ବିଜୟ । ତେବେ ଭାରତୀୟ ଦଳ ପଡିଆରେ ବିଜୟ ହେବା ପରେ ଡ୍ରେସିଂ ରୁମରେ କୋଚ ଗୌତମ ଗମ୍ଭୀର ବେଶ ଉତ୍ସାହିତ ଓ ଖୁସି ହୋଇଥିଲେ । କାରଣ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଦଳର ପ୍ରଦର୍ଶନ ବେଶ ଉଚ୍ଚକୋଟିର ରହିଛି । ଶେଷ ମ୍ୟାଚରେ ଦଳ ରୋମାଞ୍ଚକର ବିଜୟ ନାଟକୀୟ ଢଙ୍ଗରେ ହାସଲ କରିଛି । ତେବେ ଡ୍ରେସିଂ ରୁମରେ ସମସ୍ତ କୋଚ ମାନେ କିଭଳି ପ୍ରତିକ୍ରିୟା ପ୍ରକାଶ କରିଥିଲେ ଆପଣ ଏହି ଭିଡ଼ିଓ ଦେଖିଲେ ଜାଣିପାରିବେ ।
𝗕𝗲𝗹𝗶𝗲𝗳. 𝗔𝗻𝘁𝗶𝗰𝗶𝗽𝗮𝘁𝗶𝗼𝗻. 𝗝𝘂𝗯𝗶𝗹𝗮𝘁𝗶𝗼𝗻!
Raw Emotions straight after #TeamIndia‘s special win at the Kennington Oval 🔝#ENGvIND pic.twitter.com/vhrfv8ditL
— BCCI (@BCCI) August 4, 2025



