ରାବଡିଙ୍କ ସୁରକ୍ଷା ହ୍ରାସ କଲେ ବିହାର ସରକାର

0

ପାଟନା : ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ରାଜ୍ୟ ସରକାର ହ୍ରାସ କରିଛନ୍ତି। ଆଇଆରସିଟିସି ଟେଣ୍ଡର ଦୁର୍ନୀତିକୁ ନେଇ ସିବିଆଇ ରାବଡି ଦେବୀଙ୍କ ଘରେ ଚଢଉ କରିବା ପରେ ରାଜ୍ୟ ସରକାର ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରିଛନ୍ତି। ବୁଧବାର ରାଜ୍ୟ ସରକାର ରାବଡିଙ୍କ ୧୦ ସର୍କୁଲାର ରୋଡ ବାସଭବନରେ ମୁତୟନ ଥିବା ୩୨ଜଣ ସୁରକ୍ଷା କର୍ମୀଙ୍କୁ ପ୍ରତ୍ୟାହାର କରିନେଇଛନ୍ତି। ରାବଡିଙ୍କ ସୁରକ୍ଷା ହ୍ରାସ କରାଯିବା ନିଷ୍ପତ୍ତିକୁ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ବୋଲି କହିଛି ଆରଜେଡି। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ପରେ ଆରଜେଡିର ସମସ୍ତ ବିଧାୟକ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରିକି ବିହାର ବିଧାନସଭାର ବିରୋଧୀ ଦଳ ନେତା ତଥା ରାବଡିଙ୍କ ପୁଅ ତେଜସ୍ୱୀ ଯାଦବ ନିଜର ସୁରକ୍ଷା ଅଗ୍ରାହ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Leave A Reply