ବାବା ବିଶ୍ୱେଶ୍ୱର ଶୈବ ପୀଠରେ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିରର ରତ୍ନମୁଦ ମହୋତ୍ସବ
ରେଙ୍ଗାଲିକ୍ୟାମ୍ପ- ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଅଷ୍ଟଶମ୍ବୁ ଶୈବପୀଠ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସରଣ୍ଡା ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ବାବା ମନ୍ଦିର ପରିସରରେ ନିର୍ମାଣଧିନ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିରର ରତ୍ନମୁଦ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟି ଓ ସରଣ୍ଡା ଗ୍ରାମ୍ୟ କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚକୁଳି ଶିବ ମନ୍ଦିର ନିକଟସ୍ଥ ପୁଷ୍କରିଣୀରୁ ସରଣ୍ଡା ଅଷ୍ଟଶମ୍ଭୁ ଶୈବପୀଠ ସ୍ଥିତ ଯଂଜ୍ଞମଣ୍ଡପ ଯାଏଁ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା।
ଏଥିରେ ପାହାଡ଼ଶ୍ରିଗିଡା ଓ ବନହର ଗ୍ରାମର ମହିଳା କୀର୍ତ୍ତନ ସହ ଶତାଧିକ ମହିଳା କଳସ ଧାରଣ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ lଏହାପରେ ଯଜ୍ଞ ମଣ୍ଡପରେ ପୂଜାବିଧି, ହୋମ ଇତ୍ୟାଦି କରାଯାଇ ମନ୍ଦିର ଗୁଡିକରେ ରତ୍ନମୁଦ କରାଯାଇଥିଲା। ପୂଜା କମିଟି ପକ୍ଷରୁ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କ ଅନ୍ନଭୋଗ ବଣ୍ଟନ କରାଯାଇଥିଲା।ଏହି ଅବସରରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କମିଟି ,ମନ୍ଦିର ପୂଜକ ଓ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ରହିଥିଲା।
Comments are closed.