www.samajalive.in
Monday, December 15, 2025
26.1 C
Bhubaneswar

ଶନିଶ୍ଚର ମନ୍ଦିରର ରତ୍ନମୁଦ ଉତ୍ସବ

ରେଙ୍ଗାଲିକେମ୍ପ :  ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ ନବ ନିର୍ମିତ ଶ୍ରୀ ଶନିଶ୍ଚର  ମନ୍ଦିରର ରତ୍ନମୁଦ ଉତ୍ସବ ସୋମବାର ସମ୍ପନ୍ନ ହୋଇ ଯାଇଛି । ଏହି ମନ୍ଦିର ନିର୍ମାଣ ପାଇଁ ଏହି ଗ୍ରାମର ସାହୁ ପଡ଼ାର ବିକ୍ରମ ସରାଫ ଓ ସୁରେଶ୍ଵରୀ ସରାଫଙ୍କ ସଂକଳ୍ପ ରହିଥିଲା । ଏହି କଥା ସେ ଗ୍ରାମବାସୀଙ୍କ ସମ୍ମୁଖରେ ପ୍ରକାଶ କରିବା ପରେ ଗ୍ରାମବାସୀ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ତେଣୁ  ଗ୍ରାମବାସୀଙ୍କ ସହାୟତାରେ ଗତ ମାର୍ଗଶିର ମାସରୁ ଗ୍ରାମର ତଳିପଡ଼ା ଠାରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ମନ୍ଦିରର ଉଚ୍ଚତା ୧୦ ଫୁଟ ।  ମନ୍ଦିର ପାଇଁ  ଦ୍ଵିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା  ବରଗଡ଼ ଜିଲ୍ଲାର ଭଟଲିରେ ଗୋଟିଏ ଫୁଟ ଉଚ୍ଚତା ବିଶିଷ୍ଟ ଶନିଶ୍ଚରଙ୍କ ବିଗ୍ରହ ତିଆରି ଚାଲିଛି ।
ସୋମବାର ଏହାର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପଣ୍ଡିତ ଗଙ୍ଗା ପଣ୍ଡା ଓ ସୁରେନ୍ଦ୍ର ଶତପଥୀ ପୂଜା କାର୍ଯ୍ୟ ତୁଲାଇଥିଲେ। ପ୍ରତିଷ୍ଠାତା  ଶ୍ରୀ ସରାଫ ଓ ତାଙ୍କ ଧର୍ମ ପତ୍ନୀ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ରହିଥିଲା। ଭକ୍ତମାନେ ନିଜ ନିଜ ଭକ୍ତି ଓ ସାମର୍ଥ୍ୟ ଅନୁସାରେ ଶସ୍ୟ, ଧାତୁ ଓ ଅର୍ଥ  ମନ୍ଦିର ଚୁଡ ଗହ୍ଵରରେ ଦେଇ ଶନିଶ୍ଚରଙ୍କ କୃପା ଭିକ୍ଷା କାମନା କରିଥିଲେ। ଝଣ୍ଡା ସହ ଗ୍ରାମ ପରିକ୍ରମା କରି ହରିବୋଲ ହୁଳହୁଳି ସହ ଶଙ୍ଖ ନାଦ କରି  ମନ୍ଦିର ଚୁଡ଼ାରେ ତାକୁ ବନ୍ଧାଯାଇଥିଲା । ଏହି ଅବସରରେ ଆଜି ସନ୍ଧ୍ୟାରେ  ସଙ୍କୀର୍ତ୍ତନ ମଧ୍ୟ ପରିବେଷିତ ହୋଇଥିଲା । ମନ୍ଦିର ନିର୍ମାଣ କାର୍ଯ୍ୟ ଦୁଇ ତିନି ମାସ ଭିତରେ ଶେଷ  ହେବାର ସମ୍ଭାବନା ରହିଛି ଓ ଏହା ପରେ ପ୍ରତିଷ୍ଠା ମହୋତ୍ସବ ଧୁମ୍ ଧାମରେ କରାଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories