www.samajalive.in
Sunday, December 14, 2025
26.1 C
Bhubaneswar

ମୋହନା : ଶେଷ ପର୍ଯ୍ୟାୟ ଜିଲ୍ଲା ପରିଷଦ ଫଳାଫଳ ପୋଛିନେଲା ବିଜେଡି

ମୋହନା : ରାଜ୍ୟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ଶେଷ ହୋଇଛି । ମୋହନା ବ୍ଳକର ଥିବା ୩ଟି ଜିଲ୍ଲା ପରିଷଦ ଜୋନର ସମସ୍ତ ଫଳାଫଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଶେଷ ପର୍ଯ୍ୟାୟରେ ମତଦାନ ଘୋଷଣା କରାଯାଇଥିବା ଚନ୍ଦ୍ରଗିରି ୧୦ ନମ୍ବର ଜିଲ୍ଲା ପରିଷଦ ଜୋନର ଫଳାଫଳ ମଧ୍ୟ ବିଜେଡି ସପକ୍ଷରେ ଯାଇଛି । ବିଜେଡିର ସୁନିଲ କୁମାର ବିଷୋୟୀ ୧୧୦୫୪ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ଗୌରୀଶଙ୍କର ପ୍ରଧାନୀ  ୬୧୬୮ ଓ ବିଜେପିର ବିଶ୍ଵନାଥ ବିଷୋୟୀରତ୍ନ ୫୦୭୩ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି।  ସେହିଭଳି ୯ ନମ୍ବର ଜୋନ ମୋହନାରେ ବିଜେଡିର ଚନ୍ଦ୍ର କୁମାର ମଲ୍ଲିକ ୧୦୪୨୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କର ପ୍ରତିଦ୍ୱନ୍ଦୀ କଂଗ୍ରେସର ରାଜୀବ ମଲ୍ଲିକ ୬୦୧୬୮ ଓ ବିଜେପିର ସସ୍ମିତା ମଳିକ ୫୦୦୧ ଭୋଟ ପାଇଛନ୍ତି । ଅଡବା ୮ ନଂ ଜୋନର ବିଜେଡି ପ୍ରାର୍ଥୀ କୁନ୍ତଳା ମଲ୍ଲିକ ୧୫୦୫୧ ଭୋଟ ପାଇ ବିଜୟ ଲାଭ କରିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ କଂଗ୍ରେସର ରୀନା ପ୍ରଧାନ ୯୫୬୯ ଓ ବିଜେପିର ଵସ୍ତି ମଲ୍ଲିକ ୨୭୬୦ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories