ନବରଙ୍ଗପୁରରେ ଜିଲାପରିଷଦ ଗଠନ କରିବ ବିଜେଡି

୧୮ଟି ଆସନରେ ବିଜୟୀ, ଗୋଟିଏରେ କଂଗ୍ରେସ ବିଜୟୀ, ଖାତା ଖୋଲିନି ବିଜେପି

ନବରଙ୍ଗପୁର : ପ୍ରଥମ ପର୍ଯ୍ୟାୟ ଜିଲାପରିଷଦ ନିର୍ବାଚନର ଭୋଟ ଗଣତିର ଫଳାଫଳ ଭଳି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗଣତି ଫଳାଫଳରେ ବିଜେଡି ବାଜିମାତ୍‍ କରିଛି । ୧୦ଟି ଜିଲା ପରିଷଦ ଆସନ ମଧ୍ୟରୁ ୯ଟି ରେ ବିଜେଡି ବିଜୟୀ ହୋଇଥିବାବେଳେ ଗୋଟିଏରେ କଂଗ୍ରେସ ଜୟଯୁକ୍ତ ହୋଇଛି । ତେବେ ବିଜେପିକୁ ନିରାଶା ହେବାକୁ ପଡିଛି । ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗଣତି ରବିବାର ଦିନ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚାଲିଥିବାବେଳେ ସୋମବାର ସକାଳୁ ଫଳାଫଳ ଜଣାପଡିଛି। ନବରଙ୍ଗପୁର ଜିଲାର ୧୦ଟି ବ୍ଲକର ସମସ୍ତ୧୦ଟି ଜିଲା ପରିଷଦ ଜୋନ୍‍-୨ ନିର୍ବାଚନର ୯ଟି ଆସନରେ ବିଜୁଜନତାଦଳ ଏକତରଫା ଭାବେ ବାଜିମାତ୍‍ କରିଥିବାବେଳେ କେବଳ ଗୋଟିଏ ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ତେବେ ବିଜେପି ଖାତା ଖୋଲି ପାରିନାହିଁ।

ଜିଲାର ତେନ୍ତୁଳିଖୁଣ୍ଟିବ୍ଳକ ଜୋନ୍‍-୨ର ବିଜେଡି ପ୍ରାର୍ଥୀ ରତିକାନ୍ତ ପଣ୍ଡା ୯୭୭୨ଟି ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେପିର ସନ୍ତୋଷ କୁମାର ପାତ୍ର ୫୯୨୧ଟି ଓ କଂଗ୍ରେସର ବସନ୍ତ କୁମାରପାଣିଗ୍ରାହୀ ୬୩୫୯ ଟି ଭୋଟ ପାଇଛନ୍ତି। ନନ୍ଦାହାଣ୍ଡି ବ୍ଲକ ଜୋନ -୨ବିଜେଡି ପ୍ରାର୍ଥୀ ଅରୁଣ କୁମାର ମିଶ୍ର ୯୩୫୪ଟି ଭୋଟ ବିଜୟୀ ହୋଇଥିବାବେଳେ ବିଜେପିର ବୃନ୍ଦାବନ ନାୟକ ୫୭୩୮ ଟି ଓ କଂଗ୍ରେସର ଜାମି ଲକ୍ଷ୍ମଣ କୁମାର ରାଓ ୨୨୯୭ଟି ଭୋଟ ପାଇଛନ୍ତି । ଉମରକୋଟ ବ୍ଳକର ଜିଲାପରିଷଦ ଜୋନ୍‍- ୨ର ବିଜେଡି ପ୍ରାର୍ଥୀ ଛାୟା ବିଶ୍ୱାସ ୧୫୩୩୮ଟି ଭୋଟପାଇ ଜିତିଥିବାବେଳେ ବିଜେପିର ଜ୍ୟୋସ୍ନା ବିଶ୍ୱାସ ୧୩୦୯୯ ଓ କଂଗ୍ରେସର ଦୀପା ରାୟ ୨୨୧୫ ଟି ଭୋଟ ପାଇଛନ୍ତି। ଚନ୍ଦାହାଣ୍ଡି ଜୋନ-୨ରେ ବିଜେଡି ପ୍ରାର୍ଥୀ କେତକୀ ମାଳି ଗୈାଡ ୧୪୮୧୫ ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପିର ଗଜମତି ବାଘ ୫୭୮୪ ଟି ଓ କଂଗ୍ରେସ ମମତା ବେସ୍ରା ୮୯୪ ଭୋଟ ପାଇଛନ୍ତି। ଝରିଗାଁ ଜୋନ-୨ର ବିଜେଡି ପ୍ରାର୍ଥୀ ଶ୍ୟାମସୁନଦର ନାୟକ ୧୦୦୮୯ ଟି ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେପିର ନରସିଂହ ଭତରା ୮୩୫୩ ଟି ଓ କଂଗ୍ରେସର ଭାଗରଥୀ ନାୟକ ୩୭୯୦ ଭୋଟ ପାଇଛନ୍ତି। ରାଇଘରବ୍ଳକ ଜୋନ- ୨ରେ ବିଜେଡିପ୍ରାର୍ଥୀ ନାନାରା ଖରା ୧୧୧୩୬ ଟି ଭୋଟ ପାଇ ବିଜୟହାସଲ କରିଥିବାବେଳେ ବିଜେପିର ପୂର୍ଣ୍ଣଚନ୍ଦ୍ର ଗଣ୍ଡ ୮୫୧୩ ଟି ଓ କଂଗ୍ରେସ ସୁଶୀଲ ଶାନ୍ତା ୯୫୨ ଟି ଭୋଟ ପାଇଛନ୍ତି। କୋଷାଗୁମୁଡା ବ୍ଲକର ଜୋନ- ୨ ବିଜେଡି ପ୍ରାର୍ଥୀ ଦନେଇ ଭତରା ୧୪୮୦୪ ଟି ଭୋଟ ପାଇ ଜିତିଥିବାବେଳେ ବିଜେପିର ଗୋମତି ନାୟକ ୪୫୯୧ ଟି ଓ କଂଗ୍ରେସର ଚଞ୍ଚଳା ମାଝୀ ୮୮୧୩ ଟି ଭୋଟ ପାଇଛନ୍ତି। ଡାବୁଗାଁବ୍ଲକ ଜୋନ- ୨ର ବିଜେଡି ପ୍ରାର୍ଥୀ ଗୁପ୍ତ ବିଷୋୟୀ ୭୦୩୭ ଟି ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେପିର ଗୋବିନ୍ଦ ଗୋପାଳ ଅଗ୍ରୱାଲ ୨୮୧୧ ଟି ଓ କଂଗ୍ରେସର ଧର୍ମାନନ୍ଦ ନାୟକ ୫୬୧୩ଟି ଭୋଟ ପାଇଛନ୍ତି। ନବରଙ୍ଗପୁର ବ୍ଳକ ଜୋନ- ୨ରେ ବିଜେଡି ପ୍ରାର୍ଥୀ ପରିଜା ଭତରା ୧୦୧୨୦ଟି ଭୋଟ ପାଇ ଜୟଯୁକ୍ତ ହୋଇଥିବାବେଳେ ବିଜେପିର ଫୁଲମା ଭତରା ୭୭୧୧ ଟି ଓ କଂଗ୍ରେସର ଗୀତା ଭତରା ୬୨୨୩ ଟି ଭୋଟ ପାଇଛନ୍ତି। ତେବେ ପାପଡାହାଣ୍ଡି ବ୍ଳକ ଜୋନ-୨ କଂଗ୍ରେସ ପ୍ରାର୍ଥୀ ଡାକ୍ତର ଲିପିକା ମାଝୀ ୧୪୨୧୩ ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେଡିର ଭାନୁମତୀ ପୂଜାରୀ ୧୦୧୩୯ ଟି ଓ ବିଜେପିର ଲକ୍ଷ୍ମୀ ଭତରା ୧୯୨୬ ଭୋଟ ପାଇଛନ୍ତିା ତେବେ ଲିପିକା ପୂର୍ବତନ ବିଧାୟକ ଭୂଜବଳ ମାଝୀଙ୍କର ଝିଅ ହୋଇଥିବାବେଳେ ସେ ଜଣେ ଉଚ୍ଚଶିକ୍ଷିତା ଡାକ୍ତର ହୋଇଥିବାରୁ ବିଜେଡିର ପ୍ରବଳ ଲହରରେ ମଧ୍ୟ ସେ ଜୟଯୁକ୍ତ ହୋଇପାରିଛନ୍ତି । ତେବେ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ମୋଟ ୨୦ଟି ଜିଲାପରିଷଦ ଆସନରୁ ବିଜେଡି ଖାତାକୁ ୧୮ ଟି ଯାଇଥିବାବେଳେ ଗୋଟିଏରେ ସ୍ୱାଧୀନ ଓ ଅନ୍ୟ ଗୋଟିଏରେ କଂଗ୍ରେସ ବିଜୟୀ ହୋଇଛି । ତେବେ ସୋମବାର ୬ଟି ଆସନର ଭୋଟ ଗଣତି ହେଉଥିବାକୁ ଏହାର ଚୁଡାନ୍ତ ଫଳାଫଳକୁ ଅପେକ୍ଷା କରାଯାଇଛିା  ଜିଲାରେ ମୋଟ ୨୬ଟି ଜିଲ୍ଲା ପରିଷଦ ଆସନରୁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗଣତି ସୁଦ୍ଧା ବିଜେଡି ୧୮ଟିରେ ବିଜୟୀ ହୋଇ ପାରିଥିବାବେଳେ ଜିଲା ପରିଷଦ ଆସନ ପାଇଁ ଆବଶ୍ୟକ ମ୍ୟାଜିକ ସଂଖ୍ୟା ୧୪କୁ ପାର କରିଛି। ତେଣୁ ବିଜେଡି ଜିଲା ପରିଷଦ ଗଠନ କରିବା ସୁନିଶ୍ଚିତ ହୋଇଛି । ବଳକା ୬ଟି ଆସନରେ ବିଜେଡି ଆଗୁଆ ରହିଛି।

Comments are closed.