www.samajalive.in
Saturday, December 6, 2025
14.1 C
Bhubaneswar

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏଏସ୍‌ଆଇକୁ ଅନୁମତି

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ଶନିବାର ଅନୁମତି ପ୍ରଦାନ କରାଯାଇଛି। ଭାରତୀୟ ବୈଷୟିକ ପ୍ରତିଷ୍ଠାନ ଏବଂ କେନ୍ଦ୍ରୀୟ କୋଠାବାଡ଼ି ଗବେଷଣା ସଂସ୍ଥା (ସିବିଆରଆଇ) ସହଯୋଗରେ କାର୍ଯ୍ୟ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ଏଥିନେଇ ଏଏସ୍‌ଆଇ ମହାନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ଅନୁମୋଦନ କରିଥିବା ମାର୍ଗଦର୍ଶିକା କଡ଼ାକଡ଼ି ପାଳନ କରିବାକୁ ସେ ଉଲ୍ଲେଖ କରିଛନ୍ତି। ଭିତର ଏବଂ ବାହାର ରତ୍ନଭଣ୍ଡାରର ଯାଞ୍ଚ ବେଳେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରାଯିବ। ଦ୍ବାଦଶ ଶତାବ୍ଦୀରେ ନିର୍ମିତ ଶ୍ରୀମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଲେଜର ସ୍କାନିଂ ଓ ଜିପିଆରଏସ୍ ସର୍ବେକ୍ଷଣ କରାଯିବ। ଏହାଛଡ଼ା ଭିତର ରତ୍ନଭଣ୍ଡାର ଭିତରେ ଆଉ କୌଣସି ଗୁପ୍ତ କୋଠରି କିମ୍ବା ସୁଡ଼ଙ୍ଗ ରହିଛି କି ନାହିଁ ସେ ସମ୍ପର୍କରେ ଯାଞ୍ଚ କରାଯିବ। ରତ୍ନଭଣ୍ଡାରର ଆବଶ୍ୟକ ମରାମତି ଓ ସଂରକ୍ଷଣ କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକରେ ଏଥିପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରତ୍ନଭଣ୍ଡାର ଯାଞ୍ଚ, ମରାମତି ଏବଂ ସଂରକ୍ଷଣ କାର୍ଯ୍ୟରେ ଏଏସ୍ଆଇକୁ ମନ୍ଦିର ପ୍ରଶାସନ ସବୁପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ଡ. ପାଢ଼ୀ ଚିଠିରେ ଲେଖିଛନ୍ତି। ମରାମତି ପୂର୍ବରୁ ରତ୍ନଭଣ୍ଡାରର ବିସ୍ତୃତ ସର୍ବେକ୍ଷଣ କରାଯିବ। ଶ୍ରୀମନ୍ଦିର ଉପରେ ଯେପରି କୌଣସି ପ୍ରତିକୂଳ ପ୍ରଭାବ ନପଡ଼େ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି। ତେଣୁ ଦୁଇଟି ରତ୍ନଭଣ୍ଡାର ଭିତରେ ରହିଥିବା ମହାପ୍ରଭୁଙ୍କ ମୂଲ୍ୟବାନ ଅଳଙ୍କାରଗୁଡ଼ିକୁ ଖଟଶେଜ ଘର ଏବଂ ଚାଙ୍ଗଡ଼ା ଘରକୁ ସ୍ଥାନାନ୍ତର କରାଯାଇଛି। ପୁରୁଣା ସିନ୍ଦୁକ ଓ ଆଲମାରିକୁ ନୀଳାଦ୍ରି ମହୋଦୟ ସଂଗ୍ରହାଳୟ ନିକଟ କୋଠରିକୁ ଶୁକ୍ରବାର ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଖୁବ୍‌ଶୀଘ୍ର ଗଠନ କରାଯିବ। ମୁଖ୍ୟ ପ୍ରଶାସକଙ୍କ ଚିଠି ପାଇବା ପରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ରତ୍ନଭଣ୍ଡାର ଭିତରେ ଆଉ କୌଣସି ଗୁପ୍ତ କୋଠରି ରହିଛି କି ନାହିଁ ଜିପିଆରଏସ୍‌ ସର୍ବେକ୍ଷଣ ଦ୍ବାରା ସ୍ପଷ୍ଟ ହୋଇଯିବ। ଯଦି ଏହାର ସନ୍ଧାନ ମିଳେ ତାହେଲେ ରାଜ୍ୟ ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ତଦାରଖ କମିଟି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ। ତୃତୀୟ ରତ୍ନଭଣ୍ଡାର ଖୋଲିବା ପାଇଁ ଆଉ ଏକ ମାର୍ଗଦର୍ଶିକା ସରକାର ପ୍ରସ୍ତୁତ କରିବେ। ନଚେତ୍ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ରତ୍ନ ଭଣ୍ଡାରର ଚଟାଣ, କାନ୍ଥ, ଛାତ ସମେତ କବାଟଗୁଡ଼ିକର ମରାମତି କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories