www.samajalive.in
Saturday, December 6, 2025
15.1 C
Bhubaneswar

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପୁଣି ଦାୟର ହେଲା ପିଟିସନ୍

ଭୁବନେଶ୍ବର : ରଥଯାତ୍ରା କରିବାପାଇଁ ଶୁକ୍ରବାର ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ ହୋଇଛି। ସୁପ୍ରିମକୋର୍ଟଙ୍କ ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ପିଟିସନରେ ଆବେଦନ କରାଯାଇଛି। ନୟାଗଡ଼ ଜିଲାର ପକ୍ଷଭୁତ ଆବେଦନକାରୀ ଅଫତାବ ହୁସେନ୍ ଏହି ମୋଡିଫିକେସନ୍ ପିଟିସନ୍ ଦାୟର କରିଛନ୍ତି। ପୁରୀ ସହରକୁ ସଟଡାଉନ୍ ଘୋଷଣା କରି ମହାପ୍ରଭୁଙ୍କ ରଥଯାତ୍ରା କରିବାପାଇଁ ପିଟିସନରେ ଅନୁରୋଧ କରାଯାଇଛି।

ଉଲ୍ଲେଖ ଯୋଗ୍ୟ, ରଥଯାତ୍ରା ପ୍ରସଙ୍ଗରେ ହାଇକୋର୍ଟଙ୍କ ଏକ ରାୟକୁ ଚ୍ୟାଲେଞ୍ଜ କରି ଭାରତ ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା। ରଥଯାତ୍ରା ବନ୍ଦ କରିବାକୁ ଭାରତ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ମାତ୍ର ହାଇକୋର୍ଟ ରଥଯାତ୍ରା ଭାଗ୍ୟ ରାଜ୍ୟ ସରକାରଙ୍କ ଉପରେ ଛାଡ଼ି ଦେଇଥିଲେ। ସ୍ଥିତିକୁ ଦୃଷ୍ଟିରେ ରଖି ରଥଯାତ୍ରା ହେବ କି ନାହିଁ ସେ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ହାଇକୋର୍ଟ ରାୟ ଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଭାରତ ବିକାଶ ପରିଷଦ ସୁପ୍ରିମକୋର୍ଟରେ ଏକ ସ୍ପେଶାଲ୍‌ ଲିଭ୍‌ ପିଟିଶନ ଦାୟର କରିଥିଲେ। ସୁପ୍ରିମକୋର୍ଟ ଗୁରୁବାର ଏ ନେଇ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଥିଲେ। କେବଳ ପୁରୀ ନୁହେଁ, ଓଡ଼ିଶା ଏବଂ ଦେଶର କୌଣସି ସ୍ଥାନରେ ଚଳିତବର୍ଷ ରଥଯାତ୍ରା ଆୟୋଜନ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ।।ସୁପ୍ରିମକୋର୍ଟରେ ଆଗତ ୨ଟି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଥିଲେ ଯେ, ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା ଦେବେ ନାହିଁ। ଲୋକଙ୍କ ସୁରକ୍ଷା ଏବଂ ଜନସ୍ବାର୍ଥ ପାଇଁ ରଥଯାତ୍ରା ବନ୍ଦ ହେବ। ଓଡ଼ିଶାର କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ।

- Advertisement -

ଏହାପରେ ଗତକାଲି ସନ୍ଧ୍ୟାରେ ଭିଡ଼ିଓ କନ୍ଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସହ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ; ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଆଡ଼ଭୋକେଟ୍ ଜେନେରାଲ ଅଶୋକ ପରିଜା ପ୍ରମୁଖ ଉପସ୍ଥିତ ଥିଲେ ।ରଥଯାତ୍ରା ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଯେଉଁ ରାୟ ପ୍ରଦାନ କରିଛନ୍ତି ତାହାକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories