www.samajalive.in
Saturday, December 6, 2025
16.1 C
Bhubaneswar

୧୯୮୩ ବିଶ୍ବକପ୍ : ଜିମ୍ବାୱେ ବିପକ୍ଷରେ ଶତକ ଅର୍ଜନ କରି ଭାରତକୁ ସେମିଫାଇନାଲରେ ପ୍ରବେଶ କରାଇଥିଲେ କପିଲ

ନୂଆଦିଲ୍ଲୀ  : ଆଜିକୁ ଠିକ୍‌ ୩୭ ବର୍ଷ ତଳେ ୧୯୮୩ ମସିହା ଜୁନ୍‌ ୧୮ତାରିଖ ଭାରତୀୟ କ୍ରିକେଟ ପାଇଁ ଥିଲା ଏକ ଐତିହାସିକ ଦିନ। ବିଶ୍ବକପର ତୃତୀୟ ସଂସ୍କରଣର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ହରିୟାଣା ହରିକେନ୍‌ ଭାବେ ପରିଚିତ କପିଲ ଦେବ୍‌ ଶତକ ଅର୍ଜନ କରି ଭାରତକୁ ବିଜୟ କରାଇବା ସହିତ ସେମିଫାଇନାଲରେ ପ୍ରବେଶ କରାଇଥିଲେ। ସୁନୀଲ ଗାଭାସ୍କର, କ୍ରିଷ୍ଣାମଚାରୀ ଶ୍ରୀକାନ୍ତ , ମହିନ୍ଦର ଅମରନାଥ, ସନ୍ଦୀପ ପାଟିଲ ଓ ଯଶପାଲ ଶର୍ମାଙ୍କ ଭଳି କ୍ରିକେଟର ରହିଥିଲେ ମଧ୍ୟ କପିଲଙ୍କ ଚମକରେ ଭାରତ ସେମି ଫାଇନାଲକୁ ଉନ୍ନୀତ ହୋଇଥିଲା। ଯାହା ଭାରତକୁ ପ୍ରଥମ ବିଶ୍ବକପ ବିଜୟର ରାସ୍ତା ଦେଖାଇଥିଲା।

୧୯୮୩ ବିଶ୍ବକପରେ ଭାରତ ଓ ଜିମ୍ବାୱେ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଟ୍ରେଣ୍ଟବ୍ରିଜ୍‌ର ନାଭିଲ ଗ୍ରାଉଣ୍ଡରେ ଖେଳାଯାଇଥିଲା। ସେମିଫାଇନାଲରେ ପ୍ରବେଶ ଲାଗି ଭାରତକୁ ନିଶ୍ଚିତ ବିଜୟ ଆବଶ୍ୟକତା ଥିଲା। ପ୍ରଥମ ଥର ପାଇଁ ବିଶ୍ବକପ ଖେଳୁଥିବା ଜିମ୍ବାୱେ ପ୍ରାରମ୍ଭରୁ ଭାରତର ବ୍ୟାଟିଂ ବିପର୍ୟ୍ୟୟ ସୃଷ୍ଟି କରିଥିଲା। ପିଟର ରାଓସନ ଓ କୋରିନଙ୍କ ଘାତକ ବୋଲିଂକୁ ଭାରତୀୟ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ସାମ୍ନା କରି ପାରିନଥିଲେ। ଭାରତର ୫ଜଣ ବ୍ୟାଟ୍ସମ୍ୟାନ ମାତ୍ର ୧୭ରନ ମଧ୍ୟରେ ପ୍ୟାଭିଲିୟନକୁ ଫେରିଥିଲେ। ଓପନର ସୁନୀଲ ଗାଭାସ୍କର ଓ ଶ୍ରୀକାନ୍ତ ଖାତା ଖୋଲି ପାରିନଥିବାବେଳେ ମହେନ୍ଦ୍ର ଅମରନାଥ ୫, ସନ୍ଦୀପ ପାଟିଲ ୧ ଓ ଯଶପାଲ ଶର୍ମା ୯ରନ କରିଥିଲେ। ପଞ୍ଚମ ୱିକେଟ ଯୋଡ଼ିରେ ରୋଜର ବିନି ଓ ଅଧିନାୟକ କପିଲ ଦେବ୍‌ ୬୦ରନ ଯୋଗ କରିଦଳୀୟ ସ୍କୋରକୁ ୭୭ରନରେ ପହଞ୍ଚାଇଥିଲେ। ରୋଜର ବିନି ୨୨ରନ କରି ଆଉଟ୍‌ ହୋଇଥିଲେ। ଗୋଟିଏ ପଟେ ୱିକେଟ ପଡ଼ିଚାଲିଥିବାବେଳେ ଅନ୍ୟପଟେ କପିଲ ଦେବ୍‌ ଚିତ୍ତାକର୍ଷକ ୧୭୫ରନର ଇନିଂସ ଖେଳିଥିଲେ। କପିଲ ୧୩୮ଟି ବଲରୁ ୧୬ ଟି ଚୌକା ଓ ୬ଟି ଛକା ସହାୟତାରେ ୧୭୫ରନ କରି ଅପରାଜିତ ରହିଥିଲେ।କପିଲଙ୍କ ଲଢୁଆ ଇନିଂସ ବଳରେ ଭାରତ ୬୦ ଓଭରରେ ୮ ୱିକେଟ ହରାଇ ୨୬୬ରନ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଜିମ୍ବାୱେ ୨୩୫ରନ କରି ଅଲଆଉଟ୍‌ ହୋଇଯାଇଥିଲା। ଭାରତ ୩୫ରନରେ ବିଜୟ ସହ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା। ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ଓ ଫାଇନାଲରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ପ୍ରଥମ ବିଶ୍ବକପ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ଜିମ୍ବାୱେ ବିପକ୍ଷରେ କପିଲଙ୍କ ଏହି ଚିତ୍ତାକର୍ଷକ ଇନିଂସ କ୍ରିକେଟ ଦୁନିଆ ସବୁଦିନେ ମନେ ରଖିଥିବାବେଳେ ଭାରତୀୟ କ୍ରି​କେଟ ପାଇଁ ଐତିହାସିକ ଦିନ ପାଲଟିଯାଇଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories