www.samajalive.in
Saturday, December 6, 2025
26.1 C
Bhubaneswar

ଦୁବାଇରେ ରହୁଥିବା ୨୧୦ ଓଡିଆଙ୍କୁ ଓଡିଶା ଫେରିବାରେ ସହାୟତା କଲା ‘ଅବୁଧାବି ଓଡ଼ିଆ ସମାଜ’

ଭୁବନେଶ୍ବର : ଦୁବାଇରେ ଫଶି ରହିଥିବା ୨୧୦ ପ୍ରବାସୀ ଓଡିଆଙ୍କୁ ଓଡିଶା ଫେରିବାରେ ସହାୟତାର ହାତ ବଢାଇଛି ‘ଅବୁଧାବି ଓଡ଼ିଆ ସମାଜ’। ଦୁବାଇରେ ଫଶି ରହିଥିବା ପ୍ରବାସୀ ଓଡିଆ ଭାଇ ଓ ଭଉଣୀମାନଙ୍କୁ ନିଜ ମାତୃଭୂମିକୁ ଫେରାଇବା ପାଇଁ ‘ଅବୁଧାବି ଓଡ଼ିଆ ସମାଜ’(ଓଏସଏ)ଓ ଓଡିଆ ସମାଜ ୟୁଏଇ(ଓଏସୟୁଏଇ) ଉଦ୍ୟମ ପରେ ଇଣ୍ଡିଗୋର ଏକ ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କରିଥିଲା। ବିମାନଟି ଦୁବାଇରୁ ଗତକାଲି ସକାଳ ୧୦.୪୫ରେ ଯାତ୍ରା ଆରମ୍ଭ କରି ଅପରାହ୍ନ ୪.୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା। ଏହା ପୂର୍ବରୁ ମଧ୍ୟ ‘ଅବୁଧାବି ଓଡ଼ିଆ ସମାଜ’ ଓ ଓଡିଆ ସମାଜ ୟୁଏଇ ପ୍ରଚେଷ୍ଟା ଫଳରେ ୨୧୫ ଜଣ ପ୍ରବାସୀ ଓଡିଆ ଓଡିଶା ଫେରିଥିଲେ।

ପ୍ରବାସୀ ଓଡିଆଙ୍କୁ ଓଡିଶା ଫେରାଇବାରେ ଅବୁଧାବି ଓଡ଼ିଆ ସମାଜ ଓ ଓଡିଆ ସମାଜ ୟୁଏଇକୁ ସମସ୍ତ ପ୍ରକାର ସମର୍ଥନ କରୁଥିବା କାରଣରୁ ଓଡିଶା ସରକାର, ୟୁଏଇରେ ଥିବା ଦୂତାବାସ, ଦୁବାଇରେ ଥିବା କନସୁଲେଟ୍ ଜେନେରାଲ୍ ଅଫ୍ ଇଣ୍ଡିଆ ଏବଂ ୟୁଏଇ ସରକାରଙ୍କୁ ଧନ୍ୟବାଦ ଦେବା ଜଣାଇଛନ୍ତି। ମହାମାରୀ କରୋନା ସମୟରେ ଅଭାବୀ ଲୋକଙ୍କୁ ସହାୟତା କରିବାରେ ସେମାନଙ୍କର ଆନ୍ତରିକ ଏବଂ ନିରନ୍ତର ଉଦ୍ୟମ ପାଇଁ ‘ଅବୁଧାବି ଓଡ଼ିଆ ସମାଜ’(ଓଏସଏ)ଓଡିଆ ସମାଜ ୟୁଏଇ(ଓଏସୟୁଏଇ)ସମସ୍ତ ସଦସ୍ୟଙ୍କୁ ପ୍ରବାସୀ ଓଡିଆମାନେ ଧନ୍ୟବାଦ ଜଣାଇଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories