www.samajalive.in
Sunday, December 7, 2025
15.1 C
Bhubaneswar

ବାହାରିନରୁ ଆସନ୍ତାକାଲି ଫେରିବେ ପ୍ରବାସୀ ଓଡ଼ିଆ 

ନୂଆଦିଲ୍ଲୀ : ସମଗ୍ର ପୃଥିବୀ ପ୍ରବାସୀ ଭାରତୀୟ ମାନଙ୍କ ପ୍ରତ୍ୟାବର୍ତ୍ତନର ବ୍ୟବସ୍ଥାରେ ଲଗିପଡିଥିବା ବେଳେ ବନ୍ଦେ ଭାରତ ମିଶନ ମାଧ୍ୟମରେ ମଧ୍ୟପ୍ରାଚ୍ୟ ଦେଶରେ ରହୁଥିବା ପ୍ରବାସୀ ମାନେ ମଧ୍ୟ ନିଜ ଭିଟାମାଟିକୁ ଫେରିଆସିବାର ସୌଭାଗ୍ୟ ଲାଭ କରିଛନ୍ତି।

କୋରୋନାର ପ୍ରକୋପ ପ୍ରାୟ ସମଗ୍ର ମଧ୍ୟପ୍ରାଚ୍ୟରେ ରହୁଥିବା ଶ୍ରମିକ ମାନଙ୍କ ପାଇଁ ଏକ ଉଗ୍ର ସମସ୍ୟା ରୂପେ ମୁଣ୍ଡ ଟେକିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଜୀବିକା ହରେଇ ବିପର୍ଯ୍ୟସ୍ତ ଆର୍ଥିକ ତଥା ସ୍ଵାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି। ତେବେ ଲକଡାଉନ୍ ଯୋଗୁଁ ଉପୁଜୁଥିବା ଗମନାଗମନ ତଥା ପରିବହନର ଅସୁବିଧାକୁ ଏଡ଼ାଇବା ପାଇଁ ସିଧାସଳଖ ଭୁବନେଶ୍ୱର ପହଞ୍ଚିବାର ବନ୍ଦୋବସ୍ତ କରାଯାଇଛି।

- Advertisement -

ପରିସ୍ଥିତିର ଭୟାବହତାକୁ ପରିଲକ୍ଷିତ କରି ‘ବାହାରିନ ଓଡ଼ିଆ ସମାଜ’ ଅଣ୍ଟା ଭିଡ଼ି ଆଗେଇ ଆସିଛି ବାହାରିନ ରେ ରହୁଥିବା ଓଡ଼ିଆଙ୍କ ସହାୟତା ପାଇଁ। ସାଧାରଣ ସମ୍ପାଦକ ଶ୍ରୀମତୀ ସୁସ୍ମିତା ରାଉତ କହିଛନ୍ତି ଯେ ଓଡ଼ିଆ ସମାଜ ପ୍ରବାସୀ ଶ୍ରମିମାନଙ୍କୁ ଖାଦ୍ୟ ତଥା ଆବଶ୍ୟକ ସାମଗ୍ରୀ ଯୋଗେଇବା ସହ ମାନସିକ ଆଶ୍ୱାସନା ମଧ୍ୟ ଦେଇ ଆସୁଛି। ଏହା ଛଡା ଭାରତ ସରକାର, ରାଜ୍ୟ ସରକାର ତଥା ବାହାରିନସ୍ଥିତ ଭାରତୀୟ ଦୂତାବାସ ସହ ଅହରହ ସଂପର୍କରେ ରହି ଆସନ୍ତା ଜୁନ୍ ୨୦ ତାରିଖ ଦିନ ସିଧାସଳଖ ବାହାରିନରୁ ଭୁବନେଶ୍ୱର ବିମାନ ସେବାର ବ୍ୟବସ୍ଥା କରାଯାଇଛି।

ଏହି ସମସ୍ତ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଏୟାର ଇଣ୍ଡିଆର ଏକ ବିମାନ ସେବାର ବନ୍ଦୋବସ୍ତ ହୋଇ ପାରିଥିବାରୁ ସମାଜର ଉପସଭାପତି ଶ୍ରୀ ବିଦୂଷ୍ ନନ୍ଦ ସମସ୍ତଙ୍କୁ ଭୂରି ଭୂରି ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି।

ପ୍ରବାସୀ ମାନେ ଆନନ୍ଦରେ ଫ୍ଲାଇଟ ଯୋଗେ ଓଡ଼ିଶା ଫେରିବାର ଦେଖି ସମାଜର ସଭାପତି ଶ୍ରୀ ତପନ ମିଶ୍ର ଆଶ୍ୱସ୍ତି ଲାଭ କରିଛନ୍ତି। ଏଥି ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଦେଶିକ ବ୍ୟାପାର ମନ୍ତ୍ରୀ  ଏସ ଜୟ ଶଙ୍କର, ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ବାହାରିନ ସ୍ଥିତ ଭାରତୀୟ ଦୂତାବାସକୁ, ଭୁବନେଶ୍ୱରକୁ ବିମାନ ସେବା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ ବାହାରିନ ରେ ରହୁଥିବା ଓଡ଼ିଆ ଶ୍ରମିକ ଭାଇଙ୍କ ହିତ ପାଇଁ ସମାଜ ସର୍ବଦା ତତ୍ପର। ବିଶେଷ କରି ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କ ଥଇଥାନ ପାଇଁ ସମାଜ ସମସ୍ତ ପ୍ରକାର ସୁବିଧା ଓ ସୁଯୋଗ ଯୋଗେଇବା ପାଇଁ ପ୍ରତିଜ୍ଞାବଦ୍ଧ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories