www.samajalive.in
Saturday, December 6, 2025
15.1 C
Bhubaneswar

ବସ୍ତର ଅଞ୍ଚଳରେ ଅନେକ ମାଓବାଦୀ କରୋନା ଆକ୍ରାନ୍ତ

ରାୟପୁର : ଛତିଶଗଡ଼ର ମାଓ ପ୍ରବଣ ବସ୍ତର ଅଞ୍ଚଳରେ ଅନେକ ମାଓବାଦୀ କରୋନା ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କୁ ଦଳରୁ ବିଦା କରିଦିଆଯାଉଥିବା ପୁଲିସ କହିଛି। ବସ୍ତର ଡିଭିଜନର ବିଜାପୁର ଜିଲ୍ଲାରୁ ପୁଲିସ ଜଣେ ମହିଳା ମାଓବାଦୀକୁ ଗିରଫ କରିଛି। ସେଇ ମାଓବାଦୀ ଜଣଙ୍କ ପ୍ରାୟ ୧୦ବର୍ଷ ହେବ ସଂଗଠନ ସହ ଜଡ଼ିତ ଥିଲେ। ଥଣ୍ଡା, ଜ୍ୱର ଏବଂ କାଶ ହେବାରୁ ତାଙ୍କୁ ସଂଗଠନରୁ ତଡ଼ି ଦିଆଯାଇଥିବାପୁଲିସ୍‍ କହିଛି। ଏବେ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ଜଣାପଡ଼ିଛି। ସେହି ମହିଳା ମାଓବାଦୀ ଜଣଙ୍କ କହିଛନ୍ତି, କରୋନା ଜନିତ କୌଣସି ଲକ୍ଷଣ ପ୍ରକାଶ ପାଇଲେ ମାଓସଂଗଠନରୁ ସେମାନଙ୍କୁ ବିଦା କରି ଦିଆଯାଉଛି।

ବସ୍ତର ପୁଲିସ୍‍ ଆଇ.ଜି. ସ୍ଥାନୀୟ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି ଯେ ମାଓ ସଂଗଠନରୁ କୌଣସି ସଦସ୍ୟ ଯଦି ଗାଁକୁ ଫେରନ୍ତି, ତେବେ ସେ ସଂପର୍କରେ ସେମାନେ ପୁଲିସ୍‍କୁ ତୁରନ୍ତ ଜଣାଇବା ଆବଶ୍ୟକ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories