ରଥଯାତ୍ରା ପ୍ରସ୍ତୁତି ବୈଠକ

ଚୌଦ୍ୱାର : ଚୌଦ୍ୱାର ଚାରବାଟିଆ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ମହାପ୍ରଭୁ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ସୌଭିକ୍ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗାମୀ ରଥଯାତ୍ରକୁ ସରସ ସୁନ୍ଦର କରିବା ପାଇଁ ବୈଠକରେ ଯୋଗଦେଇଥିବା ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ସେ ନିବେଦନ କରିଥିଲେ। ଏହି ପବିତ୍ର ଉତ୍ସବ ଆୟୋଜନରେ ସ୍ଥାନୀୟ ଜନସାଧାରଣ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବାକୁ ସେ ନିବେଦନ କରିଥିଲେ । ଚଳିତ ବର୍ଷ ୩୨ଫୁଟର ରଥ ହେଉଥିବାରୁ ରଥ ଟଣା ସମୟରେ ରାସ୍ତାରେ ଯେପରି ବାଧା ନ ଉପୁଜେ ସେଥି ନିମନ୍ତେ ନଜର ଦେବା ପାଇଁ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ପୌର ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର, ଆଇଆଇସି ବିରଞ୍ଚି ନାରାୟଣ ପତି, ଦିଲ୍ଲୀପ ମର୍ଦ୍ଦରାଜ ଭୁୟାଁ, ଜନସ୍ୱାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିରଜା ପ୍ରସାଦ ପ୍ରଧାନ, ସହକାରୀ ନର୍ବାହୀ ଯନ୍ତ୍ରୀ ଶମ୍ବୁନାଥ ସେଠୀ, ଚୌଦ୍ୱାର ଆରଆଣ୍ଡବି ସହକାରୀ ଯନ୍ତ୍ରୀ ବସନ୍ତ କୁମାର ବେହେରା, ଫରେଷ୍ଟର ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ଟାଟା ପାୱାରର ଯନ୍ତ୍ରୀ ସୌମ୍ୟ ରଞ୍ଜନ ସ୍ୱାଇଁ, ଇମ୍ପାର ଲୋକ ସଂପର୍କ ଅଧିକାରୀ ଧୃବଚରଣ ରାଉତ, ଜଗନ୍ନଥ ଭକ୍ତ ସମାଜର ସନ୍ତୋଷ କୁମାର ଧର୍, ଟ୍ରଷ୍ଟି ସୁବ୍ରତ ସାମଲ, ପୌର ଯନ୍ତ୍ରୀ ଶୁଭଶ୍ରୀ ବେହେରା, ସଞ୍ଜୟ କୁମାର ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରଥଯାତ୍ରାକୁ ସୁପରିଚାଳନା ନିମନ୍ତେ ସମସ୍ତ ପ୍ରକାର ସହଯୋଗ ଦେବା ପାଇଁ ପ୍ରତିଶ୍ରୁତିି ଦେଇଥିଲେ । ସ୍ଥାନୀୟ କାଉନସିଲର ବିଜୟ କୁମାର ମଲ୍ଲିକ, ବିରାଟ ବଜାର ସଭାପତି ପ୍ରଶାନ୍ତ ବରାଳ, ମୀନକେତନ ପଣ୍ଡା, ସ୍ୱାଧିନ ଦାସ, ଧୃବ ଚରଣ ଦାସ, ଦୁର୍ଯ୍ୟଧନ ଶତପଥି, ରଞ୍ଜନ ସାହୁ, ରଞ୍ଜନ ବାରିକ, ଚାରଣ ଗୋଷ୍ଠିର ସଦସ୍ୟ, ଚୌଦ୍ୱାର ଭକ୍ତ ସମାଜର ସଦସ୍ୟଙ୍କ  ସମେତ ରଥଯାତ୍ରା ପରିଚାଳନା କମିଟିର ସଦସ୍ୟ ବୃନ୍ଦ ଓ ସ୍ଥାନୀୟ ଜନସାଧାରଣ ଏହି ବୈଠକରେ ଯୋଗ ହୋଇଥିଲେ।

Comments are closed.