www.samajalive.in
Tuesday, December 9, 2025
15.1 C
Bhubaneswar

ତିନିରଥରେ ଲାଗିଲା ପ୍ରଭା

ପୁରୀ : ଶୁକ୍ରବାର ତିନିରଥରେ ଶ୍ରୀଜୀଉଙ୍କ ସିଂହାସନ ପଛପଟେ ପ୍ରଭା ସଂଯୋଗ କରାଯାଇଛି। ସେଥିରେ ରୂପକାରମାନେ ନୃସିଂହ ମୂର୍ତ୍ତି ଖୋଦେଇ କରିଥିବା ବେଳେ ଚିତ୍ରକାର ରଙ୍ଗ କରିଛନ୍ତି। ଦୁଆରବେଢାରେ କନାପକା ଶେଷ ହୋଇଛି। ମଗରବତା ଗୁଡିକରେ ମଗରପଟି ପକାଯାଇଛି। ଦରଜି ସେବକମାନେ ଯୋଡେଇ କାର୍ଯ୍ୟ ଶେଷ କରିଛନ୍ତି। କଳାଛତି ଓ ଧଳାଛତି ସମେତ ଓଲାରରେ କନା ପକାଯାଇଛି। ତିନିରଥ ତଳେ ଲାଗିବାକୁ ଥିବା ବ୍ରେକ୍‌ରେ ରବର ଲଗାଯାଇ ରଙ୍ଗ କରାଯାଇଛି। କେତେକ ଅଖରେ ଫାଟ ଦେଖା ଦେଇଥିବାରୁ ଲୁହା ବଳା ଲଗାଯାଇଛି। ଆଗାମୀ ୧୨ତାରିଖ ଶ୍ରୀଗୁଣ୍ଡିଚା ଯାତ୍ରାଦିନ ନିର୍ଦ୍ଧାରିତ ସମୟ ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଅନୁଷ୍ଠିତ ହେବବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଲେ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ଏପର୍ଯ୍ୟନ୍ତ ସେବାୟତ ଏବଂ ମନ୍ଦିର ପ୍ରଶାସନ କର୍ମଚାରୀଙ୍କ ସମେତ ପ୍ରାୟ ୨ହଜାର ଲୋକଙ୍କ କରୋନା ପରୀକ୍ଷା କରାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ସବୁ ସେବାୟତଙ୍କୁ ନୂଆ ଗାମୁଛା ଏବଂ ତୁଣ୍ଡି ଯୋଗାଇ ଦିଆଯିବ। ରଥଯାତ୍ରାରେ କରୋନା କଟକଣା କଡାକଡି କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories