www.samajalive.in
Saturday, December 6, 2025
16.1 C
Bhubaneswar

ରାଷ୍ଟ୍ରୀୟ ଲୋକଅଦାଲତରେ ୮୩,୬୭୫ ମାମଲାର ଫଇସଲା

ଭୁବନେଶ୍ୱର: ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଜିଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ଯଥା-ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା ଓ ବେଗୁନିଆ ଏବଂ ଗ୍ରାମ୍ୟ ନ୍ୟାୟାଳୟ ଟାଙ୍ଗୀ ପରିସରରେ ଏକ ରାଷ୍ଟ୍ରୀୟ ଅଦାଲତ ଜିଲା ଓ ଦୌରାଜଜ୍‌ ତଥା ଅଧ୍ୟକ୍ଷ, ଜିଲା ଆଇନ ସେବା ପ୍ରାଧିକରଣ, ଖୋର୍ଦ୍ଧା, ଭୁବନେଶ୍ୱର ନିଶିଥ୍‌ ନିଶାଙ୍କଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଚଳିତ ବର୍ଷର ଏହି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ସାଲିସ୍‌ ଯୋଗ୍ୟ ଫୌଜଦାରୀ ଓ ଦେୱାନି ମାମଲା, ଗାଡ଼ି ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ ଓ ବୈବାହିକ ମାମଲା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍‌ ବାଉନ୍ସ, ରାଜସ୍ୱ, ଖାଉଟି ବ୍ୟାପାର, ଟେଲିଫୋନ ଅନାଦେୟ ସର୍ବମୋଟ ୧,୧୭,୩୮୫ ମାମଲାମାନ ଜିଲାର ବିଭିନ୍ନ ଅଦାଲତମାନଙ୍କରେ ଆଗତ କରାଯାଇ ସେଥି ମଧ୍ୟରୁ ୮୩,୬୭୫ ଗୋଟି ମାମଲାର ଉଭୟ ପକ୍ଷଙ୍କ ଆପୋଷ ବୁଝାମଣା ଜରିଆରେ ଫଇସଲା କରାଯାଇ ସର୍ବମୋଟ ୩୦,୩୦,୩୨,୮୧୨ ଟଙ୍କା ଜୋରିମାନା ଏବଂ ରାଜିନାମା ଓ ରାଜସ୍ୱ ଆଦାୟ କରାଯାଇଥିଲା।

- Advertisement -

ଉକ୍ତ ଲୋକ ଅଦାଲତରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀଗଣ, ଆଇନଜୀବୀ, ରାଜସ୍ୱ ଅଧିକାରୀ, ଆଞ୍ଚଳିକ ବ୍ୟାଙ୍କ ପଦାଧିକାରୀ, ବୀମା କମ୍ପାନିମାନଙ୍କର ଅଧିକାରୀବୃନ୍ଦ, ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟର ସମସ୍ତ ଆଇନଜୀବୀ, ଟେଲିକମ୍‌ ଅଧିକାରୀ, କୋର୍ଟ ମ୍ୟାନେଜର, ଅଦାଲତର ସମସ୍ତ କର୍ମଚାରୀ, ପୁଲିସ ପ୍ରଶାସନ ଉପସ୍ଥିତ ଥିଲେ । ଶେଷରେ ଉକ୍ତ ଲୋକ ଅଦାଲତର ସାମୁଦାୟିକ ସଫଳତା ପାଇଁ ପ୍ରାଧିକରଣଙ୍କ ପକ୍ଷରୁ ଏହାର ସଚିବ ସୌଦାମିନୀ ସିଂ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓ ସମସ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେବା ସହ ପରବର୍ତ୍ତୀ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ୧୪/୧୧/୨୦୨୪ ପାଇଁ ଆଗୁଆ ପ୍ରସ୍ତୁତି ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରିଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories