www.samajalive.in
Saturday, December 6, 2025
16.1 C
Bhubaneswar

ବିଦ୍ୟାଳୟରେ ସ୍ବଚ୍ଛତା ପକ୍ଷ ପାଳନ, ପରିବେଶ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ

ପିପିଲି : ପିପିଲି ବ୍ଲକ ର ଗୋବିନ୍ଦପୁର କ୍ଲଷ୍ଟର ଅନ୍ତର୍ଗତ ଆରୁହା ୟୁଜିୟୁପି ବିଦ୍ୟାଳୟ ,ଅଡଙ୍ଗପଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ , ଗୋବିନ୍ଦପୁର ନୋଡାଲ ୟୁପି ସ୍କୁଲ, ତଲଉ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପୁର ହାଇସ୍କୁଲ, ହରିଅନ୍ତା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶିଉଳା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ, କୁଞ୍ଜର ପ୍ରାଥମିକ ବିଦ୍ୟାଳୟ, ନୀଳକଣ୍ଠ ନୋଡାଲ ୟୁପି ସ୍କୁଲ, କଣ୍ଟାପଡ଼ା ପ୍ରାଥମିକ ବିଦ୍ୟାଳୟ, ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାପୀଠ ଏବଂ ୟୁପି ବିଦ୍ୟାଳୟ ରେ ସିଆରସିସି ଚିନ୍ତାମଣି ଓଝାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଶନିବାର ସ୍ବଚ୍ଛତା ପକ୍ଷ ପାଳିତ ହୋଇଯାଇଛି।
ଏହି ଅବସରରେ ସ୍ବଚ୍ଛତା ପକ୍ଷ ପକ୍ଷରୁ ଶପଥପାଠ, ବିଦ୍ୟାଳୟ ପରିବେଶ ପରିଷ୍କାର ପରିଚ୍ଛନ୍ନତା ଓ ପରିଚାଳନା କମିଟି ସଦସ୍ୟ ମାନଙ୍କୁ ସଚେତନତା, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଗୋଷ୍ଠି ସଚେତନତା, ପ୍ରାକୃତିକ ପଦାର୍ଥ ଜଳ,ବୃକ୍ଷ, ମୃତ୍ତିକା ଆଦି ସୁରକ୍ଷା ଏବଂ ଏକକ ପ୍ଲାଷ୍ଟିକ ବ୍ୟବହାରକୁ ବାରଣ କରିବା, ପିଲାମାନଙ୍କ ମଧ୍ୟରେ ପ୍ରବନ୍ଧ, କୁଇଜ୍, ଚିତ୍ରାଙ୍କନ, ସ୍ଲୋଗାନ ଆଦି ପ୍ରତିଯୋଗିତା ସହ ହାତଧୁଆ ପ୍ରଶିକ୍ଷଣ,ସ୍ବାସ୍ଥ୍ୟ ର ଯତ୍ନ, ସ୍ବଚ୍ଛତା ପୋଷ୍ଟର, ପ୍ଲାକାର୍ଡ, ସ୍ଲୋଗାନ ପ୍ରଦର୍ଶନ, ପରିଚାଳନା କମିଟି ବୈଠକରେ ସ୍ବଚ୍ଛତା ଆକ୍ସନ ପ୍ଲାନ୍ ପ୍ରସ୍ତୁତି, ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆଦି କରାଯାଇଥିଲା। ଶିଉଳା ପ୍ରାଥମିକ ବିଦ୍ୟାଳୟରେ ଆଶାକର୍ମୀ ଅନୀତା ପଣ୍ଡା ପିଲାମାନଙ୍କୁ ହାତଧୁଆ ପ୍ରଶିକ୍ଷଣ ଦେଇଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories