www.samajalive.in
Saturday, December 6, 2025
26.1 C
Bhubaneswar

ଭଦ୍ରକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୩୮୧ ଟି ମୋକଦ୍ଦମା ଆପୋଷ ସମାଧାନ

ଭଦ୍ରକ: ତୃତୀୟ ଲୋକ ଅଦାଲତ ଜାତୀୟ ଆଇନ ସେବା ପ୍ରାଧିକାରଣ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶ କ୍ରମେ ଭଦ୍ରକ ଜ଼ିଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଜ଼ିଲା ଆଇନ ସେବା ପ୍ରାଧିକାରଣର ସଚିବ ନେହା ଅଗରୱାଲ ଏହି ଲୋକ ଅଦାଲତକୁ ପରିଚାଳନା କରିଥିଲେ।  ଏହି ଅବସରରେ ମୋଟ ୬୪, ୧୦୯, ୭୯୩ ଟଙ୍କାରେ ୨୩୮୧ଟି ମୋକଦ୍ଦମମାର ଆପୋଷ ସମଧାନ ହୋଇଥିଲା ।

ସେଗୁଡିକ ମଧ୍ୟରେ ବିଭିନ୍ନ ମୋଟର ଯାନ ଦୁର୍ଘଟଣା ଦାବି ତ୍ରିବୁନାଲର ବିଚରାଧୀନ ଥିବା ୫୪ ଟି ମାମଲାର ୩୦୪୬୦୦୦୦ ଟଙ୍କାରେ, ୪୦ ଟି ଚେକ ବାଉନ୍ସ, ପୁନଃରୁଦ୍ଧାର ମାମଲା ୮୫୭୦୮୭୪ ଟଙ୍କାରେ, ୨୦ ଟି ବୈବାହିକ ବିବାଦ, ୧୭୬୮ ଟି ରାଜସ୍ବ ମୋକଦ୍ଦମା,୩୧୯୯୬୨ ଟଙ୍କାରେ, ୮୪ ଟି ଅନ୍ୟାନ୍ୟ ଦେୱାନୀ ମାମଲା, ପ୍ରାକ ମୋକଦ୍ଦମା ମଧ୍ୟରେ ବିଭିନ୍ନ ବ୍ୟାଙ୍କ ର ୧୬ ଟି ବ୍ୟାଙ୍କ ଋଣ ମାମଲା ୩୦୯୩୦୦୬ ଟଙ୍କାରେ ଭାରତ ସଂଚାର ନିଗମ ଲିମିଟେଡ଼ ର ଟେଲିଫୋନେ ବିଲ ସମ୍ବନ୍ଧୟ ୧୯ ଟି ମାମଲା ୪୨୧୫୩ ଟଙ୍କାରେ ଆପୋଷ ବୁଝା ମଣା ମାଧ୍ୟମରେ ସମାଧାନ କରା ଯାଇ ଅଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories