www.samajalive.in
Saturday, December 6, 2025
14.1 C
Bhubaneswar

ତୁଳାପଡା ଗ୍ରାମରେ ନୂଆଖାଇ ଭେଟଘାଟ

ନର୍ଲା:  ତୁଳାପଡା ଗ୍ରାମରେ ନୂଆଖାଇ ଭେଟଘାଟ ଧୁମଧାମରେ ଅନୁଷ୍ଠିତ ହୋଇ ଯାଇଛି । ସକାଳ ସମୟରେ ମା’ ପାଝରାଣୀ ଦେବୀ ପୀଠରୁ ମଶାଲ ଶୋଭାଯାତ୍ରା ବାହାରି ଜଗନ୍ନାଥ ମନ୍ଦିର ନିକଟ ମଞ୍ଚରେ ସ୍ଥାପନ କରାଯାଇ ଥିଲା । ତାପରେ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଅନେକ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା କରାଗଲା ପରେ ଅପରାହ୍ଣ ୫ଟାରେ ସଭାକାର୍ଯ୍ଯ ଆରମ୍ଭ କରାଯାଇଥିଲା।

ଗ୍ରାମର ଗଉଁଟିଆ ତଥା ନୂଆଖାଇ ଭେଟଘାଟ ସଭାପତି ମନ ମୋହନ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଲ୍ଲୀହାର ପଧାନ-ତୁଳାପଡା ସରପଞ୍ଚ, ମୁଖ୍ୟ ବକ୍ତା- ବିଶିଷ୍ଟ ଲେଖକ ପଦ୍ମଲୋଚନ ମିଶ୍ର, ସମ୍ମାନିତ ଅତିଥି ଭାବେ ଲକ୍ଷ୍ମଣ ଷଡଙ୍ଗୀ, ନିର୍ମଳ ନାୟକ, ବିଦୁର ନାୟକ, ଦୁଃଖିଶ୍ୟାମ ନାୟକ ଉପସ୍ଥିତ ଥିଲେ । ମନୋଜ କୁମାର ଷଡଙ୍ଗୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

- Advertisement -

ଡଃ କିଶୋର ଚନ୍ଦ୍ର ତ୍ରିପାଠୀ ଧନ୍ଯବାଦ ଅର୍ପଣ କରିଥିଲେ । ଗ୍ରାମର ୨୪ ଜଣ ବରିଷ୍ଠ ନାଗରିକ ସହ ଡାକ୍ତରୀ ଶିକ୍ଷା ଗ୍ରହଣ କରିଥିବା ବିଶ୍ବଜିତ ମହାନ୍ତ,ଚିତ୍ତରଞ୍ଜନ ମିଶ୍ର ଓ ଆଲିସା ନାୟକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା। ଦଉଡି ଟଣା ଏବଂ ହାଣ୍ଡି ପିଟା କାର୍ଯ୍ୟକ୍ରମ ବେଶ ରୋମାଞ୍ଚକର ହୋଇଥିଲା ।ରଙ୍ଗାରଙ୍ଗ ମନୋରଞ୍ଜନ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ପାରିଥିଲା।

ପ୍ରଥମ କରି ଏପରି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନରେ ଗ୍ରାମବାସୀ ବହୁତ ଆନନ୍ଦ ଅନୁଭବ କରିଥିଲେ ।ରାଜେନ୍ଦ୍ର ନାୟକ, ଆଶୁତୋଷ ଷଡଙ୍ଗୀ, ସୁନିଲ ପଧାନ, ଶରତ ନାୟକ, ସୁରେଶ ନାୟକ, ମନ ମୋହନ ଭୋଇ, ବସନ୍ତ ନାୟକ, ନରେଶ ନାୟକ,  ରଜତ ନାୟକ, ଅରୁଣ ନାୟକ, ମୁକୁନ୍ଦ ନାୟକ ପ୍ରମୁଖ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରିଥିଲେ। ସନ୍ତୋଷ ନାୟକ ଓ ଯାଦବ ପଧାନ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା କରିଥିଲେ ।ପୁରସ୍କାର ବିତରଣ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories