ବାଙ୍ଗିରିପୋଷି : ମୟୁରଭଞ୍ଜ ଜିଲ୍ଲାରେ ଯାଇଥିବା ୪୯ ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଆଜି କିଛି ପରିମାଣରେ ପଥର ମାଟି ଅତଡା ଖସି ପଡିଛି । ବାଙ୍ଗିରିପୋଷି ଘାଟିରେ ପ୍ରଥମ ଥର ଏଭଳି ଘଟଣା ଦେଖିବାକୁ ମିଳିଛି। ପୂର୍ବରୁ ବାଙ୍ଗିରିପୋଷି ଘାଟିରେ ଏଭଳି କେବେ ଅତଡା ଖସିବା ଦେଖିବାକୁ ମିଳିନଥିଲା ।
ଘାଟି ରାସ୍ତାରେ ସବୁବେଳେ ଚଳପ୍ରଚଳ ଲାଗି ରହିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛି ଏକ ମାଲ୍ ବୋଝେଇ ଟ୍ରକ। ପାଖାପାଖି କୋଡ଼ିଏରୁ ତିରିଶି ଫୁଟ ଅଞ୍ଚଳର ପଥର ଧସି ପଡ଼ିଥିବା ବେଳେ ସୌଭାଗ୍ୟବଶତଃ କାହାରି କିଛି ଅଘଟଣ ଘଟିନାହିଁ। କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଘାଟି ରାସ୍ତା ସମ୍ପ୍ରସାରଣ କରୁଥିବା ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏପରି ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଦ୍ୱାରଶୁଣି ଘାଟି ରାସ୍ତାରେ ଖସିଲା ପଥର ଅତଡା, ଯାତାୟତ ବାଧାପ୍ରାପ୍ତ
Popular Categories



