ମେଷ: ମନ ବ୍ୟାକୁଳିତ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବେ। ସରକାରୀ ଅର୍ଥ ପାଇପାରନ୍ତି। ନିଜ କର୍ମରେ ଦକ୍ଷତା ପ୍ରତି ପାଦନ କରିବେ। ଚତୁର ହେବେ। ଧର୍ମ କ୍ରିୟାରତ ଓ ମନୋଜ୍ଞ ହେବେ।
ବୃଷ: ପାରିବାରିକ ସ୍ତରରେ ବାଦ-ବିବାଦ ଉପୁଜି ପାରେ; ଆନନ୍ଦ-ଉତ୍ସବ ଉଣା ହେବ ନାହିଁ। ବୁଦ୍ଧିମାନ୍ ହେବେ। ସରକାରୀ ମାନ୍ୟତା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପରୋପକାରୀ ହେବେ। ଭୋଗାସକ୍ତ ହେବେ। ଗୁଣୀ ହେବେ।
ମିଥୁନ: ଯୋଜନା ଫଳପ୍ରସୂ ହୋଇପାରେ। ନିର୍ଭୀକ ଭାବେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ରାଜ ପ୍ରାସାଦ ହେତୁକ ସୁଖ ମିଳିପାରେ। ସୁବର୍ଣ୍ଣାଦି ମୂଲ୍ୟବାନ୍ ଧାତୁଦ୍ରବ୍ୟ ସହିତ ଯାନ-ବାହନ ସୁଖ ପାଇପାରନ୍ତି।
କର୍କଟ: ଅଟକି ରହିଥିବା ଅର୍ଥ ମିଳିବ। ସେଥି ପାଇଁ ଆତ୍ମ ସନ୍ତୋଷ ମିଳିପାରେ। ଉଚ୍ଚଆଶା ଫଳବତୀ ହେବ। ବିଭିନ୍ନ ସ୍ତରରେ ପ୍ରଶଂସିତ ହୋଇପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ବିପଦ ଥିଲେ ବି ଗୁରୁ କୃପାରୁ ଉଧୁରିବେ।
ସିଂହ: ଯାନ-ବାହନ ଚଳାଚଳ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ପାରିବାରିକ ସୁଖ ମିଳିପାରେ। ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ହିଂସା ମାର୍ଗରେ ମନ ମିଳିଲେ ବି ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ।
କନ୍ୟା: ବିରୋଧରରୁ ମୁକ୍ତି ପାଇବେ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। ବିଳାସ ବ୍ୟସନ ପାଇଁ ଉତ୍ସାହ ବୃଦ୍ଧି ପାଇବ। ସୁଗୁଣଯୁକ୍ତ କନ୍ୟା, ଉତ୍ତମା ପତ୍ନୀ ସୁବର୍ଣ୍ଣ ପୁତ୍ର ଲାଭ ହୋଇପାରେ।
ତୁଳା: ପରିବେଶ ଆପଣଙ୍କ ପାଇଁ ଲାଭପ୍ରଦ ହେବ। କିଛି କାର୍ଯ୍ୟ କରିବାକୁ ହେଲେ ଅନ୍ୟର ସହାୟତା ନେବାକୁ ପଡ଼ିବ। ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ରାଜପୂଜିତ, ବାହାନଯୁକ୍ତ ଗ୍ରାମାଧୀଶ, ପରାକ୍ରମଶାଳୀ ଓ ବହୁ ପୋଷକ ହେବେ।
ବିଛା: ନିଜ ଅଧିକାର ସାବ୍ୟସ୍ତ କରି ଆଗକୁ ବଢ଼ି ଚାଲିବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଯଥେଷ୍ଟ ପରିମାଣା ହେବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ବନ୍ଧୁ ସହାୟତା ମିଳିବ। ସୁସ୍ଥ ଓ ନିରାମୟ ରହିବେ। ଉତ୍ତମ ଭୋଜନ ମିଳିବ।
ଧନୁ: ଆତ୍ମୀୟମାନଙ୍କ ଅକୁଣ୍ଠ ସମର୍ଥନ ପାଇବେ। ପାରିବାରିକ ସୁଖ ମିଳିବ। ମନ ପ୍ରସନ୍ନ ରହିବ। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ସୌନ୍ଦର୍ଯ୍ୟ ଉପଭୋଗ କରି ଆତ୍ମହରା ହୋଇପାରନ୍ତି। ଜନସାଧାରଣଙ୍କର ସ୍ନେହ ମମତା ଓ ପ୍ରଶଂସାର ପାତ୍ର ହେବେ।
ମକର: ପ୍ରିୟ ଲୋକଙ୍କ ସାହାଯ୍ୟ, ସହାନୁଭୂତି ପାଇପାରନ୍ତି । ବିଭିନ୍ନ ସୂତ୍ରରୁ ଧନଲାଭର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିବ। ଗୁରୁକୃପା ଲାଭ କରିବେ। ପରିସ୍ଥିତି ଅନୁକୂଳ ରହିଛି। ସମ୍ମାନିତ ହେବେ। ଶିଳ୍ପ ପାରଦର୍ଶୀ ହେବେ।
କୁମ୍ଭ: ଧର୍ମସଭାରେ ନିଜକୁ ସାମିଲ କରିପାରନ୍ତି। ଭଲ ଆୟ ହେବ; ମାତ୍ର ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ସରକାରୀ ଧନ ମିଳିବ। କୀର୍ତ୍ତିମାନ୍ ଓ ଗୁଣଯୁକ୍ତ ହେବେ।
ମୀନ: ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କର୍ତ୍ତବ୍ୟନିଷ୍ଠ ହେବେ। ପ୍ରତାରିତ ହୋଇପାରନ୍ତି। ମାର୍ଗ କ୍ଳେଶକର ହେଲେ ବି ବହୁ ବହୁ ଶୁଭଫଳ ଆଶାକରାଯାଏ। ଶୌଯ୍ୟଯୁକ୍ତ ହୋଇପାରନ୍ତି । ବୁଦ୍ଧିମାନ୍ ହେବେ ।



