ସୋମବାର ରାଶିଫଳ

0

ମେଷ: କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ହୋଇପାରେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ଜନିତ ସୁଖଭୋଗ କରିବେ। କୀର୍ତ୍ତିମାନ ହୋଇପାରନ୍ତି। ଅପାରଗୁଣର ଅଧିକାରୀ ହେବେ। ପ୍ରସନ୍ନତା ଲାଭ କରିବେ।

ବୃଷ : ସ୍ୱାଧୀନ ଚେତ୍ତାଭାବେ କାର୍ଯ୍ୟ କରିପାରନ୍ତି। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ସରକାରୀ ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟୁଛି। ପ୍ରଦୂଷଣମୁକ୍ତ ଗୃହରେ ବାସ କରିବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ଓ ବହୁବିଧ ଧନ ପାଇବେ।

ମିଥୁନ: ଗୃହକାର୍ଯ୍ୟ ସମ୍ପାଦନରେ ସମସ୍ତଙ୍କୁ ସୁଖୀ କରାଇପାରନ୍ତି। ଅଧସ୍ତନମାନଙ୍କ କାର୍ଯ୍ୟ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ। ହସଖୁସିରେ ପାରିବାରିକ ଜୀବନ ବିତାଇବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କର୍କଟ: ବୃଥା କାର୍ଯ୍ୟରେ ଦିନ ବିତାଇ ପାରନ୍ତି। ଲୋଭଗ୍ରସ୍ତ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶତ୍ରୁ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସରକାରଙ୍କ କୋପ ଦୃଷ୍ଟି ରହିଛି।

ସିଂହ: ପଡ଼ୋଶୀଙ୍କ ସହଯୋଗ ପାଇବେ। ଜନସାଧାରଣଙ୍କ ଦ୍ୱାରା ସମ୍ମାନିତ ହେବେ। ମନୋରମା ପତ୍ନୀଙ୍କ ସାହଚର୍ଯ୍ୟ ମିଳିପାରେ। ସୁବର୍ଣ୍ଣାଦି ମୂଲ୍ୟବାନ ଧାତୁ ପଦାର୍ଥ ଲାଭ ହୋଇପାରେ। ବ୍ୟବସାୟ ଲାଭଜନକ ହେବ।

କନ୍ୟା: ଧୈର୍ଯ୍ୟବାନ୍‍ ହେବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ; କେବଳ ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ପରଧନରେ ଧନୀ ହେବେ। ରଜତ ଧନ ଦ୍ୱାରା ଧନଶାଳୀ ରସିକ ହେବେ।

ତୁଳା: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଚଳାଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜ୍ଞାନର ଭଣ୍ଡାର ହେବେ।

ବିଛା: ପ୍ରତାରକମାନଙ୍କୁ ଦୂରେଇ ଦେବେ। ମନରେ ଉଦ୍‍ବେଗ ଜାତ ହୋଇପାରେ। କୃଷି କ୍ଷେତ୍ରକୁ ତ୍ୱରାନ୍ୱିତ କରିପାରନ୍ତି। ଯାନବାହନ ଜନିତ ସୁଖ ପାଇବେ। ସୁଖୀ ହେବେ। ଗୃହର ପରିବେଶ ଠିକ୍‍ ରହିବ। ନୃତ୍ୟ, ସଙ୍ଗୀତପ୍ରିୟ ହେବେ।

ଧନୁ: ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟ-ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। କର୍ମଠ ହେବେ। କର୍ମକୁ ଧର୍ମଭାବେ ବିବେଚନା କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଯଶସ୍ୱୀ ହେବେ। ଘାତଚନ୍ଦ୍ର ଯୋଗୁ ସତର୍କ ହେବେ।

ମକର: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପରିଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ପରମ ଭାଗ୍ୟଶାଳୀ ହେବେ। ନୀତିଜ୍ଞ ହେବେ। ଚଞ୍ଚଳମନା ହୋଇପାରନ୍ତି। ଅତିସୁଖୀ ଓ ସହିଷ୍ଣୁ ହେବେ।

କୁମ୍ଭ: ଆଶାବାଦୀ ହୋଇପାରନ୍ତି। ଧନବାନ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ବଳିଷ୍ଠ ଓ ସୁନ୍ଦର ବପୁଯୁକ୍ତ ହେବେ। ଉତ୍ତମ ଭୋଜନ ମିଳିବ। ନୂଆ ବନ୍ଧୁ ଜୁଟି ପାରନ୍ତି। ସୁସ୍ଥ ଓ ନିରାମୟ ରହିପାରନ୍ତି।

ମୀନ: ମିତ୍ରମାନଙ୍କ ଠାରୁ ସାହାଯ୍ୟ ଆଶା କରିବା ବୃଥା ହୋଇପାରେ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଉତ୍ତମ ଗୁଣର ଅଧିକାରୀ ହେବେ। ନୀତିଯୁକ୍ତ ଓ ବିନୀତ ସ୍ୱଭାବର ହୋଇପାରନ୍ତି। ଯୁଦ୍ଧପ୍ରିୟ ହେବେ। ଚତୁର ଓ ଧନଯୁକ୍ତ ହୋଇପାରନ୍ତି।

Leave A Reply