www.samajalive.in
Monday, December 15, 2025
27.1 C
Bhubaneswar

ଗୁରୁବାର ରାଶିଫଳ

ମେଷ: ନୂତନ ଆୟର ପନ୍ଥା ଖୋଲିବ। ଯେକୌଣସି ସୂତ୍ରରୁ ଧନାଗମ ହୋଇପାରେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ତ୍ୟାଗଶୀଳ ଓ ନୀତିଜ୍ଞ ହୋଇପାରନ୍ତି। ଚଞ୍ଚଳମନା ହେବେ। ଅତି ସୁଖୀ ହେବେ। କୀର୍ତ୍ତିଶାଳୀ ହୋଇପାରନ୍ତି।

ବୃଷ: ସୁଖ-ସମ୍ମାନ ପାଇ ପାରନ୍ତି। ଭଲ ଆୟ ହେବ। ଧନାଗମର ସୂଚନା ମିଳୁଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆବନ୍ଧୁ ଜୁଟିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ଥ ରହିବେ। ସରକାର କିମ୍ବା ବନ୍ଧୁ ସହାୟତା ମିଳିବ।

- Advertisement -

ମିଥୁନ: ଧର୍ମକାର୍ଯ୍ୟରେ ଆଗ୍ରହୀ ହୋଇ ବହୁ ବ୍ୟୟ କରିବେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ବିବାଦୀୟ ଘଟଣାରେ ଜଡ଼ିତ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ଚୁଫ୍ ରହିବା​‌ ସବୁଠୁଁ ଭଲ। ଚକ୍ଷୁରେ ଯନ୍ତ୍ରଣା ଉପୁଜି ପାରେ। ବ୍ୟୟ ବୃଦ୍ଧି ହେବ।

କର୍କଟ: ଦକ୍ଷତାର ଉପଯୋଗ କରିବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଜ୍ଞାନଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ କୃପା ଲାଭ କରିବେ। ବିଭିନ୍ନ ଦିଗରୁ ଏପରିକି ସରକାରୀ ଧନ ମିଳିବ।

ସିଂହ: ବ୍ୟବସାୟ ଲାଭଜନକ ହେବ। ଶୁଭ ସମାଚାର ମିଳିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। କୀର୍ତ୍ତିମାନ୍‌ ହେବେ।

କନ୍ୟା: ଅଟକି ଥିବା କାର୍ଯ୍ୟରେ ଆଗେଇବେ। ଦୂରଯାତ୍ରା କରିପାରନ୍ତି। କାର୍ଯ୍ୟରେ ସଫଳତା ପାଇବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିବେ। ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ। ଦିନଟି ମଧ୍ୟମ ଧରଣର। ଭକ୍ତିଗାଥା ଶ୍ରବଣ କରିବେ।

ତୁଳା: ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ବାଭିମାନୀ ହୋଇପାରନ୍ତି। ଆଜି ଦିନରେ ଶୁଭକାର୍ଯ୍ୟ ସ୍ଥଗିତ ରଖିବା ଉଚିତ। ପତ୍ନୀଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। କଳହମୁକ୍ତ ହେବାକୁ ଚେଷ୍ଟା କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।

ବିଛା: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ବନ୍ଧୁ ସାହାଯ୍ୟ ପାଇ ବିଶେଷ ଉପକୃତ ହେବେ। ସୁଖକର ଘଟଣାମାନ ଘଟିପାରେ। କର୍ମରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସୁଗମ ଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିବେ।

ଧନୁ: ବନ୍ଧୁଙ୍କ ସହଯୋଗ ମିଳିପାରେ। ଶତ୍ରୁ ଦମନ ପାଇଁ ଉପାୟ ଚିନ୍ତା କରିବେ। ଶତ୍ରୁ ପରାଜିତ ହେବ। ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ। ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରଣୀୟ। କରଜ ଶୁଝି ପାରନ୍ତି।

ମକର: ହଜି ଥିବା ଦ୍ରବ୍ୟ ଖୋଜିଲେ ମିଳିବ। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ହଠାତ୍‌ କିଛି ଅର୍ଥ ମିଳିବ। ଶ୍ରମ ସାର୍ଥକ ହେବ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ପାଇ ଖୁସି ହେବେ।

କୁମ୍ଭ: ବୃତ୍ତିଗତ ଉନ୍ନତି ସମ୍ଭବ ହେବ। ଆପଣଙ୍କ ନିରବତା ଅନ୍ୟମାନଙ୍କର ଶଙ୍କାର କାରଣ ହେବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ପ୍ରଶସ୍ତ ରହିଛି। ଠାକୁର ଦର୍ଶନ ଲାଭ କରି ଆତ୍ମତୃପ୍ତି ଲାଭ କରିପାରନ୍ତି।

ମୀନ: ବ୍ୟବସାୟ ଲାଭଜନକ ହେବ। ଅପ୍ରିୟ ଘଟଣା ଘଟିପାରେ। ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି। ଅଶାନ୍ତିର ଉପଶମ ହେବ। ଭଗବତ୍‌ ଚିନ୍ତାରେ ନିମଗ୍ନ ହେବେ। ଶୁଭକାର୍ଯ୍ୟରେ ସଫଳତା ମିଳିବ। ଶ୍ରମର ମୂଲ୍ୟାଙ୍କନ ହେବ। ଅନ୍ୟାୟର ପ୍ରତିରୋଧ କରିବେ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories