www.samajalive.in
Saturday, December 13, 2025
23.1 C
Bhubaneswar

ଗୁରୁବାର ରାଶିଫଳ

ମେଷ: କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ। ମୂଲ୍ୟବାନ ଦ୍ରବ୍ୟ ଲାଭ କରିବେ। ସୁସ୍ଥ ଓ ନିରାମୟ ରହିବେ। ଶୁଭକର୍ମରେ ନିୟୋଜିତ ହେବେ। ଶୁଭଖବର ମିଳିପାରେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହ ଅର୍ଥ ପ୍ରାପ୍ତ ହେବେ।

ବୃଷ: ଉପୁଜି ଥିବା ସମସ୍ୟା ପାଇଁ ବିଜ୍ଞବ୍ୟକ୍ତିଙ୍କ ସହିତ ଆଲୋଚନା କରିବେ। ପରିଶ୍ରମର ମୂଲ୍ୟ ମିଳିବ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ।

- Advertisement -

ମିଥୁନ: ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ। ଚୋରମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିବାକୁ ପଡ଼ିବ। ପ୍ରତିଯୋଗିତାରେ ବିଜୟୀ ହେବେ। ଭାଗ୍ୟଶାଳୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖମୟ ଜୀବନ ଯାପନ କରିବେ।

କର୍କଟ: ମାନସିକ ସ୍ତରରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କେବଳ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।

ସିଂହ: ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ହେବେ। ଆବଶ୍ୟକ ସହଯୋଗ ପାଇ ଆନନ୍ଦ ଅନୁଭବ କରିବେ। ବାକ୍‍ପଟୁତାରେ ସମସ୍ତଙ୍କୁ ପରାଜୟ କରିପାରନ୍ତି। ସେବା ମନୋଭାବର ହେବେ। ଯଶ ଅର୍ଜନ କରିବେ। ପତ୍ନୀଙ୍କ ପରାମର୍ଶ ଗ୍ରହଣ କରିବେ।

କନ୍ୟା: ଆତ୍ମୀୟମାନଙ୍କ ସମର୍ଥନ ମିଳିପାରେ। ମନ ଫୁର୍ତ୍ତି ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଶକ୍ତିମାନ୍‍ ହୋଇପାରନ୍ତି। ଶତ୍ରୁମାନଙ୍କ ବିନାଶ କରିବାରେ ସିଦ୍ଧହସ୍ତ ହେବେ। ପଡ଼ୋଶୀମାନଙ୍କ ସହିତ ସୁ ସମ୍ପର୍କ ରହିବ। ଚାକିରିରେ ପ୍ରଶଂସା ମିଳିବ।

ତୁଳା: ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଏତଦ୍‍ ବ୍ୟତୀତ ବିଭିନ୍ନ ଦିଗରୁ ଆର୍ଥିକ ସ୍ରୋତ ବୋହିବ। ସ୍ୱାଭିମାନୀ ହେବେ। କଳ୍ପନା ବିଳାସୀ ହେବେ। ଶାନ୍ତି-ସନ୍ତୋଷ ଲାଭ କରିପାରନ୍ତି। ହଠାତ୍‍ କିଛି ଅର୍ଥ ମିଳିପାରେ। ସୁଖ ମିଳିବ।

ବିଛା: ବନ୍ଧୁ ମହଲରେ ମତଭେଦ ଘଟିପାରେ। ପ୍ରୀତିପନ୍ନ ହୋଇପାରନ୍ତି। ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ। ଉଜ୍ଜ୍ୱଳ ଭବିଷ୍ୟତ କାମନା କରିପାରନ୍ତି। ମନସ୍କାମନାପୂର୍ଣ୍ଣ ହେବ। କୃଷି କାର୍ଯ୍ୟରେ ମନ ବଳାଇ ପାରନ୍ତି। ମଧୁରଭାଷୀ ଓ ସୁଖୀ ହେବେ।

ଧନୁ: ପଡ଼ୋଶୀଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି। ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ। ଯଶସ୍ୱୀ ହେବେ। ନିର୍ବାଚନରେ ବିଜୟୀ ହେବେ। ପ୍ରୀତି ଭୋଜନ ମିଳିପାରେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ପାରିବାରିକ ଶାନ୍ତି ମିଳିବ।

ମକର: ଦେବଦର୍ଶନ ଆନନ୍ଦଦାୟକ ହେବ। ଭାଗ୍ୟଶାଳୀ ହେବେ। ବ୍ୟକ୍ତିତ୍ୱ ବିକଶିତ ହେବ। ବିଭିନ୍ନ ଦିଗରୁ ଧନାଗମ ହେବ। ଯାନବାହନ ସୁଖ ମିଳିପାରେ। ପତ୍ନୀ ପରାୟଣ ହୋଇପାରନ୍ତି। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ। ଆଶଙ୍କା ଦୂର ହେବ।

କୁମ୍ଭ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ଆୟ ଆଶାନୁରୂପ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆବନ୍ଧୁ ଜୁଟିବେ। ପାରିବାରିକ ସୁଖ ମଳିବ।

ମୀନ: ଚାପରେ ପଡ଼ି କାର୍ଯ୍ୟ କରିବାକୁ ବାଧ୍ୟ ହେବେ। ଘାତଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ। ପରୋପକାର କରିବାକୁ ମନସ୍ଥ କରି ଖର୍ଚ୍ଚାନ୍ତ ହେବେ। କଅଁଳ କଥାରେ ପରକୁ ଆପଣାର କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ସୁଖ ଅନୁଭବ କରିବେ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories