www.samajalive.in
Saturday, December 13, 2025
17.1 C
Bhubaneswar

ମଙ୍ଗୋଲିଆ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

-ଦୁଇ ଦେଶ ମଧ୍ୟରେ ଉର୍ଜା କ୍ଷେତ୍ର ଓ ବ୍ୟବସାୟିକ ସମ୍ପର୍କକୁ ମଜବୁତ କରିବା ଦିଗରେ ଗୁରୁତ୍ୱାରୋପ
-ମଙ୍ଗୋଲିଆର ଖଣି ମନ୍ତ୍ରୀଙ୍କ ସହ ଆଲୋଚନା କରି ଭାରତୀୟ ଇସ୍ପାତ କ୍ଷେତ୍ରକୁ ମଜବୁତ୍‍ କରିବା ପାଇଁ ସହଯୋଗୀ ହେବା ଉପରେ ବିଚାରବିମର୍ଷ
-ଭାରତ ସହାୟତାରେ ୧.୫ ମିଲିୟନ ମେଟ୍ରିକ୍‍ ଟନ୍‍ ତୈଳ ବିଶୋଧନାଗାର ନିର୍ମାଣ ଆମ ବନ୍ଧୁତ୍ୱର ପରିଚୟ
-୧ ବିଲିୟନ ଆମେରିକୀୟ ଡଲାର ବ୍ୟତୀତ ଭାରତ ମଙ୍ଗୋଲିଆକୁ ଅତିରିକ୍ତ ୨୩୬ ଆମେରିକୀୟ ମିଲିୟନ ଡଲାର ଦେବାକୁ ଘୋଷଣା କରିଛି
-ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାର ପୁଞ୍ଜି ନିବେଶ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ

ମଙ୍ଗୋଲିଆ :  ଚଳିତବର୍ଷ ସେପ୍ଟେମ୍ବର ମାସରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୬ ତାରିଖରୁ ଭାରତର ଉଚ୍ଚସ୍ତରୀୟ ସରକାରୀ ଅଧିକାରୀ ତଥା ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ସହ ତିନିଦିନିଆ ମଙ୍ଗୋଲିଆ
ଗସ୍ତରେ ଅଛନ୍ତି । ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଙ୍ଗୋଲିଆର ପ୍ରଧାନମନ୍ତ୍ରୀ ଉଖନାଗି୍‍ନ୍‍ ଖୁରେଲସୁଖଙ୍କୁ ଭେଟି ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଉର୍ଜା କ୍ଷେତ୍ରକୁ ମଜବୁତ୍‍ କରିବା ଉପରେ ଆଲୋଚନା କରିବା ସହ ଦୁଇ ଦେଶ ମଧ୍ୟରେ ବ୍ୟବସାୟ ସମ୍ପର୍କକୁ ମଜବୁତ୍‍ କରିବା ଦିଗରେ ଗୁରୁତ୍ୱାରୋପ କରିଛନ୍ତି।
ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଙ୍ଗୋଲିଆର ପ୍ରଧାନମନ୍ତ୍ରୀ ଉଖନାଗି୍‍ନ୍‍ ଖୁରେଲସୁଖ୍‍,ରାଜ୍ୟପାଳ ଏବଂ ମଙ୍ଗୋଲିଆର ୬ ଜଣ କ୍ୟାବିନେଟ୍‍ ମନ୍ତ୍ରୀଙ୍କ ସହ ଭାରତ ସହାୟତାରେ ମଙ୍ଗୋଲିଆରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ତୈଳ ବିଶୋଧନାଗାରର ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଥିବା ବହୁ ପୂରାତନ ସମ୍ପର୍କ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପରେ ଆହୁରି ଶକ୍ତିଶାଳି ହୋଇଛି।
୧.୨୩୬ ମିଲିୟନ ଆମେରିକୀୟ ଡଲାରର ଭାରତୀୟ ପୁଞ୍ଜି ନିବେଶରେ ମଙ୍ଗୋଲିଆ ତୈଳ ବିଶୋଧନାଗାର କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତବର୍ଷ ସେପ୍ଟେମ୍ବର ମାସରେ ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ଭାରତ ଗସ୍ତ, ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ୍‍ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାର, ପୁଞ୍ଜି ନିବେଶ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ସେ କହିଛନ୍ତି ଯେ ଭାରତ ମଙ୍ଗୋଲିଆ ସହ ନିଜର ଘନିଷ୍ଠ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଯଥାଚିତ୍‍ ଗୁରୁତ୍ୱ ଦେଇଥାଏ। ବୌଦ୍ଧ ପରମ୍ପରା ଓ ସଂସ୍କୃତି ହେତୁ ଭାରତ ଓ ମଙ୍ଗୋଲିଆ ଆଧ୍ୟାତ୍ମିକ ପଡୋଶୀ ମଧ୍ୟ ହୋଇପାରିଛି ବୋଲି ସେ କହିଛନ୍ତିା
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସହାୟତାରେ ୧.୫ ମିଲିୟନ ମେଟ୍ରିକ୍‍ ଟନ୍‍ ତୈଳ ବିଶୋଧନାଗାର ନିର୍ମାଣ ଆମ ବନ୍ଧୁତ୍ୱର ପରିଚୟ। ମଙ୍ଗୋଲିଆର ଅନୁରୋଧ କ୍ରମେ ୧ ବିଲିୟନ ଆମେରିକୀୟ ଡଲାର ବ୍ୟତୀତ ଭାରତ ଆହୁରି ଅତିରିକ୍ତ ୨୩୬ ମିଲିୟନ ଆମେରିକୀୟ  ଡଲାର ସହାୟତା ଦେବାକୁ ଘୋଷଣା କରିଛି ବୋଲି ସେ କହିଛନ୍ତି। ଏହି ପ୍ରକଳ୍ପ ମଙ୍ଗୋଲିଆର ଅର୍ଥନୀତି ବୃଦ୍ଧି କରିବାରେ ସହାୟକ ହେବ। ଏହାସହ ବିଶୋଧନାଗାର ଓ ପାଇପଲାଇନ ସଂଚାଳନରେ ସହାୟକ ଉଦ୍ୟୋଗ ଗୁଡିକର ମଧ୍ୟ ବିକାଶ ହେବ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଙ୍ଗୋଲିଆର ଖଣିଜ ସମ୍ବଳ ମନ୍ତ୍ରୀଙ୍କ ସହ ସାକ୍ଷାତ କରି ଦକ୍ଷିଣ ମଙ୍ଗୋଲିଆର ଖଣିଜ ସମ୍ବଳ ବ୍ୟବହାର କରି ଭାରତୀୟ ଇସ୍ପାତ୍‍ କ୍ଷେତ୍ରକୁ ମଜବୁତ୍‍ କରିବା ଦିଗରେ ଆଲୋଚନା କରିଥିଲେ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ ମଙ୍ଗୋଲିଆର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ସ୍ତରରେ ଉର୍ଜା ଓ ଖଣିଜ ପଦାର୍ଥର ଆଦାନପ୍ରଦାନରେ ସହଯୋଗ ଏବଂ ମଙ୍ଗୋଲିଆ ସହ ବ୍ୟବସାୟ ବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ମଙ୍ଗୋଲିଆର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପୂର୍ବରୁ ମଙ୍ଗୋଲିଆର ରାଜ୍ୟ ସଚିବ ଏବଂ ବୈଦେଶିକ ମନ୍ତ୍ରାଳୟର ବହୁ ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories