www.samajalive.in
Monday, December 15, 2025
14.1 C
Bhubaneswar

ଶନିବାର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ ମନଯୋଗୀ ହେବେ। ଧୈର୍ଯ୍ୟବାନ ହୋଇପାରନ୍ତି। ଶାସ୍ତ୍ରବିଶାରଦ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ଲାଭ କରିବେ। ଶ୍ରେଷ୍ଠ ସମ୍ମାନର ଅଧିକାରୀ ହୋଇପାରନ୍ତି। ଅବିବାହିତଙ୍କର ସୁକନ୍ୟା ସହ ବିବାହ ସ୍ଥିର ହେବ।

ବୃଷ: ଅନ୍ୟ ପାଇଁ ଜାମିନ୍‍ଦାର ହୋଇପାରନ୍ତି। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଶ୍ରେଷ୍ଠ ମାନ୍ୟତା ମିଳିପାରେ। ଅସୁସ୍ଥତା ଅନୁଭବ କରିପାରନ୍ତି। ଦେଶପ୍ରେମୀ ହେବେ। ଶତ୍ରୁ ସହିତ ମୁହାଁମୁଁହିଁ ହେଲେ ବି ଅନିଷ୍ଟ ହେବନି।

- Advertisement -

ମିଥୁନ: ପରଧନରେ ଧନୀ ହୋଇପାରନ୍ତି। ଯୁବତୀ ମନୋରଞ୍ଜକ ହେବେ। ରଜତ ଧନ ଦ୍ୱାରା ଧନଶାଳୀ ହେବେ। ସାମୟିକ ଭାବେ ଶାରୀରିକ ଦୁର୍ବଳତା ଅନୁଭବ କରିବେ। ରସିକ ଓ ବାଚାଳ ହେବାର ସୂଚନା ମିଳୁଛି। ସୁସ୍ଥ ରହିବେ।

କର୍କଟ: ବଡ଼ ଠାକୁରଙ୍କ ଦର୍ଶନାଭିଳାଷୀ ହୋଇପାରନ୍ତି। ଉଚ୍ଚ ସମ୍ମାନ ଲାଭ କରିବେ। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ଉଦାହରଣ ସୃଷ୍ଟି କରିବେ। ଶିଳ୍ପ ପାରଦର୍ଶୀ ହୋଇପାରନ୍ତି। ହାସ୍ୟଯୁକ୍ତ, ଯୁବତୀପ୍ରିୟ ଓ ଚଞ୍ଚଳ ଚେଷ୍ଟିତ ହେବେ।

ସିଂହ: ଆୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବିଳାସ-ବ୍ୟସନରେ ଅଧିକ ବ୍ୟୟ କରି ପ୍ରଭୂତ ଦୁଃଖ ଅନୁଭବ କରିବେ; ମାତ୍ର ବିବାଦୀୟ କ୍ଷେତ୍ରରେ ଓ ପ୍ରତିଯୋଗିତାରେ ବିଜୟୀ ହେବେ।

କନ୍ୟା: ନୂତନ ନିଯୁକ୍ତି ମିଳିବାର ସୌଭାଗ୍ୟ ଅଛି। ପ୍ରଚୁର ପରିମାଣର ଧନପ୍ରାପ୍ତ ହେବ। ଉଚ୍ଚ ପଦ-ପଦବୀ ମିଳିପାରେ। ତେଜୀୟାନ ହେବେ। ଧର୍ମରତ ହୋଇପାରନ୍ତି। ପୁତ୍ର ସୁଖ ମିଳିପାରେ। ଜନବଲ୍ଲଭରେ ପରିଗଣିତ ହେବ।

ତୁଳା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ପ୍ରଚୁର ପରିମାଣର ଆୟ ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। କୀର୍ତ୍ତିମାନ ହେବେ। ସମୃଦ୍ଧିର ମୂଳଦୁଆ ପଡ଼ିବ। ପାରିବାରିକ ସନ୍ତୋଷ ମିିଳିବ।

ବିଛା: ଦୂରଯାତ୍ରାରେ ସଫଳତା ମିଳିବ। ବ୍ୟୟ ପରିମାଣ ବୃଦ୍ଧି ପାଇପାରେ। ସ୍ୱାଭିମାନୀ ହୋଇପାରନ୍ତି। ଭ୍ରାତୃ ସ୍ନେହ ଅତୁଟ ରହିବ। କଥାରେ ବଶ କରି ପରକୁ ଆପଣାର କରିପାରନ୍ତି। ବନ୍ଧୁ ସହାୟତା ମିଳିବ। ଚକ୍ଷୁପୀଡ଼ା ଉପୁଜି ପାରେ।

ଧନୁ: ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବେ। ଧନ-ଋଦ୍ଧି ଲାଭର ସୂଚନା ମିଳୁଛି। ଜଣେ ମହାମାନବ ଭାବେ ସମାଜରେ ମାନ୍ୟତା ଲାଭ କରିବେ। ଶ୍ରେଷ୍ଠ ପଦ-ପଦବୀରେ ଆରୁଢ଼ ହେବେ। ସର୍ବ ସୁଖଭୋଗ କରିପାରନ୍ତି।

ମକର: ପଡ଼ୋଶୀଙ୍କ ପାଇଁ ବିବ୍ରତ ହେବେ। ବିବେକାନୁମୋଦିତ ସନ୍‍ମାର୍ଗୀ ହୋଇପାରନ୍ତି। ସୁଖରେ ଦିନଟି ଅତିବାହିତ କରିପାରନ୍ତି। ସମାଜରେ ପ୍ରାଧାନ୍ୟ ବିସ୍ତାର ପୂର୍ବକ ନମସ୍ୟ ହେବେ। ସମସ୍ତ କଳ୍ମଷ ଦୂରିଭୂତ ହେବ।

କୁମ୍ଭ: ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବେ। ଜ୍ଞାନ-ଗରିମା ଓ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରିବେ। ଶାସ୍ତ୍ରାନୁରକ୍ତି ବୃଦ୍ଧି ପାଇବ। ଭୋଗ ପ୍ରିୟ ହେବେ। ଶୌର୍ଯ୍ୟଯୁକ୍ତ ହୋଇପାରନ୍ତି। କୃତଜ୍ଞ ହେବେ।

ମୀନ: ଶାରୀରିକ ସ୍ତରରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଦୁଷ୍ଟ ପ୍ରକୃତିର ଲୋକମାନଙ୍କ ଠାରୁ ଦୂରେଇ ରହିବାକୁ ପଡ଼ିବ। ଉତ୍ତମ ଗୁଣର ପରିପ୍ରକାଶ ଘଟାଇ ପାରନ୍ତି। ନୀତିଯୁକ୍ତ ଓ ବିନୀତ ସ୍ୱଭାବର ହେବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories