www.samajalive.in
Monday, December 15, 2025
26.1 C
Bhubaneswar

ଧନତେରସରେ ରାଶି ଅନୁଯାୟୀ କିଣନ୍ତୁ ବିଭିନ୍ନ ଦ୍ରବ୍ୟ

ଧନତେରସରେ ବିଭିନ୍ନ ଧାତୁର ଦ୍ରବ୍ୟ କିଣିବାର ପରମ୍ପରା ରହିଛି। ଏହି କାରଣରୁ ବହୁ ଲୋକେ ଏହି ଦିନ ସୁନା,ଚାନ୍ଦି, ତମ୍ବା ଆଦି କିଣି ଥାଆନ୍ତି। ଜ୍ୟୋତିର୍ବିଦ୍‍ମାନଙ୍କ ମତ ଅନୁଯାୟୀ ଧନତେରସ୍‍ ଦିନ ଚାନ୍ଦି କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ବିଭିନ୍ନ ଧାତୁ ବ୍ୟତୀତ ରାଶି ଅନୁଯାୟୀ ଅନ୍ୟାନ୍ୟ ଦ୍ରବ୍ୟ କିଣି ମଧ୍ୟ କିଣିପାରିବେ। ଏହି ଦିନ କେଉଁ ରାଶିର ବ୍ୟକ୍ତି କେଉଁ ଦ୍ରବ୍ୟ କିଣିବା ଉଚିତ ଜାଣନ୍ତୁ….

ମେଷ ରାଶି –
ଏହି ରାଶିର ବ୍ୟକ୍ତିମାନେ ଧନତେରସରେ ଲୁହା, ଚମଡ଼ା ଜାତୀୟ ଦ୍ରବ୍ୟ, କେମିକାଲ ଦ୍ରବ୍ୟ, ଆଦି କିଣିବା ଅନୁଚିତ। ସୁନା, ଚାନ୍ଦି, ବାସନ,ବିଭିନ୍ନ ଗହଣା କିଣିପାରିବେ।
ବୃଷ ରାଶି –
ଏହି ରାଶିର ବ୍ୟକ୍ତିମାନେ ସମସ୍ତ ପ୍ରକାରର ଗହଣା, ବାସନ , କମ୍ପ୍ୟୁଟର ଆଦି କିଣିପାରିବେ। କିନ୍ତୁ କାଠ, ଚମଡ଼ା ଜାତୀୟ ଦ୍ରବ୍ୟ କିଣିବା ଅନୁଚିତ।
ମିଥୁନ ରାଶି –
ଏହି ରାଶିର ବ୍ୟକ୍ତିମାନେ ଜମି , ଘର, ବାସନ , ଗହଣା ଆଦି କିଣିପାରିବେ। କିନ୍ତୁ କରଜ କରି କୌଣସି ଦ୍ରବ୍ୟ କିଣିବେ ନାହିଁ।
କର୍କଟ ରାଶି –
ସୁନା ,ଚାନ୍ଦି, ବାସନ, କଂସା, ଚାଉଳ ଆଦି ଦ୍ରବ୍ୟ କିଣିପାରିବେ। ଲୁହା ଦ୍ରବ୍ୟ କିଣିବେ ନାହିଁ।
ସିଂହ ରାଶି –
ବିଦ୍ୟୁତ ଉପକରଣ, ସୁନା, ଚାନ୍ଦି, ତମ୍ବା, ପିତ୍ତଳ, ବାସନ, କାଠ ଦ୍ରବ୍ୟ କିଣିପାରିବେ। ସିମେଣ୍ଟ , ଲୁହା ଆଦି ଦ୍ରବ୍ୟ କିରିବା ଅନୁଚିତ।
କନ୍ୟା ରାଶି –
ବିଭିନ୍ନ ଗହଣା , ଯାନବାହନ ଆଦି କିଣିପାରିବେ। ମାତ୍ର କରଜ କରି କୌଣସି ଦ୍ରବ୍ୟ କିଣିବେ ନାହିଁ।
ତୁଳା ରାଶି –
ଲୁହା , କେମିକାଲ ଦ୍ରବ୍ୟ, ବିଦ୍ୟୁତ ଦ୍ରବ୍ୟ, ଭୂମି, ପୋଷାକ ଆଦି କିଣିପାରିବେ। ଏହି ଦିନରେ ଜୁଆ ଖେଳିବେ ନାହିଁ।
ବିଛା ରାଶି
ବିଭିନ୍ନ ପ୍ରକାରର ଗହଣା ଓ ଧାତୁ ଦ୍ରବ୍ୟ କିଣିପାରିବେ। ଜମି , ଟଙ୍କା ପଇସା ବିନିଯୋଗ କରନ୍ତୁ ନାହିଁ।
ଧନୁ ରାଶି –
ସମସ୍ତ ପ୍ରକାରର ଗହଣା , ଭୂମି ଆଦି କିଣିପାରିବେ।
ମକର ରାଶି –
ଯେକୌଣସି ଦାମି ଦ୍ରବ୍ୟ କିଣିପାରିବେ। ବସ୍ତ୍ର ଓ ସୁନା କିଣିବା ଅଧିକ ଲାଭଦାୟକ ହେବ। ପାରିବାରିକ ଆବଶ୍ୟକ ବସ୍ତୁ ମଧ୍ୟ କିଣି ପାରିବେ।
କୁମ୍ଭ ରାଶି –
ପୁସ୍ତକ, ଯାନବାହନ, କାଠ ଜାତୀୟ ଦ୍ରବ୍ୟ, ସାଜସଜ୍ଜା ଦ୍ରବ୍ୟ, ଟଙ୍କା ପଇସା ବିନିଯୋଗ କରି ପାରିବେ।
ମୀନ ରାଶି –
ବିଭିନ୍ନ ଗହଣା, ପୋଷାକ ଆଦି କିଣିପାରିବେ।

ଆଲେଖ୍ୟ- ସସ୍ମିତା ମହାନ୍ତି

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories