www.samajalive.in
Monday, December 15, 2025
26.1 C
Bhubaneswar

ଲୌହ ମାନବଙ୍କ ୧୫୦ତମ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ଗୁଜୁରାଟ: ଦେଶ ପାଳୁଛି ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ । ଏହି ଅବସରରେ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି । ଗୁଜୁରାଟର କେୱାଡିଆରେ ଆୟୋଜିତ ଏକତା ଦିବସ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇ ସର୍ଦ୍ଦାର ପଟେଲ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଲେ । ଦେଶରେ ଏକତା ବଜାୟ ରଖିବାକୁ ଶପଥ ପାଠ କରାଇଛନ୍ତି ମୋଦୀ । ଦେଶକୁ ଏକତା ସୂତ୍ରରେ ବାନ୍ଧିବାରେ ସର୍ଦ୍ଦାର ପଟେଲଙ୍କ ଅମୂଲ୍ୟ ଯୋଗଦାନକୁ ରାଷ୍ଟ୍ରୀୟ ଏକତା ଦିବସ ସମ୍ମାନ ଜଣାଇଛନ୍ତି ମୋଦୀ ।

- Advertisement -

ଏହି ଏକତା ଦିବସରେ ପ୍ରଥମେ ଏକତା ପରେଡ, ସ୍କୁଲ ବ୍ୟାଣ୍ଡର ପ୍ରସ୍ତୁତି, ବ୍ରାସ୍‌ ବ୍ୟାଣ୍ଡ ପ୍ରଦର୍ଶନ, ଭାରତୀୟ ବାୟୁସେନା ଦ୍ୱାରା ଏୟାର ଶୋ, ଘୋଡା, ଶ୍ୱାନ ଏବଂ ଓଟ ସୈନ୍ୟଦଳ, ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନୀ ଉପରେ ଆଧାରିତ ଏକ ନାଟ୍ୟ ପ୍ରସ୍ତୁତି କରାଯାଇଛି । ପରେ ମହିଳା କଳାକାରଙ୍କ ଦ୍ୱାରା ପ୍ରଦର୍ଶନ, ବିଏସଏଫ ଡଗ୍‌ ଶୋ, ଏକତା ପ୍ରକାଶ ଉତ୍ସବର ଆୟୋଜନ । ଡେୟାରଡେଭିଲ ରାଇଡର୍ସର ପ୍ରଦର୍ଶନ, ଭାରତ ପର୍ବ ଅନ୍ତର୍ଗତ ୧ରୁ ୧୫ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟସ୍ତରରେ ପ୍ରଦର୍ଶନ କରାଯିବ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories