ଏହି ରାଶିଙ୍କର ଆଜି ଆର୍ଥିକ ଫାଇଦା- ଶନିବାର ରାଶିଫଳ

ମେଷ- ଧନଯୁକ୍ତ ହେବାରେ କିଛି ଅସୁବିଧା ନାହିଁ; ମାତ୍ର କୁସଙ୍ଗ ତ୍ୟାଗ କରିବାକୁ ପଡ଼ିବ। ପରିସ୍ଥିତିରେ ପଡ଼ି ନୈତିକ ମୂଲ୍ୟବୋଧର ଅଧପତନ ଘଟାଇ ପାରନ୍ତି। ପ୍ରତି ପାଦପାତରେ ସତର୍କତାର ସହ ଚଳିବାକୁ ପଡ଼ିବ।

ବୃଷ- ପତ୍ନୀ ରୂପବତୀ ହେବେ। ଶାନ୍ତଗୁଣ ଯୁକ୍ତା ହୋଇପାରନ୍ତି। ପତିବ୍ରତା ହେବେ। ଆଚାର-ବ୍ୟବହାର ଭଦ୍ରୋଚିତ ହେବ। ଲଜ୍ଜାଯୁକ୍ତ ହେବେ। ପ୍ରତ୍ୟେକ ଧର୍ମ କାର୍ଯ୍ୟରେ ସହଭାଗୀ ହେବେ। ସୁସ୍ଥ ରହିବେ।

ମିଥୁନ- ପତ୍ନୀଙ୍କ ପାଇଁ ଅପର ଲୋକଙ୍କର ବୈରୀ ହୋଇପାରନ୍ତି। ବୈରତାର ପ୍ରତିକାର ପାଇଁ ମଧ୍ୟ ପତ୍ନୀଙ୍କ ସହାୟତା ନେଇପାରନ୍ତି। ଋଣ ପରିଶୋଧ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସା ପାଇବେ।

କର୍କଟ- ପୁତ୍ରମାନେ ପ୍ରସିଦ୍ଧି ଲାଭ କରିପାରନ୍ତି। କୀର୍ତ୍ତିମାନ୍‌ ହେବାର ସୂଚନା ମିଳୁଛି। ମହାନୁଭବର ଲକ୍ଷଣଯୁକ୍ତ ହେବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଦାମ୍ପତ୍ୟ ସୁଖ ମିଳିପାରେ।

ସିଂହ- ପ୍ରଭାବଶାଳୀ ହୋଇପାରନ୍ତି। କୁମିତ୍ରମାନେ ଆପଣଙ୍କଠାରୁ ସ୍ବାର୍ଥ ହାସଲ ନ କରି ଆପଣଙ୍କ ଅଜାଣତରେ ଦୂର ହୋଇଯିବ। ସର୍ବଜ୍ଞଭାବେ ସୁଖ୍ୟାତି ଅର୍ଜନ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇପାରନ୍ତି।

କନ୍ୟା- ଲକ୍ଷ୍ମୀ ବରଦାୟିକା ହେବେ। କର୍ମଚଞ୍ଚଳ ରହିବେ। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଈଶ୍ବର ବିଶ୍ବାସୀ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ସୁଖ ଭୋଗିବେ।

ତୁଳା- ବ୍ୟବସାୟରୁ ଧନ ପ୍ରାପ୍ତ ହେବାର ସୂଚନା ମିଳୁଛି। ଗତାନୁଗତିକଭାବେ ପୁତ୍ରଠାରୁ ଧନାଗମ ହେବା ପ୍ରାୟ ନିଶ୍ଚିତ। ସଂଗ୍ରାମରେ ବିଜୟ ଲାଭ କରି ଧନ ପ୍ରାପ୍ତ ହୋଇପାରନ୍ତି। ଗୁରୁ କୃପାରୁ ସ୍ବଳ୍ପ ଧନ ପ୍ରାପ୍ତିର ସୂଚନା ମିଳୁଛି।

ବିଚ୍ଛା- ଦୁଃସାହସିକ ପଦକ୍ଷେପ ନେଇପାରନ୍ତି। ବିଜୟୀ ବାନା ଉଡ଼ାଇ ସଂସ୍ଥାର ଟେକ ରଖିବେ। ବ୍ୟବସାୟକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିବେ। ସତ୍‌ପାତ୍ରରେ ଦାନ କରି ଆତ୍ମସନ୍ତୋଷ ଲାଭ କରିବେ।

ଧନୁ- ସେବା କ୍ଷେତ୍ରରେ ଧନ ବ୍ୟୟ କରି ବିଭୂ କଲ୍ୟାଣ ଲାଭ କରିପାରନ୍ତି। କୃଷି କର୍ମ ପାଇଁ ଯୁବକଙ୍କୁ ପ୍ରୋତ୍ସାହିତ କରିବେ। ଦାନଧର୍ମରେ ଅର୍ଥ ବ୍ୟୟ କରି ସୁଖ ଲାଭ କରିବେ। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।

ମକର- ଜଳଯାନ ଅର୍ଥାତ୍‌ ନୌକାଦି ଚାଳନା କରି ଧନ ପ୍ରାପ୍ତ ହେବାର ସୁଯୋଗ ସୃଷ୍ଟି ହୋଇଛି। ବିଦେଶ ଗସ୍ତରୁ କିଛି ଧନ ପ୍ରାପ୍ତ ହୋଇପାରେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି।

କୁମ୍ଭ- ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ। ବିଦ୍ୟାର୍ଥୀ ପରିଶ୍ରମ ଜାରି ରଖିବେ। ମହିଳାମାନେ ସଠିକ୍‌ କର୍ମ କରିବେ।

ମୀନ- ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖା ଦେବ। ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ବକର୍ମରେ ଅବହେଳା କରିବେ। ମହିଳାମାନେ ବିଷାଦଗ୍ରସ୍ତ ହେବେ।

Comments are closed.