www.samajalive.in
Saturday, December 6, 2025
26.1 C
Bhubaneswar

ଅଙ୍ଗଦାନ କରି ଅମରହେଲେ ଶିବୁ

କଟକ/ପଟ୍ଟାମୁଣ୍ଡାଇ : ପୁଅ ପାଇଁ କେତେ କଣ ସ୍ୱପ୍ନ ଦେଖୁଥିଲେ; କିନ୍ତୁ ପୁଅ ଅବେଳାରେ ଦୁନିଆ ଛାଡ଼ି ଚାଲିଯିବ, ସେକଥା ସ୍ୱପ୍ନରେ ବି ଭାବି ନଥିଲେ। ୧୭ ବର୍ଷର ପୁତ୍ରର ମୃତ୍ୟୁ ଶୋକରେ ଆଖିରୁ ଲୁହ ଶୁଖୁନାହିଁ ସିନା ବାପାଙ୍କ ମନରେ ପୁଅ ପାଇଁ ଗର୍ବ। ପୁଅ ସିନା ଚାଲିଗଲା, ହେଲେ ଅଙ୍ଗଦାନ କରି ୨ଜଣଙ୍କୁ ଜୀବନ ଉପହାର ଦେଇଗଲା, ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

କେନ୍ଦ୍ରପଡା ଜିଲା ଚନ୍ଦ୍ର ଦାସଙ୍କ ପୁଅ ଓମ୍ ଶିବୁ ଦାସ। ନିଜର ଦୁଇ କିଡ୍‌ନୀ ଦାନ କରି ଆଉ ୨ଜଣକୁ ନୂଆ ଜୀବନ ଦେଇଛନ୍ତି। ଦେଢ଼ମାସ ହେବ ଏସ୍‌ସିବି ମେଡ଼ିକାଲରେ ବ୍ରେନ୍‌ ଟ୍ୟୁମରରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଗୁରୁବାର ଜୀବନ ଯୁଦ୍ଧରେ ସେ ହାରିଯାଇଥିଲେ। ପୁଅର ମସ୍ତିଷ୍କ ମୃତ୍ୟୁପରେ ତାଙ୍କ ଅଙ୍ଗଦାନ କରିବାକୁ ପରିବାର ଲୋ​‌େ​‌କ ନିଷ୍ପତ୍ତି ନେଇଥିଲେ। ଏହାପରେ ଏସସିବିରେ ମୂତ୍ରରୋଗ ଶଲ୍ୟ

- Advertisement -

ଚିକିତ୍ସା ଓ ବୃକକ୍ ପ୍ରତିରୋପଣ ବିଭାଗରେ ତାଙ୍କର ଦୁଇଟି କିଡ୍‌ନୀକୁ ସଫଳତାର ସହ ବାହାର କରାଯାଇ ଅନ୍ୟ ଦୁଇ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଗୋଟିଏ କିଡ୍‌ନୀକୁ ଏସ୍‌ସିବି ମେଡ଼ିକାଲରେ ପିପିଲି ଅଞ୍ଚଳର ୨୧ବର୍ଷୀୟ ମହିଳାଙ୍କଠାରେ ପ୍ରତିରୋପଣ କରାଯାଇଛି। ମୂତ୍ରରୋଗ ବିଭାଗର ଡା ସମୀର ସ୍ବାଇଁ, ଡା ସଞ୍ଜୟ ଚୌଧୂରୀ, ଡା. ପ୍ରତିମା ପଟ୍ଟନାୟକ, ଡା. ଅରୁଣା ଆଚାର୍ଯ୍ୟ, ଡା. ରାକେଶ ରାଉତରାୟଙ୍କ ସମେତ ଏକ ଡାକ୍ତରୀ ଦଳ ପ୍ରତିରୋପଣ କରିଥିଲେ। ଆଉ ଗୋଟିଏ କିଡ୍‌ନୀ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି।

ଶିବୁଙ୍କ ମର ଶରୀରକୁ ଏସ୍‌ସିବି କର୍ତ୍ତୃପକ୍ଷ ତାଙ୍କ ଗାଁ ପଟ୍ଟାମୁଣ୍ଡାଇର ନୟାକଟକୁ ପଠାଇଛନ୍ତି। ସେଠାରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ୧୭ ବର୍ଷ ବୟସ୍କ ଶିବୁ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଛାତ୍ର ଥିଲେ। ପଟ୍ଟାମୁଣ୍ଡାଇ ବ୍ଲକ ନୟାକଟ ଗାଁର ସେ ମାଟ୍ରିକରେ ୯୧ ପ୍ରତିଶତ ମାର୍କ ରଖିଥିଲେ। ସ୍ବପ୍ନଥିଲା ବମ୍ବେ କି ମାଡ୍ରାସ ଆଇଆଇଟିରେ ପାଠପଢିବାକୁ, ହେଲେ ହଠାତ ଜଣା ପଡିଥିଲା ​‌େ​‌ସ ବ୍ରେନ୍ ଟ୍ୟୁମରରେ ପୀଡ଼ିତ ଅଛନ୍ତି। ଚିକିତ୍ସା ପାଇଁ ଗତ ଜାନୁଆରୀ ୧୭ରୁ ଆସି ଏସ୍‌ସିବି ନ୍ୟୁରୋ ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଥିଲେ। ହେଲେ ଅ​‌େ​‌ସ୍ତ୍ରାପଚାର ବେଳେ ତାଙ୍କର ବ୍ରେନ୍ ଡେଡ୍‌ ହୋଇଯାଇଥିଲା। ଏହାପରେ ମେଡିକାଲ ପକ୍ଷରୁ ସୋଟୋକୁ ଯୋଗାଯୋଗ କରାଯାଇଥିଲା। ମୃତ୍ୟୁପରେ ବି ପୁଅକୁ ଜୀବନ୍ତ ରଖିବା ପାଇଁ ତା ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲି। ମୋ ପୁଅ ତ ଚାଲିଗଲା; କିନ୍ତୁ ତା ଅଙ୍ଗ ଆଉ କାହାର ଜୀବନ ବଞ୍ଚାଇ ପାରିବ ବୋଲି ପିତା ଚନ୍ଦ୍ର ଦାସ କହିଛନ୍ତି।

କେନ୍ଦ୍ରାପଡା ଜିଲା ୧୭ ବର୍ଷୀୟ ବୟସ୍କ ଓମ୍‌ ଶିବୁର ପରଲୋକରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶରୀର ଓ ଅଙ୍ଗଦାନ ସୋସାଇଟି ଅଫ୍‌ ଇଣ୍ଡିଆର ସଭାପତି ଡ. ପ୍ରଭାସ ଆଚାର୍ଯ୍ୟ। ଅଙ୍ଗଦାନ ପ୍ରତି ରାଜ୍ୟ ସରକାର ବିଶେଷ ଗୁରୁତ୍ବ ଦେଉଥିବା ବେଳେ ସ୍ବସ୍ଥ୍ୟ ବିଭାଗ ଭିତ୍ତିଭୂମିକୁ ବଳିଷ୍ଠ କରୁନଥିବାରୁ କେବଳ ବୃକକ୍‌ ଦାନରେ ସୀମିତ ରହିଯାଉଛି ଅଙ୍ଗଦାନ। ତେଣୁ ସମସ୍ତ ବ୍ୟବହାର ଉପଯୋଗୀ ଅଙ୍ଗର ବ୍ୟବହାର ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ବ୍ୟବସ୍ଥା କରାଯିବା ଉଚିତ୍‌ ବୋଲି ସେ କହିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories