www.samajalive.in
Monday, December 8, 2025
14.1 C
Bhubaneswar

ଏହି ରାଶିଧାରୀଙ୍କ ପାଇଁ ଆଜି ଦିନଟି ଶୁଭଫଳ ଦାୟକ

ମେଷ- ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ବହୁ ସୁଖକର ଘଟଣାମାନ ଘଟିବ। ସ୍ବାଭିମାନୀ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭୋଜନ ରୁଚିକର ହେବ। ସୁଖୀ ହେବେ।

ବୃଷ- ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସପତ୍ନୀକ ଆନନ୍ଦ ଉପଭୋଗ କରିପାରନ୍ତି।..

- Advertisement -

ମିଥୁନ- ପତି, ପତ୍ନୀ ଉଭୟେ ନିଜ ନିଜ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଯାନବାହନ ସୁଖ ମିଳିବ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ ହେବେ। ପ୍ରବଳ ପ୍ରତାପୀ ହେବେ।

କର୍କଟ- ସଂଗ୍ରାମୀ ମନୋବୃତ୍ତିର ହେବେ। ବୃଦ୍ଧି ପ୍ରୟୋଗ କରି କୀର୍ତ୍ତିମାନ୍‌ ହୋଇପାରନ୍ତି। କୃଷିକ୍ଷେତରୁ ଭଲ ଆମଦାନୀ ହେବ। ଶତ୍ରୁ ବିନାଶ କରି ଧନ ଭୋଗ କରିପାରନ୍ତି। ଐଶ୍ବର୍ଯ୍ୟଯୁକ୍ତ ଓ ତେଜୀୟାନ୍‌ ହେବେ।

ସିଂହ- କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ଲାଭ କରିବେ। ସକଳ ଗୁଣଯୁକ୍ତ ହେବେ। ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ଜନ ପ୍ରଧାନ ହୋଇପାରନ୍ତି। ରାଜତୁଲ୍ୟ ଓ ସତ୍‌ଚରିତ୍ରଯୁକ୍ତ ହେବେ। ସୁସ୍ଥ ରହିବେ।

କନ୍ୟା- ଧାନ ଫସଲକୁ ଅର୍ଥକରି ଫସଲଭାବେ ବିବେଚନା କରିପାରନ୍ତି। ଉଚ୍ଚାସନରେ ଆସୀନ ହେବାର ସୁଯୋଗ ସୃଷ୍ଟି ହୋଇଛି। ସରକାରଙ୍କ ସେନା ମୁଖ୍ୟ କିମ୍ବା ପରାମର୍ଶଦାତା ହେବେ। ଧନ ସଞ୍ଚୟ କରିବେ।

ତୁଳା- ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଶାସ୍ତ୍ରାଭ୍ୟାସୀ ହେବେ। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। ବିତ୍ତବାନ୍‌ ହେବେ। ଭୂସମ୍ପତ୍ତିଯୁକ୍ତ ହେବେ।

ବିଚ୍ଛା – ଶ୍ରେଷ୍ଠ ତଥା ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଭାଷା ଅମୃତ ଆଶ୍ବାଦନ ତୁଲ୍ୟ ହୋଇପାରେ। ବିଦ୍ୟାବାନ୍‌, ଗୁଣୀ ଓ ଚତୁର ହେବେ। ପରୋପକାରରେ ଧନ ବ୍ୟୟ କରିପାରନ୍ତି।

ଧନୁ- ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ରାଜ ଦରବାରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ରାଜପୂଜିତ ଓ ଯାନବାହନଯୁକ୍ତ ହୋଇପାରନ୍ତି।

ମକର- ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉତ୍ତମ ଗୁଣର ଆଧାର ହେବେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବିବାଦରେ ବିଜୟୀ ହେବେ। ପୁଣ୍ୟବାନ୍‌ ଓ ସୁଶୀଳ ହୋଇପାରନ୍ତି। ସ୍ବଭାବ ଉତ୍ତମ ହେବ।

କୁମ୍ଭ- କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ସଦୂପଯୋଗ କରିବା ସହିତ ବିକେନ୍ଦ୍ରୀକରଣ କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ସହ ବିବାଦୀୟ ଘଟଣାରେ ବିଜୟୀ ହେବେ।

ମୀନ- ଅର୍ଥ ଟାଣଟୁଣ ରହିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଚୋର ଭୟ ରହିଛି। ସରକାରୀ କୋପ ଦୃଷ୍ଟି ଏଡ଼ାଇ ଆଗକୁ ବଢ଼ିପାରନ୍ତି। ଅଷ୍ଟମ ଚନ୍ଦ୍ରଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories