ରସାବଳୀ
ଆବଶ୍ୟକ ସାମଗ୍ରୀ
ଛେନା – ୩୦୦ ଗ୍ରାମ
ମଇଦା – ଅଳ୍ପ
ଲୁଣ
ଚିନି – ୧ କପ
କାଜୁ ୪ ରୁ ୫ ଟି
କ୍ଷୀର – ୧ ଲିଟର
ପେସ୍ତା ବାଦାମ – ୨ ରୁ ୩ ଟି
ତେଲ – ୧ କପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଛେନାକୁ ଭଲ ଭାବେ ପେଷି(ଗ୍ରାଇଣ୍ଡିଙ୍ଗ କରି) ଦିଅନ୍ତୁ। ଏହା ପରେ ଏକ ସୂତା କନା ଦ୍ୱାରା ପେଷି ହୋଇଥିବା ଛେନାକୁ ଭଲ ଭାବେ ଚୁପୁଡ଼ି ଦିଅନ୍ତୁ। ଏଥିରେ ସାମାନ୍ୟ ମଇଦା ଓ ଲୁଣ ହେଇ ଭଲ ଭାବେ ଚକଟି କିଛି ସମୟ ଛାଡି ଦିଅନ୍ତୁ। ଏହା ପରେ ଏହି ଚକଟାରୁ ଛୋଟ ଛୋଟ ବଲ ଭଳି କରି ସାମାନ୍ୟ ଚେପଟା କରନ୍ତୁ। ଏବେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ ଓ ସେଥିରେ କ୍ଷୀର,ଚିନି ପକାଇ ଫୁଟାନ୍ତୁା କ୍ଷୀର ଫୁଟିବା ମଧ୍ୟରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରି ପ୍ରସ୍ତୁତ ହୋଇଥିବା ବଲକୁ ଛାଣନ୍ତୁ। ଏହା ପରେ ଛଣା ହୋଇଥିବା ଛେନା ବଲକୁ ଫୁଟୁଥିବା କ୍ଷୀରରେ ପକାନ୍ତୁ। ଶେଷରେ କାଜୁ ପକାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଥଣ୍ଡା ହୋଇଗଲେ ଏକ ପାତ୍ରକୁ କାଢି କିଛି ସମୟ ବାହାରେ ରଖି ପରେ ଫ୍ରିଜରେ ରଖନ୍ତୁ। କିଛି ସମୟ ରଖିବା ପରେ ଫ୍ରିଜରେ ଆଣି ଥଣ୍ଡା ଥଣ୍ଡା ରସାବଳୀର ମଜା ନିଅନ୍ତୁ।