ଉଦ୍ଧାର ହେଲା ୨ ମୁଣ୍ଡିଆ ସାପ; ଜାଣନ୍ତୁ କିପରି ଜନ୍ମ ନିଅନ୍ତି ଏହି ବିରଳ ସାପ, ଦେଖନ୍ତୁ ଭିଡିଓ..
ନୂଆଦିଲ୍ଲୀ: ଉଦ୍ଧାର ହେଲା ବିରଳ ୨ ମୁଣ୍ଡିଆ ସାପ । ଦକ୍ଷିଣ ଆଫ୍ରିକାର ବେଦୱେ ଅଞ୍ଚଳରୁ ଏକ ବିରଳ ଦୁଇ ମୁଣ୍ଡିଆ ସାପ ଉଦ୍ଧାର କରାଯାଇଛି । ସାପଟିକୁ ଦେଖିବା ପରେ ସେଠାରେ ଥିବା ଜଣେ ବ୍ୟକ୍ତି ଏକ କାଚ ବୋତଲ ଭିତରେ ସାପଟିକୁ ରଖିଦେଇଥିଲେ । ପରେ ପରେ ବ୍ୟକ୍ତି ଜଣକ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଏନେଇ ଖବର ଦେଇଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ସରୀସୃପ ସଂରକ୍ଷଣର ସଂସ୍ଥାପକ ନିକ୍ ଇମ୍ବାସ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ ।
ପରେ ସାପଟିର ଫଟୋକୁ ସାମାଜିକ ଗଣମାଧ୍ୟମରେ ସେ ସେୟାର କରିବା ସହ କ୍ୟାପ୍ସନରେ କିଛି ଲେଖିଥିବା ଦେଖିବାକୁ ମିଳିଥିଲା । ସେ ଲେଖିଛନ୍ତି ଯେ ଏହା ଏକ ବିରଳ ଦୁଇ ମୁଣ୍ଡିଆ ସାପ । ଏହାର କୌଣସି କ୍ଷତିକାରକ ନୁହେଁ । ଏହି ସାପ ବିଷାକ୍ତ ମଧ୍ୟ ନୁହେଁ । ଏହି ଦୁଇ ମୁଣ୍ଡିଆ ସାପର ଲମ୍ବ ମାତ୍ର ୩୦ ସେଣ୍ଟିମିଟର ଥିବା ବେଳେ ଏହା ଏକ ଛୁଆ ସାପ ବୋଲି ସେ କହିଛନ୍ତି ।
ନିକ୍ ଆହୁରି କହିଛନ୍ତି କି, ଏହି ସାପ ଅଣ୍ଡା ଖାଏ । ଦୁଇମୁଣ୍ଡିଆ ସାପର ଦାନ୍ତ ନାହିଁ । ବେଳେ ବେଳେ ଏହା ଅଣ୍ଡାକୁ ଗିଳିଦେଇଥାଏ । ଦୁଇମୁଣ୍ଡିଆ ସାପ ସାଧାରଣତଃ ବହୁତ କମ୍ ଦେଖାଯାଇଥାଏ । ୧୦ ହଜାର ସାପ ମଧ୍ୟରେ ଏପରି ଗୋଟିଏ ସାପ ଜନ୍ମ ନେବାର ସମ୍ଭାବନା ରହିଥାଏ । ହେଲେ ଏପରି ସାପ ବଞ୍ଚିବାର ସମ୍ଭାବନା ବହୁତ କମ୍ ରହିଥାଏ । କିନ୍ତୁ ଏହି ସପାଟି ସୁସ୍ଥ ରହିଥିବା ସେ କହିଥିବା ବେଳେ, ବର୍ତ୍ତମାନ ଏହି ସାପଟିର ଯତ୍ନ ନିଆଯାଉଥିବା କୁହାଯାଉଛି । ଦୁଇ ମୁଣ୍ଡିଆ ସାପଟି ବଡ଼ ହେବା ପରେ ତାକୁ ଜଙ୍ଗଲରେ ଛାଡ଼ିଦିଆଯିବା ନେଇ ସୂଚନା ଦିଆଯାଇଛି ।
Comments are closed.