www.samajalive.in
Wednesday, December 10, 2025
16.1 C
Bhubaneswar

ବିରଳ​‌ ରକ୍ତ ଗ୍ରୁପ୍‌ ‘ସିଆର୍‌ଆଇବି’ ଆବିଷ୍କୃତ

ନୂଆଦିଲ୍ଲୀ: ଭାରତୀୟ ଚିକିତ୍ସକ ଏକ ଅଦ୍ଭୁତ ଚିକିତ୍ସା ବିଜ୍ଞାନର ଆବିଷ୍କାର କରିଛନ୍ତି। ବିଶ୍ୱରେ ପୂର୍ବରୁ କେବେ ଦେଖାଯାଇ ନ ଥିବା ଏକ ବିରଳ ରକ୍ତ ଗ୍ରୁପ୍ ଚିହ୍ନଟ କରିଛନ୍ତି ଭାରତୀୟ ଚିକିତ୍ସକ। କର୍ଣ୍ଣାଟକ କୋଲାରର ଜଣେ ମହିଳାଙ୍କ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି ସମୟରେ ଏହି ନୂଆ ରକ୍ତ ଗ୍ରୁପ୍‌ (ସିଆର୍‌ଆଇବି) ଆବିଷ୍କୃତ ହୋଇଛି। କର୍ଣ୍ଣାଟକ କୋଲାରରେ ଜଣେ ୩୮ ବର୍ଷୀୟା ମହିଳାଙ୍କର ହୃଦ୍‌ଘାତ ହୋଇଥିଲା। ଅସ୍ତ୍ରୋପଚାର ପାଇଁ ରକ୍ତ ଆବଶ୍ୟକ ପଡ଼ିଥିବାବେଳେ ତାଙ୍କର ରକ୍ତ ଗ୍ରୁପ୍‌ ଥିଲା ‘ଓ ପଜିଟିଭ୍‌’। ତେବେ ମହଜୁଦ ଥିବା କୌଣସି ‘ଓ ପଜିଟିଭ୍‌’ ରକ୍ତ ତାଙ୍କ ରକ୍ତ ଗ୍ରୁପ୍‌ ସହ ମେଳ ଖାଇ ନ ଥିଲା। ତା’ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କର ରକ୍ତ ନମୂନାର ଅଧିକ ପରୀକ୍ଷା ପାଇଁ ରୋଟାରୀ ବାଙ୍ଗାଲୋର ଟିଟିକେ ରକ୍ତ କେନ୍ଦ୍ରର ଆଡଭାନ୍ସଡ୍ ଇମ୍ୟୁନୋହେମାଟୋଲୋଜି ରେଫରେନ୍ସ ଲାବୋରେଟୋରୀକୁ ପଠାଇଥିଲେ।

ରୋଟାରୀ ବାଙ୍ଗାଲୋର ଟିଟିକେ ରକ୍ତ କେନ୍ଦ୍ରର ଡାକ୍ତର ଅଙ୍କିତ ମାଥୁର କହିଛନ୍ତି ଯେ ଉନ୍ନତ ସେରୋଲୋଜିକାଲ୍ କୌଶଳ ବ୍ୟବହାର କରି, ତାଙ୍କ ଦଳ ଜାଣିପାରିଲେ ଯେ ତାଙ୍କ ରକ୍ତ ‘ପ୍ୟାନରିଆକ୍ଟିଭ୍’, ଯାହା ସମସ୍ତ ପରୀକ୍ଷା ନମୁନା ସହିତ ଅସଙ୍ଗତ ଥିଲା। ଏହାକୁ ଏକ ବିରଳ କିମ୍ବା ଅଜଣା ରକ୍ତ ଗ୍ରୁପ୍‌ ଭାବେ ଚିହ୍ନଟ କରି, ଦଳ ତାଙ୍କ ପରିବାରର ୨୦ଜଣ ସଦସ୍ୟଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କୌଣସିଟି ମେଳ ଖାଇ ନ ଥିଲା। ପରେ ଡାକ୍ତର ଏବଂ ପରିବାରର ମିଳିତ ପ୍ରୟାସରେ, ଟ୍ରାନ୍ସଫ୍ୟୁଜନର ଆବଶ୍ୟକତା ବିନା ତାଙ୍କର ଅସ୍ତ୍ରୋପଚାର ସଫଳତାର ସହ ସମାପ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ତାଙ୍କର ଏବଂ ତାଙ୍କ ପରିବାରର ରକ୍ତ ନମୁନାକୁ ଅଧିକ ବିଶ୍ଳେଷଣ ପାଇଁ ବ୍ରିଟେନ୍‌ ବ୍ରିଷ୍ଟଲରେ ଥିବା ଆନ୍ତର୍ଜାତୀୟ ରକ୍ତ ଗୋଷ୍ଠୀ ରେଫରେନ୍ସ ଲାବୋରେଟୋରୀକୁ ପଠାଯାଇଥିଲା।

- Advertisement -

ସିଆର୍‌ଆଇବି ହେଉଛି ପୂର୍ବରୁ ଚିହ୍ନଟ ହୋଇ ନ ଥିବା ଆଣ୍ଟିଜେନ୍ ପ୍ରୋଫାଇଲ୍। ଯାହା ଇଣ୍ଟରନ୍ୟାସନାଲ୍ ସୋସାଇଟି ଅଫ୍ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ (ଆଇଏସ୍‌ବିଟି) ଦ୍ୱାରା ସ୍ୱୀକୃତିପ୍ରାପ୍ତ ୪୩ଟି ଜଣାଶୁଣା ରକ୍ତ ଗ୍ରୁପ୍‌ ସିଷ୍ଟମ୍ ସହିତ ମେଳ ଖାଉ ନାହିଁ। ସିଆର୍‌ଆଇବି ହେଉଛି ‘କ୍ରୋମୋଜୋମ୍ ରିଜିଅନ୍ ଆଇଡେଣ୍ଟିଫାଏଡ୍ ଆଜ୍ ବ୍ଲଡ୍ ଗ୍ରୁପ୍’। ଏହା ଏକ ନୂଆ ରକ୍ତ ଗ୍ରୁପ୍‌ ହୋଇଥିବାରୁ ରକ୍ତର ଆବଶ୍ୟକତା ସମୟରେ ଏହି ରକ୍ତ ଗ୍ରୁପ୍‌ ଥିବା ରକ୍ତଦାତା ମିଳିବେ ନାହିଁ। ଏହି ରକ୍ତ ଗ୍ରୁପ୍‌ ଥିବା ବ୍ୟକ୍ତି ଜରୁରୀ ପରିସ୍ଥିତିରେ ରକ୍ତ ପାଇପାରିବେ ନାହିଁ। ଏହି ବିରଳ ରକ୍ତ ଅଭାବରୁ ପ୍ରସବ, ଅସ୍ତ୍ରୋପଚାର ଓ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଜୀବନ ସଙ୍କଟାପନ୍ନ ହୋଇପାରେ। ସିଆର୍‌ଆଇବି ରକ୍ତ ଗ୍ରୁପ୍‌ର ଆବିଷ୍କାର ଭାରତରେ ରକ୍ତ ସଂଚାର ଔଷଧ, ଜେନେଟିକ୍ ଗବେଷଣା ଏବଂ ଜରୁରୀକାଳୀନ ପ୍ରସ୍ତୁତିରେ ଉନ୍ନତି ଆଣିପାରେ। ଏହା ଭାରତକୁ ବିଶ୍ୱ ହେମାଟୋଲୋଜି ଗବେଷଣାର ଶୀର୍ଷରେ ରଖିଛି। ଏହି ଆବିଷ୍କାର ଗର୍ଭ ଏବଂ ନବଜାତ ଶିଶୁର ହେମୋଲାଇଟିକ୍ ରୋଗ (ଏଚ୍‌ଡିଏଫ୍‌ଏନ୍‌) ଚିକିତ୍ସା ପରିଚାଳନାରେ ମଧ୍ୟ ସାହାଯ୍ୟ କରିପାରେ। ଏହା ଏପରି ଏକ ଅବସ୍ଥା ଯେଉଁଠାରେ ଜଣେ ମା’ଙ୍କ ଆଣ୍ଟିବଡି ତାଙ୍କ ଶିଶୁର ଲୋହିତ ରକ୍ତ କଣିକାକୁ ଆକ୍ରମଣ କରନ୍ତି। ସିଆର୍‌ଆଇବିର ପ୍ରାରମ୍ଭିକ ଚିହ୍ନଟ ଗର୍ଭାବସ୍ଥାରେ ଗମ୍ଭୀର ଜଟିଳତାକୁ ରୋକିବାରେ ସାହାଯ୍ୟ କରିପାରିବ। ସିଆର୍‌ଆଇବି ଆବିଷ୍କାର ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ବିରଳ ରକ୍ତ ଦାତା ତଥ୍ୟ, ଉନ୍ନତ ପରୀକ୍ଷାଗାର କ୍ଷମତା ଏବଂ ରକ୍ତ ଗ୍ରୁପ୍‌ ସମାନତା ପ୍ରତି ସଚେତନତାର ଗୁରୁତ୍ୱକୁ ବଢ଼ାଇବ।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories