www.samajalive.in
Monday, December 15, 2025
27.1 C
Bhubaneswar

ଚନ୍ଦ୍ର ପାଖରେ ଦେଖାଗଲା ଶୁକ୍ର ଗ୍ରହ

ଭୁବନେଶ୍ବର : ଚନ୍ଦ୍ର ପଛରେ ଶୁକ୍ର ଗ୍ରହ ଲୁଚିଗଲା, ଅର୍ଥାତ ଚନ୍ଦ୍ରର ଖୁବ୍ ପାଖରେ ଦେଖାଯାଇଛି ଶୁକ୍ର ଗ୍ରହ। ଶୁକ୍ରବାର ଏଭଳି ବିରଳ ମହାଜାଗତିକ ଦୃଶ୍ୟ ସନ୍ଧ୍ୟା ଆକାଶରେ ଦେଖିବାକୁ ମିଳିଥିଲା। ଭୁବନେଶ୍ବରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ସୂର୍ଯ୍ୟ ଚାରିପଟେ ପୃଥିବୀ ୩୬୫ଦିନରେ ଥରେ ଓ ଚନ୍ଦ୍ର ପୃଥିବୀ ଚାରିପଟେ ୨୮ଦିନରେ ଥରେ ଘୂରି ଆସୁଛି। ସେହିପରି ଖାଲି ଆଖିରେ ଦେଖାଯାଉଥିବା ୫ଟି ଗ୍ରହ ଯଥା-ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି ମଧ୍ୟ ସୂର୍ଯ୍ୟ ଚାରିପଟେ ବୁଲୁଛନ୍ତି। ଏଗୁଡ଼ିକ ଆକାଶରେ ଏକ ତାରା ଭଳି ଦେଖାଯାଆନ୍ତି। ଆକାଶରେ ଦେଖାଯାଉଥିବା ତାରାଗୁଡ଼ିକ ପୃଥିବୀ ପରିପ୍ରେକ୍ଷୀରେ ସେମାନଙ୍କ ସ୍ଥାନ ବଦଳାନ୍ତି ନାହିଁ। ପୃଥିବୀ, ଚନ୍ଦ୍ର ଓ ଗ୍ରହମାନଙ୍କ ଗତି ଫଳରେ ବେଳେବେଳେ ପୃଥିବୀ ସହ ଚନ୍ଦ୍ର ଓ ଗ୍ରହଟିଏ ଏକ ସରଳରେଖାକୁ ଚାଲି ଆସନ୍ତି। ସେତେବେଳେ ଚନ୍ଦ୍ର ପଛରେ ଗ୍ରହଟି କିଛି ସମୟ ପାଇଁ ଲୁଚିଯାଏ। ଯଦି ଆକାଶରେ ବଡ଼ ଦେଖାଯାଉଥିବା ଚନ୍ଦ୍ର ପଛରେ ଖୁବ୍ ଛୋଟ ଗ୍ରହଟିଏ ଲୁଚିଯାଏ ତାହେଲେ ସମାବରଣ ଘଟିଥାଏ। ଏହା ଖୁବ୍ ସୁନ୍ଦର ଅନୁଭୂତି। ଆଜି ଭାରତୀୟ ସମୟ ୪ଟା ୨୭ ମିନିଟରୁ ୬.୨୭ମିନିଟ ପର୍ଯ୍ୟନ୍ତ ଚନ୍ଦ୍ର ପଛରେ ଲୁଚି ଯାଇଥିଲା ଶୁକ୍ରଗ୍ରହ। ଭୁବନେଶ୍ବର ତଥା ଓଡ଼ିଶାରେ ସନ୍ଧ୍ୟା ୬.୨୦ମିନିଟରୁ ୮.୩୦ମିନିଟ ପର୍ଯ୍ୟନ୍ତ ଚନ୍ଦ୍ରର ଖୁବ୍ ପାଖରେ ଶୁକ୍ରଗ୍ରହ ଦେଖାଯାଇଥିଲା।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories