ଶନିବାର ରାଶିଫଳ (୨୫.୦୩.୨୦୨୩)​

ମେଷ : ମାନବୀୟ ଧର୍ମଭାବାପନ୍ନ ହେବାକୁ ପ୍ରବଚନରେ ପରାମର୍ଶ ଦେଇପାରନ୍ତି। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ମୂଲ୍ୟବାନ ବସ୍ତୁରତ୍ନ ପାଇପାରନ୍ତି। ବିଳାସ-ବ୍ୟସନରେ ବୁଡ଼ି କୃତଘ୍ନ ହୋଇପାରନ୍ତି।

ବୃଷ :  କୀର୍ତ୍ତିମାନ ହେବେ। ସ୍ଥିର ସ୍ବଭାବ ସମ୍ପନ୍ନ ହେବେ। ସନ୍‌ମାର୍ଗୀ ହୋଇପାରନ୍ତି। ବିଧି-ବିଧାନରେ ଚଳିବେ। ଯେତେ ତେଜସ୍ବୀ ହୁଅନ୍ତୁ ନା କାହିଁକି କାମଦେବଙ୍କ ନିକଟରେ ହାର ମାନିବାକୁ ପଡ଼ିବ। ବ୍ୟୟ ଅଧିକ ହେବ।

ମିଥୁନ : ଜଣେ ବିଶେଷ ଜ୍ଞାନୀ ବ୍ୟକ୍ତି ଭାବେ ଜନସାଧାରଣଙ୍କର ପରାମର୍ଶଦାତା ହେବେ। ସତ୍ୟାନୁରାଗୀ ଓ ସୁବକ୍ତା ହୋଇପାରନ୍ତି। ସରକାରୀ ଅନୁଦାନ ପାଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ଲକ୍ଷ୍ମୀ ବରଦାୟିକା ଅଛନ୍ତି।

କର୍କଟ : ରାଜ-ରାଜେଶ୍ବର ସୁଖ ଭୋଗ କରିପାରନ୍ତି। କୃଷି ଉପରେ ପ୍ରାଧାନ୍ୟ ଦେଇପାରନ୍ତି। ଉଚ୍ଚାସନରେ ଗାଦିନସୀନ ହୋଇ ନିଜର ମହିମା ପ୍ରକାଶ କରିପାରନ୍ତି। ନିଧି ପ୍ରାପ୍ତିର ସୂଚନା ମିଳୁଛି। ତୀକ୍ଷ୍‌ଣ ବୁଦ୍ଧିସମ୍ପନ୍ନ ହେବେ।

ସିଂହ : ମହନୀୟ ଅଭୀଷ୍ଟ ପୂରଣ କରିବାରେ ସିଦ୍ଧହସ୍ତ ହେବେ। ବନ୍ଧୁ, ସନ୍ତାନ-ସନ୍ତତି, ସହଧର୍ମିଣୀ ଓ ନିଜ ବନ୍ଧୁବାନ୍ଧବଙ୍କ ହିତ ପାଇଁ ନିଜକୁ ଉତ୍ସର୍ଗ କରିପାରନ୍ତି। ତାମ୍ର, ପ୍ରବାଳ, ସୁବର୍ଣ୍ଣ ଓ ରାଜପ୍ରାସାଦ ସୁଖ ପାଇପାରନ୍ତି।

କନ୍ୟା : ଶତ୍ରୁନାଶନ ଶକ୍ତିସମ୍ପନ୍ନ ହେବେ। କେତେକ କ୍ଷେତ୍ରରେ ପ୍ରତିରୋଧ ପରାୟଣ ହେଉଥିବାବେଳେ ପ୍ରସନ୍ନ ମୂର୍ତ୍ତିସମ୍ପନ୍ନ ହୋଇପାରନ୍ତି। ନିଃଶଙ୍କ ହେବେ। ଗର୍ବୀ ହେବେ। ସ୍ତ୍ରୀ-ପୁତ୍ର ପାଇଁ ବେଳେବେଳେ ଚିନ୍ତିତ ହେବେ।

ତୁଳା : ଯେ କୌଣସି କାର୍ଯ୍ୟରେ ନିୟୋଜିତ ହେଲେ ବି ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରି ଗଢ଼ି ତୋଳିବେ। ସପତ୍ନୀକ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।

ବିଛା : ଋଣ ଭାରକୁ ଲାଘବ କରିବା ପାଇଁ କଠିନ ଶ୍ରମସ୍ବୀକାର କରିବା ସହିତ କର୍ମଚଞ୍ଚଳ ରହିବେ। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିପାରନ୍ତି। ଆପଣଙ୍କ ପାରିବାର ପଣିଆରେ ଶତ୍ରୁ ଅପସରିଯିବ।

ଧନୁ : ସ୍ବକର୍ମରେ ସ୍ବଚ୍ଛତା ଓ ସମୃଦ୍ଧି ପାଇଁ ଚେଷ୍ଟା ଜାରି ରଖିବେ। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୌଭାଗିନୀ ପତ୍ନୀଙ୍କ ସହଯୋଗ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବ।

ମକର : ସଦା-ସର୍ବଦା ବିନୀତ ସ୍ବଭାବସମ୍ପନ୍ନ ହେବେ। ଧାର୍ମିକ ମନୋବୃତ୍ତି ସମ୍ପନ୍ନ ହେବେ। ବହୁ ମିତ୍ର, ଆତ୍ମଜ ସମସ୍ତେ ବିଶେଷ ସୁଖର ଅଧିକାରୀ ହେବେ। ଶତ୍ରୁ ଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବ ନାହିଁ।

କୁମ୍ଭ : ଧନବାନ୍‌ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ଦୀର୍ଘଜୀବୀ ହେବେ। ରାଜନୀତିଜ୍ଞ ହୋଇପାରନ୍ତି। ଶତ୍ରୁ ବିନାଶକ ହେବେ। କଠିନ ପରିଶ୍ରମ କରି ଧନ ଅର୍ଜନ କରିବେ। କର୍ମକ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିବେ।

ମୀନ : ରୋଜଗାରରେ ସ୍ବୟଂସମ୍ପୂର୍ଣ୍ଣ ହୋଇପାରନ୍ତି। ମହୀପତି ଅଥବା କ୍ଷମତାଧାରୀ ବିଶିଷ୍ଟ ବ୍ୟକ୍ତିଙ୍କ ଉତ୍ତମ ପରାମର୍ଶଦାତା ହୋଇପାରନ୍ତି। ବହୁ ମିତ୍ର ଅର୍ଜନ କରିବାରେ ତତ୍ପରତା ପ୍ରକାଶ ପାଇବ।

Comments are closed.