www.samajalive.in
Sunday, December 14, 2025
19.1 C
Bhubaneswar

ଲୋକସଭାରେ ଅର୍ଥ ବିଧେୟକ ୨୦୨୩ ଗୃହୀତ

ନୂଆଦିଲ୍ଲୀ : ଲୋକସଭାରେ ଶୁକ୍ରବାର ଅର୍ଥ ବିଧେୟକ ୨୦୨୩ ବିନା ଆଲୋଚନାରେ ଗୃହୀତ ହୋଇଛି । ଆଦାନି-ହିଣ୍ଡେନବର୍ଗ ବିବାଦର ଜେପିସି ତଦନ୍ତ ଦାବି କରି ବିରୋଧୀ ସଦସ୍ୟମାନେ ଗୃହରେ ହୋହଲ୍ଲା ଚଳାଇଥିବାବେଳେ ସରକାର ବାଚନିକ ଭୋଟରେ ଏହି ବିଧେୟକକୁ ଗୃହୀତ କରାଇଥିଲେ। ଅର୍ଥ ବିଧେୟକ ଗୃହୀତ ହେବା ଦ୍ବାରା ସରକାର ବଜେଟ୍‌ରେ ଆଣିଥିବା ନୂଆ ଟିକସ ବ୍ୟବସ୍ଥା କାର୍ଯ୍ୟକାରୀତାକୁ ଅନୁମୋଦନ ମିଳିଛି। ବିଧେୟକକୁ ଗୃହୀତ ପୂର୍ବରୁ ସରକାର ଏଥିରେ ଅନେକ ସଂଶୋଧନ ଆଣିଥିଲେ। ଏପରିକି ବିଧେୟକରେ ଆଉ ୨୦ଟି ଧାରା ଯୋଡାଯାଇଥିଲା। ଗୃହୀତ ଅର୍ଥ ବିଧେୟକ ଅନୁଯାୟୀ ସରକାର ଜିଏସଟି ସମ୍ପର୍କିତ ବିବାଦର ସମାଧାନ ନିମନ୍ତେ ଏକ ଆପିଲେଟ୍ ଟ୍ରିବ୍ୟୁନାଲ ଗଠନ କରିବେ। ଏବେ ଜିଏସଟି ସମ୍ପର୍କିତ ବିବାଦର ସମାଧାନ ପାଇଁ ଟିକସଦାତାମାନେ ହାଇକୋର୍ଟର ଦ୍ବାରସ୍ଥ ହେଉଛନ୍ତି । ଗୁରୁବାର ଲୋକସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୪୫ଲକ୍ଷ କୋଟି ଟଙ୍କାର ବଜେଟ୍ ଅନୁମୋଦିତ ହୋଇଥିଲା।
ଶୁକ୍ରବାର ମଧ୍ୟ ସଂସଦର ଉଭୟ ଗୃହରେ ଶାସକ ଓ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ରଦ୍ଦକୁ ବିରୋଧ କରି କଂଗ୍ରେସ ଓ ବିରୋଧୀ ଦଳ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଏଥିଯୋଗୁଁ ଉଭୟ ଗୃହର ପୂର୍ବାହ୍ଣ ଅଧିବେଶନ ମୁଲତବୀ ରହିଥିଲା। ରାଜ୍ୟସଭାରେ ଅପରାହ୍ଣ ଅଧିବେଶନ ମାତ୍ର ଘଣ୍ଟାଏ ଚାଲିବା ପରେ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଲୋକସଭାରେ ଅନୁରୂପ ପରିସ୍ଥିତି ଦେଖାଯାଇଥିଲା। ତେବେ ଅପରାହ୍ଣ ଅଧିବେଶନରେ ଗୃହରେ ଅର୍ଥ ବିଧେୟକ ଗୃହୀତ ହୋଇଥିଲା। ପରେ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories