www.samajalive.in
Sunday, December 14, 2025
16.1 C
Bhubaneswar

ନଦୀକୁ ଧସିଲା ୪ଶହ ଫୁଟର ସୁରକ୍ଷାବନ୍ଧ

ଆରଡ଼ି  : ଶୀତଳପୁର ଗାଁ ନିକଟସ୍ଥ ସାଳନ୍ଦୀ ନଦୀର ବନ୍ଧ କାର୍ଯ୍ୟ ଚାଲୁଥିବା ବେଳେ ନଦୀକୁ ଧସିଛି ୪ଶହ ଫୁଟର ସୁରକ୍ଷା ନଦୀବନ୍ଧ। ଫଳରେ ନଦୀକୂଳରେ ଥିବା ପାଖାପାଖି ୧୫/୨୦ ପରିବାର ଏବେ ଭୟଭୀତ ହୋଇପଡ଼ିଛନ୍ତି। ତା’ସହ ନଦୀକୂଳରେ ଥିବା ୫ଟି ଘର ସମେତ ଗୁହାଳଘର ଏବେ ନଦୀକୁ ଢଳି ରହିଛି। ଅନେକଙ୍କ ଘରେ ଫାଟ ସୃଷ୍ଟି ହୋଇଥିବାରୁ ୧୦ଟି ପରିବାର ଘରଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ନଦୀ ଜୁଆରିଆ ରହୁଥିବାରୁ ଭରାପାଣି ଓ କୁମ୍ଭୀର ଭୟ ଦେଖାଦେଇଛି। ଗତ କିଛି ବର୍ଷ ହେବ ସାଳନ୍ଦୀ ନଦୀ ଗତିପଥ ବଦଳାଇ ଗାଁମୁହାଁ ହୋଇଥିବାରୁ ଗାଁ ରାସ୍ତା ସହ ଅନେକ ଘର ଓ ବଡ଼ ବଡ଼ ନଡ଼ିଆଗଛ ନଦୀରେ ଲୀନ ହୋଇଯାଇଥିଲା।
ବନ୍ଧର ସ୍ଥାୟୀ ମରାମତି ପାଇଁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ଏବେ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ଗତ ୩ମାସ ହେବ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଚାଲୁଥିବା କାର୍ଯ୍ୟ ଠିକ୍‌ଭାବେ ହେଉ ନଥିବାରୁ ପୁଣି ସୁରକ୍ଷାବନ୍ଧ ନଦୀକୁ ଧସି ଯାଇଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି। ଏପରିକି ନଦୀକୂଳରେ ମାଟି ଓ ପଥର ପକାଉଥିବା ୩ଟି ଟ୍ରାକ୍ଟର ନଦୀକୁ ଖସି ପଡ଼ିଥିବାବେଳେ ଆଜି ଗାଁର ମୁଖ୍ୟରାସ୍ତା ଓ ୩ଟି ଘର ନଦୀକୁ ଢଳି ପଡ଼ିଛି। ନଦୀ ଜୁଆରିଆ ସମୟରେ ଗାଁ ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ଜୁଆରପାଣି। ଜଳସେଚନ ବିଭାଗ ପକ୍ଷରୁ ସ୍ଥାୟୀ ମରାମତି ନିମନ୍ତେ କୋଟିକୋଟି ଟଙ୍କା ଅଟକଳ କରାଯାଇଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ କାର୍ଯ୍ୟର ସ୍ଥାୟିତ୍ବ ନେଇ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ଘଟଣାର କିଛି ସମୟ ପରେ ଅନୁଧ୍ୟାନ ପାଇଁ ଆସିଥିବା ବିଭାଗୀୟ ଏସ୍‌ଡିଓ ବିଜୟ କୁମାର ସେଠୀ ଓ କନିଷ୍ଠଯନ୍ତ୍ରୀ କିଶୋର ଦାସ କ୍ଷେତ୍ର ପରିଦର୍ଶନ କରିବା ସହ ଅସୁରକ୍ଷିତ ଗୁହାଳ ଘରେ ଗୃହପାଳିତ ପଶୁଙ୍କୁ ନରଖିବା ପାଇଁ ପରାମର୍ଶ ଦେଇଛନ୍ତି। ଘଟଣା ବାବଦରେ ଏସ୍‌ଡିଓ ଶ୍ରୀ ସେଠୀଙ୍କୁ ପଚାରିବାରୁ ନଦୀବନ୍ଧର ସ୍ଥାୟୀ ମରାମତି କାର୍ଯ୍ୟ ଚାଲିଛି। ଉକ୍ତ ସ୍ଥାନ ପଙ୍କୁଆ ଓ ଖାଲୁଆ ଅଞ୍ଚଳ ହୋଇଥିବାରୁ ସାମାନ୍ୟ ଘଟଣା ଘଟିଛି। ଯେଉଁ ଘରଗୁଡ଼ିକ ଅସୁରକ୍ଷିତ ଅଛି ସେଠାକୁ କେହି ନଯିବା ପାଇଁ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories