www.samajalive.in
Monday, December 8, 2025
13.1 C
Bhubaneswar

ଏହି କମ୍ପାନୀ ସହ ଚୁକ୍ତି କଲା ରାପିଡୋ, ଅଧିକ ଆୟ କରିପାରିବେ ଚାଳକ

ନୂଆଦିଲ୍ଲୀ : ରାପିଡୋ ଇଣ୍ଡୋଫାଷ୍ଟ ଏନର୍ଜି ସହିତ ଚୁକ୍ତି କରିଛି । ରାପିଡୋ ଦେଶର ବଡ ବାଇକ୍ ଏଗ୍ରିଗେଟର ଯାହା ଅଟୋ ଓ କ୍ୟାବ ସେଗମେଣ୍ଟରେ ମଧ୍ୟ କ୍ୟାଟର କରିଥାଏ । ଇଣ୍ଡୋଫାଷ୍ଟ ଏନର୍ଜି, ଇଣ୍ଡିଆନ ଅଏଲ କର୍ପୋରେସନ ଓ ସନ୍ ମୋବିଲିଟିର ୫୦-୫୦ ପ୍ରତିଶତର ମିଳିତ ଉଦ୍ୟୋଗ । ଉଭୟ କମ୍ପାନୀ ଏକାଠି ଆଗେଇ ଆସିଛନ୍ତି ଏବଂ ୧୦ ହଜାର ସ୍ବାପେବଲ ଅଟୋ ନିଯୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି । ଏହି ଇ-ଅଟୋ ପିଆଜିଓ ହେବ । ରାପିଡୋ ଇଣ୍ଡୋଫାଷ୍ଟ ଏନର୍ଜି ସହିତ ପାର୍ଟନରସିପ୍ କରିଛି ଏବଂ ତଦନୁସାରେ କମ୍ପାନୀ ସାରା ଦେଶରେ ୧୦ ହଜାର ଇଲେକ୍ଟ୍ରିକ୍ ଅଟୋ, ଇ-ସିଟି ମ୍ୟାକ୍ସ ନିଯୁକ୍ତ କରିବ । ଆଗାମୀ ୨ ବର୍ଷ ମଧ୍ୟରେ ଏହି ଲକ୍ଷ୍ୟ ପୁରା କରିବା ପାଇଁ ଯୋଜନା ରହିଛି ।

ଏହି ଯୋଜନା ପ୍ରଥମ ହାଇଦ୍ରାବାଦ, ବେଙ୍ଗାଲୁରୁ ଓ ଦକ୍ଷିଣ ଭାରତର ଅନ୍ୟ ସହରରେ ପ୍ରଥମେ ଆରମ୍ଭ ହେବ । ଏହି ପାର୍ଟନରସିପ୍ ଅନୁସାରେ କମ୍ପାନୀ ଡିସେମ୍ବର ୨୦୨୪ ଶେଷ ସୁଦ୍ଧା ପବ୍ଲିକ୍ ଟ୍ରାନ୍ସପୋର୍ଟ ସିଷ୍ଟମରେ ୧ ହଜାର ଇଭି ଯୋଡିବା ଉପରେ କାମ କରିବ । ୨୦୨୩ରେ ଏହି ୨ କମ୍ପାନୀ ପାର୍ଟନରସିପ୍ ପାଇଲଟ ପ୍ରକଳ୍ପ ରୂପେ ଦିଲ୍ଲୀ, ବେଙ୍ଗାଲୁରୁରେ କାମ କରୁଥିଲେ । ୨ କମ୍ପାନୀର ପାଇଲଟ ପ୍ରକଳ୍ପର ସଫଳତା ପରେ ଏବେ  କମ୍ପାନୀ ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରେ ୧୦୦ରୁ ଅଧିକ ସ୍ବାପ ଷ୍ଟେସନ ଲଗାଇବା ପାଇଁ ପ୍ରସ୍ତୁତି କରୁଛି ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories