ଏହି କମ୍ପାନୀ ସହ ଚୁକ୍ତି କଲା ରାପିଡୋ, ଅଧିକ ଆୟ କରିପାରିବେ ଚାଳକ

ନୂଆଦିଲ୍ଲୀ : ରାପିଡୋ ଇଣ୍ଡୋଫାଷ୍ଟ ଏନର୍ଜି ସହିତ ଚୁକ୍ତି କରିଛି । ରାପିଡୋ ଦେଶର ବଡ ବାଇକ୍ ଏଗ୍ରିଗେଟର ଯାହା ଅଟୋ ଓ କ୍ୟାବ ସେଗମେଣ୍ଟରେ ମଧ୍ୟ କ୍ୟାଟର କରିଥାଏ । ଇଣ୍ଡୋଫାଷ୍ଟ ଏନର୍ଜି, ଇଣ୍ଡିଆନ ଅଏଲ କର୍ପୋରେସନ ଓ ସନ୍ ମୋବିଲିଟିର ୫୦-୫୦ ପ୍ରତିଶତର ମିଳିତ ଉଦ୍ୟୋଗ । ଉଭୟ କମ୍ପାନୀ ଏକାଠି ଆଗେଇ ଆସିଛନ୍ତି ଏବଂ ୧୦ ହଜାର ସ୍ବାପେବଲ ଅଟୋ ନିଯୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି । ଏହି ଇ-ଅଟୋ ପିଆଜିଓ ହେବ । ରାପିଡୋ ଇଣ୍ଡୋଫାଷ୍ଟ ଏନର୍ଜି ସହିତ ପାର୍ଟନରସିପ୍ କରିଛି ଏବଂ ତଦନୁସାରେ କମ୍ପାନୀ ସାରା ଦେଶରେ ୧୦ ହଜାର ଇଲେକ୍ଟ୍ରିକ୍ ଅଟୋ, ଇ-ସିଟି ମ୍ୟାକ୍ସ ନିଯୁକ୍ତ କରିବ । ଆଗାମୀ ୨ ବର୍ଷ ମଧ୍ୟରେ ଏହି ଲକ୍ଷ୍ୟ ପୁରା କରିବା ପାଇଁ ଯୋଜନା ରହିଛି ।

ଏହି ଯୋଜନା ପ୍ରଥମ ହାଇଦ୍ରାବାଦ, ବେଙ୍ଗାଲୁରୁ ଓ ଦକ୍ଷିଣ ଭାରତର ଅନ୍ୟ ସହରରେ ପ୍ରଥମେ ଆରମ୍ଭ ହେବ । ଏହି ପାର୍ଟନରସିପ୍ ଅନୁସାରେ କମ୍ପାନୀ ଡିସେମ୍ବର ୨୦୨୪ ଶେଷ ସୁଦ୍ଧା ପବ୍ଲିକ୍ ଟ୍ରାନ୍ସପୋର୍ଟ ସିଷ୍ଟମରେ ୧ ହଜାର ଇଭି ଯୋଡିବା ଉପରେ କାମ କରିବ । ୨୦୨୩ରେ ଏହି ୨ କମ୍ପାନୀ ପାର୍ଟନରସିପ୍ ପାଇଲଟ ପ୍ରକଳ୍ପ ରୂପେ ଦିଲ୍ଲୀ, ବେଙ୍ଗାଲୁରୁରେ କାମ କରୁଥିଲେ । ୨ କମ୍ପାନୀର ପାଇଲଟ ପ୍ରକଳ୍ପର ସଫଳତା ପରେ ଏବେ  କମ୍ପାନୀ ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରେ ୧୦୦ରୁ ଅଧିକ ସ୍ବାପ ଷ୍ଟେସନ ଲଗାଇବା ପାଇଁ ପ୍ରସ୍ତୁତି କରୁଛି ।

Comments are closed.