www.samajalive.in
Monday, December 15, 2025
26.1 C
Bhubaneswar

ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ ଓ ପ୍ରତାରଣା, ଯୁବକ ଗିରଫ

ଦେବଗଡ: ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବାପରେ ପ୍ରତାରଣା ଦେଇଥିବା ଅଭିଯୋଗରେ ଦେବଗଡ ଆଦର୍ଶ ଥାନା ପୁଲିସ ଆଜି ଶରଣକୋଟ ଗ୍ରାମର ଜଣେ ଯୁବକକୁ ଗିରଫ କରିଥିବା ଜଣାପଡିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ ଥାନା ଅନ୍ତର୍ଗତ ଶରଣଖୋଳ ଗ୍ରାମର ଡିଲେଶ୍ୱର ବେହେରାଙ୍କ ପୁଅ ଆଲୋକ ବେହେରା(୨୦)ଉକ୍ତ ଗ୍ରାମର ଜଣେ ନାବାଳିକା(୧୭)ଙ୍କୁ ୨ ବର୍ଷ ହେଲା (ନାବାଳିକା ଜଣକ ନବମ ଶ୍ରେଣୀରେ ପାଠ ପଢୁଥିବା ସମୟରେ)ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରୀକ ସମ୍ପର୍କ ରଖି ଆସୁଥିଲା। ସେହି ସମୟରେ ଆଲୋକ ତାଙ୍କୁ (ନାବାଳିକାଙ୍କୁ) ବିବାହ କରିବ ବୋଲି ପ୍ରତିଶୃତି ଦେବାସହ ଏକ ମୋବାଇଲ ଫୋନ ଦେଇ ଏହାଦ୍ୱାରା କଥା ହେବାକୁ କହିଥିଲା। ଏହି କ୍ରମରେ ଗତ ରବିବାର ସଂଧ୍ୟାରେ ଆଲୋକ ଗାଁର ଆମ୍ବନାଳୀକୁ ଡାକିବା ସହ ଶାରୀରୀକ ସମ୍ପର୍କ ରଖିଥିଲା। ପ୍ରତ୍ୟୂଷ ପ୍ରାୟ ୪ଟା ସମୟରେ ଆଲୋକ ନାବାଳିକାଙ୍କ ସହ ଝଗଡା କରିବାସହ ତାଙ୍କ ଉପରେ ନାନା ପ୍ରକାର ଅତ୍ୟାଚାର କରି ଛାଡି ପଳାଇଥିଲା। ସୋମବାର ସକାଳେ ଆସହାୟା ନାବାଳିକା ଜଣକ ଆଲୋକ ଘରକୁ ଯାଇ ଏହାର ପ୍ରତିବାଦ କରିବାରୁ ଆଲୋକର ବାପା ଓ ମା’ ତାଙ୍କୁ ଧକ୍କା ମାରି ଘରୁ ତଡିଦେବା ସହ ହତ୍ୟା ଧମକ ଦେଇଥିଲେ। ଏନେଇ ଗତକାଲି ( ସୋମବାର)ପୀଡିତା ନାବାଳିକା ଜଣକ ଦେବଗଡ ଅଦର୍ଶ ଥାନାରେ ଲିଖୀତ ଅଭିଯୋଗ କରିବାରୁ ପୁଲିସ ଦୁଷ୍କର୍ମ ଓ ପୋକ୍ସୋ ଆକ୍ଟରେ ଏକ ମାମଲା ଋଜୁ କରିବାସହ ଆଜି ଆଲୋକକୁ ଗିରଫ କରିଥିବା ଜଣାପଡିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories