www.samajalive.in
Saturday, December 6, 2025
26.1 C
Bhubaneswar

ତାଲା ବନ୍ଦରେ ରୋଜଗାର; ଘରେ ରହି କାଳନ୍ଦ୍ରୀ କରିଛନ୍ତି ଛତୁ ଚାଷ

ବଲାଙ୍ଗିର: କରୋନାକାଳରେ ତାଲା ବନ୍ଦ ଯୋଗୁଁ ଲୋକେ ରୋଜଗାର ହରାଇଛନ୍ତି। ଘରେ ବସି ରହୁଛନ୍ତି। ସଞ୍ଚିତ ଅର୍ଥ ସରି ସରି ଯାଉଛି। କେମିତି କରିବେ ରୋଜଗାର ସେଥିପାଇଁ କସରତ ଚଳାଇଛନ୍ତି। ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି। କିନ୍ତୁ ଏସବୁଥିରୁ ଜଣେ ବ୍ୟତିକ୍ରମ ହେଲେ ପୁଇଁନ୍ତଲା ବ୍ଲକ ଆଟଗାଁର କାଳନ୍ଦ୍ରୀ ମାଝୀ। ସମସ୍ତେ ରୋଜଗାର ହରାଉଥିବା ବେଳେ ହାରି ନାହାନ୍ତି କାଳନ୍ଦ୍ରୀ। ଦି’ପଇସା ରୋଜଗା କରିବା ପାଇଁ ନିଜ ଉଦ୍ୟମରେ ଛତୁ ଚାଷ କରି ନିଜର ପରିବାର ଚଳାଇବାକୁ ସମର୍ଥ ହୋଇଛନ୍ତି।

 

- Advertisement -

ନିଜ ଗାଁ ଜମିରେ ବାଉଁଶ, ପଲିଥିନ୍ରେ ୨୦/୫୦ର ଏକ ଘର ତିଆରି କରିଛନ୍ତି। ମୁଣ୍ଡ ଉପରେ ପଲିଥିନ୍ ଥିବା ବେଳେ ତା’ ଉପରେ କିଛି କିଛି ନଡା ବିଛା ଯାଇଥିବା କହିଛନ୍ତି କାଳନ୍ଦ୍ରୀ। କେବଳ ସେ ନୁହେଁ, ତାଙ୍କ ଭଳି ଆଗ୍ରହୀ ବ୍ୟକ୍ତିମାନେ ବି ଛତୁ ଚାଷ କରିପାରିବେ ଓ ଭଲ ଦି’ପଇସା ରୋଜଗାର କରିବେ କହନ୍ତି ସେ। ତାଙ୍କ କହିବା ଅନୁସାରେ, ଛତୁରୁ ଦୈନିକ ରୋଜଗାର ବାହାରିବା ସୁନିଶ୍ଚିତ। ତେବେ ଛତୁ ଚାଷ ପାଇଁ ସାଧାରଣତଃ ନଡ଼ାର ବ୍ୟବହାର କରାଯାଏ। କିନ୍ତୁ ପାଳକୁ ଲୋକେ ଫିଙ୍ଗି ଦିଅନ୍ତି ନିଆଁ ଲଗାଇ ଦିଅନ୍ତି। ସେ ଏହି ପାଳକୁ ସଂଗ୍ରହ କରିବା ସହ ବିଡା ବାନ୍ଧନ୍ତି। ଦା ସହାୟତାରେ ୧୫ ଇଞ୍ଚ ଲମ୍ବ ରଖି ଉଭୟ ପାଶ୍ୱରୁ କାଟି ଦିଅନ୍ତି। ଏଭଳି ବିଡା ବାନ୍ଧି ଥାକି ମାରି ଦିଅନ୍ତି। ଏହାପରେ ଛତୁ ଘର ନିକଟରେ ନିର୍ମାଣ ହୋଇଥିବା ୧୦ ଫୁଟ ଲମ୍ବର ଓ ୩ ଫୁଟ ଚଉଡ଼ାର ଟାଙ୍କିରେ ଏହି ପୁଆଳ ବିଡାକୁ ବିଶୋଧନ ପାଇଁ ପକାଇ ଦିଅନ୍ତି। ପୂର୍ବରୁ ଏହି ଟାଙ୍କିରେ ୩୦ରୁ ୪୦ ବାଲ୍ଟି ପାଣି ଢାଳିବାକୁ ପଡୁଥିଲା। ନଳକୂଅରୁ ପାଣି ଆଣି ସେ ଢାଳୁଥିଲେ। ଏବେ ଜମି ନିକଟରେ ଏକ ଚହଲା ଖୋଲି ହାଫ୍ ଏଚ୍ପିର ଏକ ମୋଟର୍ ଲଗାଇ ଟାଙ୍କିକୁ ସଂଯୋଗ କରିଛନ୍ତି। ଟାଙ୍କିରେ ପାଳ ବିଡା ବିଶୋଧନ ପାଇଁ ପକାଇବାର ୧୨ ଘଣ୍ଟା ପରେ ଏହି ପାଳ ବିଡାକୁ ସେ ଜରି(ପଲିଥିନ୍ରେ) ଘୋଡାଇବା ସହ ଛତୁ ମଞ୍ଜି ସେଥିରେ ଦେଇ ଛତୁ ଘର ଭିତରେ ବନ୍ଧା ହୋଇଥିବା ବାଉଁଶରେ ତାକୁ କିଛି କିଛି ବ୍ୟବଧାନରେ ଧାଡି କରି ରଖନ୍ତି। ପ୍ରାୟ ୧୦ ଦିନ ପରେ ଏହି ପାରୁ ଗଜା ବାହାରେ। ଛତୁ କଢ ହେବା ସହ ଫଳ ଧରେ। ପ୍ରତି ଦିନ ସେ ଏହାର ଯତ୍ନ ନିଅନ୍ତି ଓ ସୂର୍ଯ୍ୟଦୟ ପୂର୍ବରୁ ଛତୁଗୁଡ଼ିକୁ ତୋଳିବା ସହ ବିକ୍ରୟ ପାଇ ନିଅନ୍ତି। ଏଥିିରେ ତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ସହଯୋଗ କରନ୍ତି। ସବୁ ଦିନ ଏଥିରୁ ଛତୁ ବାହାରୁ ଥିବା ବେଳେ ସେ କିଛି ଭିନ୍ନ କରିବାର ପ୍ରୟାସରେ ସଫଳ ହୋଇଥିବା କହନ୍ତି କାଳନ୍ଦ୍ରୀ।

 

ତାଙ୍କୁ ଏନେଇ କେହି ବିଶେଷ ଜ୍ଞାନ ଦେଇ ନଥିବା ବେଳେ ନିଜ ଆଗ୍ରହ ଓ ଛତୁ ଚାଷ ଜରିଆରେ ରୋଜଗାରର ମାଧ୍ୟମ ପାଇଁ ମନ ବଳାଇଥିଲେ। ଏବେ ତାଙ୍କ ଛତୁ ଘରେ ସବୁ ଦିନ ଛତୁ ଫଳୁଥିବା ବେଳେ ତାକୁ ନିକଟସ୍ଥ ବଜାରକୁ ବିକ୍ରୟ ପାଇଁ ନିଅନ୍ତି। ଭଲ ରୋଜଗାର ମଧ୍ୟ ହୁଏ। ଘରେ ରହିବା ସହ ସରକାରଙ୍କ ତାଲା ବନ୍ଦ ନିୟମ ମାନିବା ଓ ନିଜ ଘର ପାଖ ଜମିରେ ହିଁ ସବୁ କିଛି କରି ରୋଜଗାରର ବାଟ ଫିଟିଥିବାରୁ ବେଶ ଖୁସି କାଳନ୍ଦ୍ରୀ। ଅନ୍ୟମାନେ ମଧ୍ୟ ଏଭଳି ପୁଆଳ ଛତୁ ଚାଷ କରି ଆତ୍ମ ନିର୍ଭରଶୀଳ ହେବା ସହ ରୋଜଗାରର ମାଧ୍ୟମ ପାଇପାରିବେ କହନ୍ତି କାଳନ୍ଦ୍ରୀ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories