www.samajalive.in
Saturday, December 6, 2025
15.1 C
Bhubaneswar

ମହିଳାଙ୍କୁ ବଳାତ୍କାର ପରେ ଗଙ୍ଗା ନଦୀରେ ବୁଡ଼ାଇ ହତ୍ୟା ଉଦ୍ୟମ

ପାଟଣା: ଗଙ୍ଗା ଘାଟରେ ଜଣେ ୪୫ ବର୍ଷିୟ ମହିଳାଙ୍କୁ ଗଣବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଏକ ଭିଡିଓ ମଙ୍ଗଳବାର ଦିନ ଭାଇରାଲ ହୋଇଛି । ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଡ୍ରାଇଭର ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ପୁଅ ଜୀଉନ୍ତିଆ ବ୍ରତ ରଖିଥିବା ମହିଳା ଜଣକ ରବିବାର ୧୧ଟା ବେଳେ ଗଙ୍ଗା ଘାଟରେ ସ୍ନାନ କରୁଥିବା ବେଳେ ପ୍ରଥମେ ଜଣେ ବ୍ୟକ୍ତି ତାଙ୍କୁ ଟାଣି ଆଣି ବଳାତ୍କାର କରିଥିଲେ ଏବଂ ପରେ ତାଙ୍କ ଅନ୍ୟ ସାଥୀ ବଳାତ୍କାର କରିଥିଲେ । ଗଙ୍ଗା ଦେବୀଙ୍କ ଦ୍ବାହି ଦେଇ ଛାଡି ଦେବା ପାଇଁ ମହିଳା ଜଣଙ୍କ ଯେତେ କାକୁତିମନତି କରିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ । ସେହି ସମୟରେ ଜଣେ ଅଭିଯୁକ୍ତ ଏହି ଘଟଣାର ଭିଡିଓ ରେକଡିଂ କରିଥିଲା । ପରେ ତାହା ସୋସିଆଲ ମିଡିଆରେ ଘୂରି ବୁଲିଥିଲା ।

- Advertisement -

ଗଣବଳାତ୍କାର ପରେ ମହିଳାଙ୍କୁ ଗଙ୍ଗା ନଦୀରେ ଡୁବାଇ ହତ୍ୟା କରିବାକୁ ଅଭିଯୁକ୍ତମାନେ ଉଦ୍ୟମ କରିଥିଲେ ବୋଲି ବୁଧବାର ଏକ ସମ୍ବାଦିକ ସମ୍ମଳନୀରେ ଏସଏସପି ମନୁ ମହାରାଜ କହିଛନ୍ତି । ଏହି ଘଟଣା ପରେ ମହିଳା ଜଣଙ୍କ ଭୟଭୀତ ହୋଇ ଥାନାରେ ଏତଲା ଦେଇ ନଥିଲେ । ହେଲେ ଭିଡିଓକୁ ଦେଖିଲା ପରେ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିଥିଲେ । ଘଟଣା ଘଟିଥିବା ଦିନ ହିଁ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ବୁଧବାର ଅନ୍ୟ ଜଣେ ଅଭିଯୁକ୍ତ ଶିବ ପୂଜନକୁ ଗିରଫ କରିଥିଲା । ଶିବ ପୂଜନ ନାମରେ ପୂର୍ବରୁ ଅନେକ ବଳାତ୍କାର ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories