www.samajalive.in
Saturday, December 6, 2025
23.1 C
Bhubaneswar

ମଧ୍ୟପ୍ରଦେଶ: ବିଏସପିରୁ ପ୍ରତ୍ୟାଖ୍ୟାତ କଂଗ୍ରେସର ହାତ ଧରିବ ସପା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ହାତଗଣତି କିଛି ଦିନ ରହିଯାଇଛି। ସମସ୍ତ ରାଜନୈତିକ ଦଳ ସେମାନଙ୍କ ସ୍ଥିତି ସୁଧାରିବାକୁ କେଉଁଠି ମେଣ୍ଟ ତ କେଉଁଠି ଆସନ ବୁଝାମଣା ଆରମ୍ଭ କରିଦେଇଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ ପକ୍ଷରୁ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ମହାମେଣ୍ଟ ପ୍ରକ୍ରିୟାକୁ ଭଣ୍ଡୁର କରିଛି ବିଏସପି। ବିଏସପି ଅଧ୍ୟକ୍ଷା ମାୟାବତୀ ବୁଧବାର କଂଗ୍ରେସ ସହ ମଧ୍ୟପ୍ରଦେଶ ନିର୍ବାଚନରେ ମେଣ୍ଟକୁ ବାତିଲ କରି ସମସ୍ତ ଆସନରେ ନିଜ ପ୍ରତିନିଧିଙ୍କୁ ଛିଡ଼ା କରିବେ ବୋଲି ଘୋଷଣା କରିବା ଦ୍ୱାରା ଏବେ ଅଡ଼ୁଆରେ ପଡ଼ିଛି କଂଗ୍ରେସ।
ମଧ୍ୟପ୍ରଦେଶରେ କଂଗ୍ରେସ ଅଧ୍ୟକ୍ଷ କମଲ ନାଥ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହ ଆଲୋଚନା କରିବା ସମ୍ପର୍କରେ ସୂଚନା ଦେଇଛନ୍ତି। ମାୟାବତୀଙ୍କ ପକ୍ଷରୁ ପ୍ରଦାନ କରାଯାଇ ଥିବା ତାଲିକାରେ କଂଗ୍ରେସକୁ ଜିତିବାର କୌଣସି ସୁଯୋଗ ନଥିଲା। ଯେଉଁ କ୍ଷେତ୍ରଗୁଡ଼ିକ ମାୟାବତୀ କଂଗ୍ରେସ ପାଇଁ ଛାଡିବାକୁ ପ୍ରସ୍ତୁତ ହୋଇଥିଲେ ଉକ୍ତ କ୍ଷେତ୍ରରେ ଉଭୟ କଂଗ୍ରେସ ଓ ବିଏସପିର ସ୍ଥିତି ଦୁର୍ବଳ। ଏଭଳି ପରିସ୍ଥିତିରେ ବିଏସପି ଅପେକ୍ଷା ସମାଜବାଦୀ ପାର୍ଟି ସହ ଆଗାମୀ ଦିନରେ ମେଣ୍ଟ ସମ୍ଭାବନାକୁ ନେଇ ସୁରାକ ଦେଇଛନ୍ତି କମଲନାଥ। ଅପରପକ୍ଷରେ ମାୟାବତୀ କଂଗ୍ରେସ ସହ ମେଣ୍ଟ ଭାଙ୍ଗିବା ପ୍ରଚ୍ଛଦରେ କଂଗ୍ରେସ ବରିଷ୍ଠ ନେତା ଦିଗବିଜୟ ସିଂହଙ୍କୁ ଦାୟୀ କରିଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories