www.samajalive.in
Monday, December 15, 2025
17.1 C
Bhubaneswar

ପୁଣି ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ

ଜଗତସିଂହପୁର : ଗତ ଦୁଇ ଦିନ ତଳେ ସଦର ଥାନା କଣ୍ଟା ପଡା ଅଞ୍ଚଳରେ ଜଣେ ୬ ବର୍ଷର ନା ବଳିକାକୁ ୨ ଜଣ ନାବାଳକ ଦୁଷ୍କର୍ମ କରିବା ଘଟଣା ଚର୍ଚ୍ଚାର ପରିସରରୁ ନ ଲିଭୁଣୁ ପୁଣି ଗତକାଲି ଜିଲାର ତିର୍ତୋଲ ଥାନା  କ୍ରିଷ୍ଣାନନ୍ଦପୁର ଫାଣ୍ଡୀ ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗଣଦୁଷର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ଗତକାଲି ଛାତ୍ରୀ ଜଣଙ୍କ ଅପରାହ୍ନରେ ଟିଉସନ ଯାଉଥିବା ବେଳେ ଏକ ନିଛାଟିଆ ସ୍ଥାନରେ ଇଟାଭାଟିରେ କାମ କରୁଥିବା ତିନିଜଣ ଅସାମାଜିକ ଯୁବକ ଛାତ୍ରୀଙ୍କୁ ବଣଭିତରକୁ ଟେକି ନେଇଥିଲେ। ତିନିଜଣ କାମାନ୍ଧ ଯୁବକ ଛାତ୍ରୀଙ୍କ ପ୍ରତି ପାଶବିକ ଅତ୍ୟାଚାର କରିଥିବା ବେଳେ ଛାତ୍ରୀ ଜଣଙ୍କ ସେମାନଙ୍କ କବଳରୁ ଖସିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ସେହି ସମୟରେ ପାଖ ରାସ୍ତା ଦେଇ ଜଣେ ବ୍ୟକ୍ତି ଯିବାରୁ ଦୁର୍ବୁତମାନେ ଛାତ୍ରୀଙ୍କୁ ଛାଡି ଦେଇ ନିରବ ରହିବାରୁ ଏହାର ସୁଯୋଗରେ ଛାତ୍ରୀ ଜଣଙ୍କ ସେମାନଙ୍କ କବଳରୁ ଖସିଆସି ପରିବାର ଲୋକଙ୍କୁ ଜଣାଇଥିଲା। ପରିବାର ଲୋକ ସଂଗେ ସଂଗେ କ୍ରିଷ୍ଣାନନ୍ଦପୁର ଫାଣ୍ଡୀରେ ଜଣାଇଥିଲେ।

- Advertisement -

ଏହି ବାବଦରେ ଅଭିଯୋଗ ପାଇବା ପରେ ପୋଲିସ ଘଟଣାକୁ ଗମ୍ଭୀରତାର ନେଇ ଛାନଭିନ ଆରମ୍ଭ କରିଥିଲେ। ତିନିଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଆଜି ତିନି ଅଭିଯୁକ୍ତଙ୍କୁ ଧରି ତିର୍ତୋଲ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।ତିନି ଅଭିଯୁକ୍ତ ହେଲେ ରଘୁନାଥପୁର ଥାନା ଅନ୍ତର୍ଗତ ତଅଁରାର ରଶ୍ମିରଞ୍ଜନ ଦାସ ବୟସ-୨୧ବର୍ଷ, ତିର୍ତୋଲ ଥାନା କ୍ରିଷ୍ଣାନନ୍ଦପୁର ଫାଣ୍ଡୀ ଭଅଁସର ଗ୍ରାମର ଚନ୍ଦ୍ରମଣୀ ବେହେରା-ବୟସ ୨୨ବର୍ଷ ଓ ଅନ୍ୟ ଜଣେ ୧୫ବର୍ଷର ନା ବାଳକ ବୋଲି ଜଣାପଡିଛି। ଥାନାରେ ଏମାନଙ୍କୁ ପଚରାଉଚରା ଚାଲିଥିବା ବେଳେ ପିଡିତା ନାବାଳିକାର ଡାକ୍ତରୀମାଇନା କରାଯାଇଛି। ପିଡିତା ଗଣଦୁଷର୍ମର ଶିକାର ହେବାପରେ ଶାରିରୀକ ଓ ମାନସିକ ଭାବେ ଭାଙ୍ଗିପଡିଛନ୍ତି। ପିଡିତାର ପାଟିରୁ କଥା ବାହାରୁ ନଥିବା ବେଳେ ପରିବାର ଲୋକେ ମଧ୍ୟ ହତୋତ୍ସାହିତ ହୋଇପଡିଥିବା ଦେଖାଯାଇଛି। ପିଡିତାଙ୍କ ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ମଣିଜଙ୍ଗା ଓ ପରେ ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୁଲିସ ତଦନ୍ତ ଚାଲିଥିବା ବେଳେ ଅଧିକ ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ତିର୍ତୋଲ ଏସ୍ଡ଼ିପିଓ କହି ଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories