www.samajalive.in
Friday, December 12, 2025
15.1 C
Bhubaneswar

ଶ୍ରୀଜୀଉଙ୍କ ଦର୍ଶନ କଲେ କୋର୍ଟମିତ୍ର ରଞ୍ଜିତ କୁମାର

ପୁରୀ : ଶ୍ରୀମନ୍ଦିରର ସଂସ୍କାର ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କୋର୍ଟମିତ୍ର(ଆମିକସ୍‍ କ୍ୟୁରି) ରଞ୍ଜିତ କୁମାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। କୋର୍ଟମିତ୍ର ରଞ୍ଜିତ କୁମାର ଶୁକ୍ରବାର ସନ୍ଧ୍ୟାରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଏହି ଦର୍ଶନ ସମୟରେ କୋର୍ଟମିତ୍ରଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ରହିଥିଲେ।
କୋର୍ଟମିତ୍ର ରଞ୍ଜିତ କୁମାର ଶନିବାର ଶ୍ରୀମନ୍ଦିର ସ୍ଥିତିର କାର୍ଯ୍ୟକାରୀତା ନେଇ ସମୀକ୍ଷା କରିବେ। ଏ ନେଇ ପ୍ରଶାସନ ଓ ସେବକଙ୍କ ସହ ଆଲୋଚନା କରିବେ।
ଶନିବାର ପୁରୀରେ ଶ୍ରୀମନ୍ଦିରର ସଂସ୍କାର ପ୍ରସଙ୍ଗକୁ ନେଇ ସେ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ କୋର୍ଟମିତ୍ର ୫ଟି ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରିବେ ବୋଲି ଜଣାପଡିଛି । ବିଶେଷ କରି ସିସିଟିଭି କେଉଁ ସ୍ଥାନରେ ଲାଗିଛି ଓ ଏହାର କାର୍ୟ୍ୟ, ଧାଡି ଦର୍ଶନ ବ୍ୟବସ୍ଥା, ମନ୍ଦିରର ସ୍ବଚ୍ଛତା ତଥା ପରିମଳର ସୁବ୍ୟବସ୍ଥା, ଭକ୍ତମାନଙ୍କ ଭିଡକୁ ନିୟନ୍ତ୍ରଣ ବ୍ୟବସ୍ଥା ଆଦି ଉପରେ ସେ ଅନୁଧ୍ୟାନ କରିବେ । ଏହା ସହ ସେବାୟତମାନଙ୍କ ସମସ୍ୟା ଓ ପରିଚୟ ପତ୍ର ପ୍ରସଙ୍ଗରେ ମଧ୍ୟ କୋର୍ଟମିତ୍ର ଆଲୋଚନା କରିବେ । ଭକ୍ତଙ୍କଠାରୁ ଦାନ ଦକ୍ଷିଣା ଆଦାୟ ବନ୍ଦ, ଅନ୍ନଦାନ ଅଟିକା ଓ ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ ଆଦି ପ୍ରସ୍ତାବ ଉପରେ ନିଯୋଗର ଅସହମତି ରହିଥିବାରୁ କୋର୍ଟମିତ୍ର ଏ ନେଇ ସେବାୟତମାନଙ୍କ ସହିତ ଆଲୋଚନା କରିପାରନ୍ତି ।
ଏତତ୍ ବ୍ୟତୀତ ଅକ୍ଟୋବର ୩ରେ ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ପୁରୀରେ ଘଟିଥିବା ହିଂସାକଣ୍ଡ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବେ । ପୂର୍ବରୁ ଆମିକସ୍ କ୍ୟୁରିଙ୍କ ସହଯୋଗୀ ପ୍ରିୟା ହିଙ୍ଗୋରାନୀ ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସକ ଓ ସେବକଙ୍କ ସହ ଆଲୋଚନା କରି ସାରିଛନ୍ତି ।
ସୂଚନା ଯୋଗ୍ୟ ପୂର୍ବତନ କୋର୍ଟମିତ୍ର ଗୋପାଳ ସୁର୍ବମଣ୍ୟମ୍ ସ୍ବାସ୍ଥ୍ୟଗତ କାରଣରୁ ଏହି ସଂସ୍କାର ପ୍ରକ୍ରିୟାରୁ ଓହରିଯିବାରୁ ଜାନୁଆରୀ ୯ ତାରିଖରେ ପୂର୍ବତନ ସଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ ସୁପ୍ରିମକୋର୍ଟ କୋର୍ଟମିତ୍ର ଭାବେ ନିଯୁକ୍ତ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories