www.samajalive.in
Friday, December 12, 2025
16.1 C
Bhubaneswar

ବିଧାୟକଙ୍କ ସପକ୍ଷରେ ମତ ଦେଲେ ସହିଦଙ୍କ ଦାଦା

କଟକ : ପୁଲୱାମା ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ମନୋଜ ବେହେରାଙ୍କ ସମ୍ପର୍କୀୟ ଦାଦାଙ୍କୁ ଦୁର୍ବ୍ୟବହାର କରି କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ବିବାଦକୁ ଆସିଛନ୍ତି । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବିରୋଧୀ କଂଗ୍ରେସ ଓ ବିଜେପି ଦେବାଶିଷଙ୍କ ଗିରଫ ଦାବି କରିଥିବା ବେ​‌ଳେ ବିଧାୟକଙ୍କ ସପକ୍ଷରେ ମତ ଦେଇଛନ୍ତି ସହିଦଙ୍କ ଦାଦା ଚୈତନ୍ୟ ବେହେରା। ଚୈତନ୍ୟ କହିଛନ୍ତି ଯେ, ବିଧାୟକ ତାଙ୍କୁ ଠେଲାପେଲା କରୁ ନ ଥିଲେ ବରଂ ବସି ଯିବାକୁ କହୁଥିଲେ। କାରଣ ତୋପ ସଲାମି ବେଳେ ଲୋକେ ଠେଲାପେଲା ହେଉଥିବାରୁ ତା ଭିତରକୁ ନ ଯିବାକୁ ବିଧାୟକ ତାଙ୍କୁ କହିଥିଲେ। ଦେବାଶିଷ ବାବୁ ଜଣେ ବହୁତ ଭଲ ଲୋକ। ସେଦିନ ମନୋଜଙ୍କ ମୃତଦେହ ଘରେ ପହଞ୍ଚିବା ପୂର୍ବରୁ ସେ ଆମ ଘରକୁ ଆସି ବୁଝାସୁଝା କରିଥିଲେ। ମୃତଦେହ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ। ବିଧାୟକ ମୋତେ କୌଣସି ପ୍ରକାରର ଅସମ୍ମାନ କରି ନାହାନ୍ତି। ଏହାକୁ ନେଇ ରାଜନୀତି ନ କରିବାକୁ ଚୈତନ୍ୟ ଭିଡିଓ ମାଧ୍ୟମରେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ସହିଦ ମନୋଜ ବେହେରାଙ୍କ ଶବ ସତ୍କାର ଦିନ ଘଟଣାସ୍ଥଳକୁ ବିଧାୟକ ସାମନ୍ତରାୟ ଯାଇଥିଲେ। ସେଠାରେ ସେ ଜଣେ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। ଦୁର୍ବ୍ୟବହାର କରାଯାଉଥିବା ବ୍ୟକ୍ତି ଜଣକ ଶହୀଦଙ୍କ ଦାଦା ବୋଲି ଜଣାପଡିଥିଲା। ଏହାକୁ ନେଇ ବିରୋଧିଙ୍କ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

- Advertisement -

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories