ନୂଆଦିଲ୍ଲୀ: କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ଜାମ୍ମୁ-କାଶ୍ମୀର ଲିବରେଶନ ଫ୍ରଣ୍ଟ ମୁଖ୍ୟ ୟାସିନ ମଲିକଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କ ବାସଭବନରୁ ଗିରଫ କରାଯାଇଛି। ସେଠାରୁ ତାଙ୍କୁ କୋଥିବାଗ ଥାନାକୁ ନିଆଯାଇଛି। ସୁପ୍ରିମକୋର୍ଟରେ ଆଗାମୀ ସୋମବାର ଧାରା ୩୫-କ ଉପରେ ଶୁଣାଣି କରିବାର ରହିଛି। ଏହି ସମୟରେ ରାଜ୍ୟରେ ହିଂସା ଘଟିବାର ଆଶଙ୍କା ରହିଛି। ଏହି ହିଂସା ଆଶଙ୍କାଙ୍କୁ ଏଡାଇବା ପାଇଁ ୟାସିନଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ସମ୍ବିଧାନର ଧାରା ୩୫-କ ଅନୁସାରେ ଜାମ୍ମୁ-କାଶ୍ମୀରରେ ଅନ୍ୟ ରାଜ୍ୟର ଲୋକ କୌଣସି ଭୂସମ୍ପତ୍ତି କ୍ରୟ କରିପାରିବେ ନାହିଁ।
Popular Categories



