www.samajalive.in
Saturday, December 13, 2025
18.1 C
Bhubaneswar

ଆଜିଠାରୁ ବେଙ୍ଗଲ୍‌-ସୌରାଷ୍ଟ୍ର ରଣଜୀ ଫାଇନାଲ୍‌

ରାଜକୋଟ୍‌  : ସୋମବାରରୁ ରଣଜୀ ଟ୍ରଫି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚ୍‌ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ସ୍ଥାନୀୟ ଏସ୍‌ସିଏ ଷ୍ଟାଡ଼ିୟମରେ ଖେଳାଯିବ। ରଣଜୀ ଟ୍ରଫି ଟାଇଟଲ୍‌ ହାସଲ କରିବାକୁ ଉଭୟ ଦଳ ବେଶ୍‌ ବ୍ୟଗ୍ର ଅଛନ୍ତି। ଗତ ୮ଟି ସିିଜିନ୍‌ରୁ ସୌରାଷ୍ଟ୍ର ଦଳ ୪ଥର ଫାଇନାଲରେ ପ୍ରବେଶ କରିଥିବା ବେଳେ ବେଙ୍ଗଲ୍‌ ଦଳ ୧୯୮୯-୯୦ ସିଜିନ୍‌ ପରଠାରୁ ରଣଜୀ ଟ୍ରଫି ଚମ୍ପିଆନ୍ ହୋଇ ପାରିନାହିଁ।
ସୌରାଷ୍ଟ୍ର ଦଳର ନେତୃତ୍ବ ଦ୍ରୁତ ବୋଲର ଜୟଦେବ ଉନାଦ୍‌କାତ ନେଉଥିବା ​‌େ​‌ବଳେ ଏହି ଦଳରେ ସାମିଲ ହୋଇଛନ୍ତି ଭାରତୀୟ ଟେଷ୍ଟ ଦଳର ନିର୍ଭରଯୋଗ୍ୟ ମଧ୍ୟଭାଗ ବ୍ୟାଟସମ୍ୟାନ୍‌ ଚେତେଶ୍ବର ପୂଜାରା। ସେହିପରି ବେଙ୍ଗଲ୍‌ ଦଳରେ ସ୍ଥାନ ପାଇଛନ୍ତି ଭାରତୀୟ ୱିକେଟରକ୍ଷକ ଋଦ୍ଧିମାନ ଶାହା। ରଣଜୀ ଟ୍ରଫିରେ ବର୍ତ୍ତମାନ ସୁଦ୍ଧା ଉନାଦ୍‌କାତ୍‌ ବେଶ୍‌ ଭଲ ପ୍ରଦର୍ଶନ କରି ଆସୁଥିବାରୁ ଫାଇନାଲରେ ମଧ୍ୟ ସେ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶା ରହିଛି। ସେହିପରି ଦଳରେ ସାମିଲ ହୋଇଥିବା ଚେତେଶ୍ବର ପୂଜାରା ଅନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ହାସଲ କରିଥିବା ଦୃଷ୍ଟିରୁ ରଣଜୀ ଫାଇନାଲରେ ସେ ଦଳ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ସେହିପରି ଏହି ଦଳରେ ସେଲଡନ୍‌ ଜ୍ୟାକ୍‌ସନ ରହିଛନ୍ତି। ଜ୍ୟାକ୍‌ସନ୍‌ ଚଳିତ ରଣଜୀ ସିଜିନ୍‌ରେ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଫାଇନାଲରେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି।
ଅନ୍ୟପକ୍ଷରେ ବେଙ୍ଗଲ୍‌ ଦଳର ଦ୍ରୁତ ବୋଲରଙ୍କ ପ୍ରତି ସୌରାଷ୍ଟ୍ର ବ୍ୟାଟସମ୍ୟାନ୍‌ଙ୍କୁ ସତର୍କ ରହିବାକୁ ପଡ଼ିବ। ବେଙ୍ଗଲ୍‌ ଦଳରେ ଈଶାନ୍‌ ପୋରେଲ୍‌, ମୁକେଶ କୁମାର ଓ ଆକାଶଦୀପ ରହିଛନ୍ତି। ସେହିପରି ଲେଗ୍‌ସ୍ପିନର ସାହାବାଜ୍‌ ଅହମ୍ମଦ ଭଲ ଫର୍ମରେ ଅଛନ୍ତି। ଦଳର ବ୍ୟାଟିଂ ମୁଖ୍ୟତଃ ମନୋଜ ତିୱାରୀଙ୍କ ଉପରେ ନିର୍ଭରଶୀଳ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories