www.samajalive.in
Saturday, December 6, 2025
16.1 C
Bhubaneswar

‘ମୁଁ ରାଜନୀତିରୁ ଅବସର ନେଇଯିବି’; ସମୟ ଆସିଲେ ଉଚିତ ଜବାବ ଦେବି, କାହିଁକି ଏମିତି କହିଲେ ହେମନ୍ତ ସୋରେନ

ରାଞ୍ଚି: ସୋମବାର ଜେଲରୁ ଆସି ଝାଡଖଣ୍ଡ ବିଧାନସଭାରେ ଚମ୍ପାଇ ସୋରେନଙ୍କ ଆସ୍ଥା ଭୋଟରେ ସାମିଲ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଭୋଟ ଦେଇ ଗୃହରେ ହେମନ୍ତ କହିଛନ୍ତି ଯେ ଏହି ଆସ୍ଥା ଭୋଟରେ ମୋ ଦଳ ଏବଂ ସହଯୋଗୀ ଦଳ ଚମ୍ପାଇ ସୋରେନଙ୍କୁ ସମର୍ଥନ କରୁଛନ୍ତି । ଜାନୁଆରୀ ୩୧ରେ ଦେଶର ଗଣତନ୍ତ୍ରରେ ଏକ ଅନ୍ଧକାର ଅଧ୍ୟାୟ ଯୋଗ କରାଯାଇଥିଲା । ପ୍ରଥମ ଥର ପାଇଁ ରାଜଭବନରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ରାଜଭବନ ମଧ୍ୟ ସଂପୃକ୍ତ ଅଛି । ଯାହା ମୋତେ ଆଶ୍ଚର୍ଯ୍ୟ କରିଛି ।

୨୦୨୨ରୁ ୨୦୨୪ ଜାନୁଆରୀ ୩୧ ପର୍ଯ୍ୟନ୍ତ ମୋତେ ନିଆଁରେ ପକାଇବାକୁ ପ୍ରୟାସ କରାଯାଇଥିଲା । ହେଲେ ମୁଁ ପ୍ରସ୍ତୁତ ନଥିଲି । ଏଥିପାଇଁ ସେମାନେ ମୋତେ ଯୋଜନାବଦ୍ଧ ଭାବରେ ଗରିଫ କରାଇଥିଲେ । ହେମନ୍ତ କହିଛନ୍ତି ଯେ ବିଗତ ଦିନମାନଙ୍କରେ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ରୂପରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ହୋଇଆସିଛି । ୩୧ ଜୁନୁଆରୀରେ ମଧ୍ୟ ସମାନ ଘଟଣା ଘଟିଛି । ଏତେ ଘୃଣା କାହିଁକି? ମୋତେ ଜେଲରେ ପୁରାଇ ସେମାନଙ୍କ ମନ୍ଦ ଉଦେ୍ଦଶ୍ୟ କେବେ ପୂରଣ ହେବ ନାହିଁ ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories