www.samajalive.in
Saturday, December 6, 2025
16.1 C
Bhubaneswar

ନିର୍ମାଣାଧୀନ ଗୋଶାଳା ଟଙ୍କା ଆତ୍ମସାତ ଅଭିଯୋଗ

କଲ୍ୟାଣସିଂହପୁର: ପଶୁପାଳକମାନେ ନିଜ ଗାଈ, ବଳଦ, ମହିଷୀ, ପୋଢ଼ଙ୍କୁ ଶୀତ, କାକର, ଖରା, ବର୍ଷା ଦାଉରୁ ରକ୍ଷା କରିବା ପାଇଁ ସରକାର ପ୍ରତି ଗୋଶାଳା ପାଇଁ ଲକ୍ଷେ ତିରିଶ ହଜାର ଟଙ୍କା ପ୍ରଦାନ କରିଛନ୍ତି। କିନ୍ତୁ ଏହି ଅର୍ଥକୁ ଦାୟିତ୍ୱରେ ଥିବା ଅଧିକାରୀମାନେ ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି ଗୋଶାଳ ନିର୍ମାଣ କରିଥିବା ଚାଷୀମାନେ। ଏମିତି ଏକ ଘଟଣା ନଜରକୁ ଆସିଛି ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ। ଡଙ୍ଗରିଆ କାନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ଏହି ପଞ୍ଚାୟତରେ ଗୋଶାଳା ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ କିଛି ଚାଷୀଙ୍କୁ ଚିହ୍ନଟ କରାଯାଇଥିଲା। ପରେ ସେମାନଙ୍କୁ ଜିଓ ଟେଗ କରି ଜମା ଖାତାରେ ଟଙ୍କା ପ୍ରଦାନ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଥିଲା। କାର୍ଯ୍ୟ ଗତ ୨୨ ମସିହାରେ ଆରମ୍ଭ କରିଥିଲେ, ଆଜିଯାଏ ଟଙ୍କା ମିଳିଲା ନାହିଁ। ଏହି କାର୍ଯ୍ୟ ଓଡ଼ିଶା ଆଦିମ ଜନଜାତି ଉନ୍ନୟନ ସଂସ୍ଥା(ଓପିଲିପି)କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ଏହି ସଂସ୍ଥା ଗୋଶାଳା ନିର୍ମାଣ କାର୍ଯ୍ୟ କରିବା ପାଇଁ ନନ୍ଦିନୀ ଗ୍ରାମର ଦୀନବନ୍ଧୁ କଡ୍ରାକା, ଲକି ହୁଈକା, ରାମରାଓ କଡ୍ରାକା, ଉତ୍ତରା କଡ୍ରାକ, ଶ୍ରୀଧର କଡ୍ରାକା ହିତାଧିକାରୀ ମାତ୍ର ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରି କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ଦୁଇ ବର୍ଷ ଧରି ହିତାଧିକାରୀମାନେ ଓପିଲିପି କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେ କିନ୍ତୁ ଟଙ୍କା ମିଳିବାର ନା ଗନ୍ଧ ନାହିଁ ବୋଲି ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ଗୋଶାଳା ନିର୍ମାଣ କରିବାକୁ ୧୦ ହଜାର ଟଙ୍କା ନିଅଣ୍ଟ ପଡିବାରୁ ସୁନା ବନ୍ଧକ ରଖି କିଏ ଧାନ ବିକ୍ରି କରି ଅଧା ଅଧିକ କାର୍ଯ୍ୟ ଶେଷ କରିଥିଲେ ମଧ୍ୟ ଟଙ୍କା ମିଳି ନ ଥିବାରୁ କବାଟ ଝରକା ଲଗାଇ ନଥିବାରୁ ହିଂସ୍ର ଜନ୍ତୁ ଆକ୍ରମଣର ଶିକାର ହୋଇ କ୍ଷତି ସହୁଛନ୍ତି। ଏହି କାର୍ଯ୍ୟ କରିଥିବା ସଂସ୍ଥା ସମସ୍ତ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି ନନ୍ଦିନୀ ଗ୍ରାମର ଗୋଶାଳା କରିଥିବା ହିତାଧିକାରୀମାନେ। ସେହିପରି ଆଲଜିନଗୁଡା ଗ୍ରାମରେ ମଧ୍ୟ ଅନୁରୂପ ଘଟଣା ଘଟିଛି ବୋଲି ଗ୍ରାମବାସୀ କହିଛନ୍ତି। ଏଣୁ ପିଏ ଆଇଟିଡିଏ ଓ ଜିଲାପାଳ ତଦନ୍ତକାରୀ ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories