ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ବସଷ୍ଟାଣ୍ଡ ପଡିଆରେ ଗଣେଶ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏଥିରେ ଇପିଲି ସାଇ କୁମାର କର୍ତ୍ତା ଭାବେ ଯୋଗଦେଇ ପୂଜାର୍ଚ୍ଚନା କରିବା ସହ ପୂଜକ ଶ୍ୟାମଳେନ୍ଦୁ ପାଢୀ ପୂଜାର୍ଚ୍ଚନା କରିବା ପରେ ଶୁଭ କଳସ ସ୍ଥାପନ କରାଯାଇଥିଲା। ପରେ ବସଷ୍ଟାଣ୍ଡ ନିକଟରେ ଉକ୍ତ ପଡିଆକୁ ଜେସିବି ସହାୟତାରେ ସଫେଇ କରାଯାଇଥିଲା। ଚଳିତବର୍ଷ ୧୨ଫୁଟ ଉଚ୍ଚ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରାଯିବା ସହ ଆକର୍ଷଣୀୟ ତୋରଣ କରାଯିବାକୁ ପୂଜାକମିଟି ପକ୍ଷରୁ ସୂଚନା ମିଳିଛି।
ଏଥିରେ କମିଟି ପକ୍ଷରୁ ପି. ଅରୁଣ କୁମାର, ସୂର୍ଯ୍ୟକାନ୍ତ ରତ୍ନାଲୁ, ବି.ଟି.ଭି ମାଣିକାଣ୍ଟା, ପି. ସାତିଶ କୁମାର, ଶ୍ରୀକାନ୍ତ ରତ୍ନାଲୁ,ଏ. ଅନିମେଶ, ରାଧାକାନ୍ତ ସ୍ବାଇଁ,ସୁଧୀର ମିଶାଲ ପ୍ରମୁଖ ଉପସ୍ଥିତ ଥିଲେ।



